ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାକୁ ପହଞ୍ଚିଲେ ମମତା ବାନାର୍ଜୀ

କୋଲକାତା,୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ପ୍ରମୁଖ ମମତା ବାନାର୍ଜୀ। ମୋଦି ଏବେ ପଶ୍ଚିମବଙ୍ଗ ଗସ୍ତରେ ଥିବା ବେଳେ ମୋଦି ତାଙ୍କୁ ଶୁକ୍ରବାର ରାଜଭବନରେ ଭେଟିଛନ୍ତି। ଗୋଟିଏ ପଟେ ସନ୍ଦେଶଖାଲି ଘଟଣାକୁ ନେଇ ଭାଜପା ଟିଏମ୍‌ସିକୁ ଭତ୍ସନା କରୁଥିବା ବେଳେ ଏହି ଭେଟକୁ ନେଇ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ନିଜ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ସନ୍ଦେଶଖାଲି ଘଟଣାକୁ ନେଇ ଟିଏମ୍‌ସିକୁ କଟାକ୍ଷ କରିଥିଲେ। ଏହା ରାଜ୍ୟ ପାଇଁ ଲଜ୍ଜାଜନକ କଥା […] The post ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାକୁ ପହଞ୍ଚିଲେ ମମତା ବାନାର୍ଜୀ appeared first on Dharitri Odia News.

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାକୁ ପହଞ୍ଚିଲେ ମମତା ବାନାର୍ଜୀ

କୋଲକାତା,୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ପ୍ରମୁଖ ମମତା ବାନାର୍ଜୀ। ମୋଦି ଏବେ ପଶ୍ଚିମବଙ୍ଗ ଗସ୍ତରେ ଥିବା ବେଳେ ମୋଦି ତାଙ୍କୁ ଶୁକ୍ରବାର ରାଜଭବନରେ ଭେଟିଛନ୍ତି। ଗୋଟିଏ ପଟେ ସନ୍ଦେଶଖାଲି ଘଟଣାକୁ ନେଇ ଭାଜପା ଟିଏମ୍‌ସିକୁ ଭତ୍ସନା କରୁଥିବା ବେଳେ ଏହି ଭେଟକୁ ନେଇ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି।

ନିଜ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ସନ୍ଦେଶଖାଲି ଘଟଣାକୁ ନେଇ ଟିଏମ୍‌ସିକୁ କଟାକ୍ଷ କରିଥିଲେ। ଏହା ରାଜ୍ୟ ପାଇଁ ଲଜ୍ଜାଜନକ କଥା ବୋଲି ସେ କହିଥିଲେ। ଏହାପରେ ମମତା ତାଙ୍କୁ ଭେଟିବାକୁ ନେଇ କହିଛନ୍ତି ଯେ, ମୁଁ ଶିଷ୍ଟାଚାର ପ୍ରୋଟୋକଲ୍‌କୁ ନେଇ ସେଠାକୁ ଯାଇଥିଲି। ଯଦି ପ୍ରଧାନମନ୍ତ୍ରୀ ରାଜ୍ୟକୁ ଆସନ୍ତି ତେବେ ମୁଖ୍ୟମନ୍ତ୍ରୀ ତାଙ୍କୁ ଭେଟିବାର ପ୍ରୋଟୋକଲ ରହିଛି। ମୋତେ ଯାହା କହିବାର ଅଛି ତାହା ମୁଁ ଏକ ରାଜନୈତିକ ବୈଠକରେ କହିବି। ଏହି ଭେଟ ରାଜନୈତିକ ନ ଥିଲା। ’

The post ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାକୁ ପହଞ୍ଚିଲେ ମମତା ବାନାର୍ଜୀ appeared first on Dharitri Odia News.