ନବୀନ ନିବାସରେ ଆସ୍କା ସଂସଦୀୟ କ୍ଷେତ୍ରର ସମୀକ୍ଷା ବୈଠକ, ବରିଷ୍ଠ ନେତା ଓ ପର୍ଯ୍ୟବେକ୍ଷକ ଉପସ୍ଥିତ

ଭୁବନେଶ୍ବର ୨୧।୩: ସାଧାରଣ ନିର୍ବାଚନ ୨୦୨୪ ପାଇଁ ତାରିଖ ଘୋଷଣା ହୋଇସାରିଛି । ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୈତିକ ଦଳ ସେମିକି ସକ୍ରିୟ ହୋଇ ଉଠୁଛନ୍ତି । ଏହି ପରିପ୍ରେକ୍ଷୀରେ ବିଜେଡି ଶିବିର ମଧ୍ୟ ଚଳଚଞ୍ଚଳ ହୋଇ ଉଠିଛି । ସଂସଦୀୟ କ୍ଷେତ୍ରଗୁଡିକୁ ନେଇ ନବୀନ ନିବାସରେ ଚାଲିଛି କସରତ । ବୁଧବାର କୋରାପୁଟ ଏବଂ ନବରଙ୍ଗପୁର ସଂସଦୀୟ କ୍ଷେତ୍ରକୁ ନେଇ ଆଲୋଚନା ହୋଇଥିବା ବେଳେ ଗୁରୁବାର ନବୀନ ନିବାସରେ ଆସ୍କା ସଂସଦୀୟ କ୍ଷେତ୍ରର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ସମୀକ୍ଷା ବୈଠକ ପାଇଁ ନବୀନ ନିବାସରେ ପହଞ୍ଚିଛନ୍ତି ଆସ୍କା ସଂସଦୀୟ କ୍ଷେତ୍ରର ନେତା । ନିର୍ବାଚନ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆସ୍କା ସଂସଦୀୟ କ୍ଷେତ୍ରର ସମୀକ୍ଷା କରିବେ । ଆସ୍କା ସଂସଦୀୟ କ୍ଷେତ୍ରର ବରିଷ୍ଠ ନେତା ଓ ପର୍ଯ୍ୟବେକ୍ଷକ ଉପସ୍ଥିତ ଅଛନ୍ତି । ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚାଉପଟ୍ଟନାୟକ, ଆସ୍କା  ବିଧାୟକ ମଞ୍ଜୁଳା ସ୍ୱାଇଁ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ସୋରଡ଼ା ବିଧାୟକ ପୂର୍ଣ୍ଣ ସ୍ୱାଇଁ, ସାନଖେମୁଣ୍ଡି ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ ପ୍ରମୁଖ ଉପସ୍ଥିତ ଅଛନ୍ତି । You Can Read:ଯୁବକଙ୍କ ଟାଙ୍ଗିଆ ଚୋଟରେ ୨ ଆହତ, ଭାଙ୍ଗିଲା ପୋଲିସ ଗାଡି ଓ ୧୦୮ ଆମ୍ବୁଲାନ୍ସ

ନବୀନ ନିବାସରେ ଆସ୍କା ସଂସଦୀୟ କ୍ଷେତ୍ରର ସମୀକ୍ଷା ବୈଠକ, ବରିଷ୍ଠ ନେତା ଓ ପର୍ଯ୍ୟବେକ୍ଷକ ଉପସ୍ଥିତ

ଭୁବନେଶ୍ବର ୩: ସାଧାରଣ ନିର୍ବାଚନ ୨୦୨୪ ପାଇଁ ତାରିଖ ଘୋଷଣା ହୋଇସାରିଛି । ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୈତିକ ଦଳ ସେମିକି ସକ୍ରିୟ ହୋଇ ଉଠୁଛନ୍ତି । ଏହି ପରିପ୍ରେକ୍ଷୀରେ ବିଜେଡି ଶିବିର ମଧ୍ୟ ଚଳଚଞ୍ଚଳ ହୋଇ ଉଠିଛି । ସଂସଦୀୟ କ୍ଷେତ୍ରଗୁଡିକୁ ନେଇ ନବୀନ ନିବାସରେ ଚାଲିଛି କସରତ । ବୁଧବାର କୋରାପୁଟ ଏବଂ ନବରଙ୍ଗପୁର ସଂସଦୀୟ କ୍ଷେତ୍ରକୁ ନେଇ ଆଲୋଚନା ହୋଇଥିବା ବେଳେ ଗୁରୁବାର ନବୀନ ନିବାସରେ ଆସ୍କା ସଂସଦୀୟ କ୍ଷେତ୍ରର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ସମୀକ୍ଷା ବୈଠକ ପାଇଁ ନବୀନ ନିବାସରେ ପହଞ୍ଚିଛନ୍ତି ଆସ୍କା ସଂସଦୀୟ କ୍ଷେତ୍ରର ନେତା । 

ନିର୍ବାଚନ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆସ୍କା ସଂସଦୀୟ କ୍ଷେତ୍ରର ସମୀକ୍ଷା କରିବେ । ଆସ୍କା ସଂସଦୀୟ କ୍ଷେତ୍ରର ବରିଷ୍ଠ ନେତା ଓ ପର୍ଯ୍ୟବେକ୍ଷକ ଉପସ୍ଥିତ ଅଛନ୍ତି । ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚାଉପଟ୍ଟନାୟକ, ଆସ୍କା  ବିଧାୟକ ମଞ୍ଜୁଳା ସ୍ୱାଇଁ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ସୋରଡ଼ା ବିଧାୟକ ପୂର୍ଣ୍ଣ ସ୍ୱାଇଁ, ସାନଖେମୁଣ୍ଡି ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ ପ୍ରମୁଖ ଉପସ୍ଥିତ ଅଛନ୍ତି ।

 You Can Read:

ଯୁବକଙ୍କ ଟାଙ୍ଗିଆ ଚୋଟରେ ୨ ଆହତ, ଭାଙ୍ଗିଲା ପୋଲିସ ଗାଡି ଓ ୧୦୮ ଆମ୍ବୁଲାନ୍ସ