ଛତିଶା ନିଯୋଗର ଗୁରୁତ୍ବପୂର୍ଣ୍ଣ ବୈଠକ: ଶୀତତାପ ନିୟନ୍ତ୍ରିତ ହେବ ନାଟମଣ୍ଡପ

ଭୁବନେଶ୍ୱର: ଛତିଶା ନିଯୋଗର ଗୁରୁତ୍ବପୂର୍ଣ୍ଣ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି।‌ ମହାପ୍ରଭୁଙ୍କ ନୀତିକାନ୍ତି କିଭଳି ଶୃଙ୍ଖଳିତ ହୋଇପାରିବ ଏବଂ ସେହି ସମୟରେ ମହାପ୍ରଭୁଙ୍କ ଠାରେ ସ୍ବତନ୍ତ୍ର ବାଳଭୋଗ ନୀତି କିଭଳି ସମୟାନୁସାରେ କରାଯିବ ସେନେଇ ବିସ୍ତୃତ ଆଲୋଚନା ହୋଇଛି।ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି ଯେ ଛତିଶା ନିଯୋଗ ବୈଠକରେ ନୀତି ନିର୍ଘଣ୍ଟକୁ ଅନୁମୋଦନ ମିଳିଛି। ଆସନ୍ତା ୧୪ ରୁ ନଭେମ୍ବର ୧୫ ପର୍ଯ୍ୟନ୍ତ କାର୍ତ୍ତିକ ମାସ ପାଇଁ ହୋଇଛି ନୀତିନିର୍ଘଣ୍ଟ ହୋଇଛି। ଦ୍ୱାରଫିଟା ପ୍ରାତଃ ୪ଟାରୁ ହେବ। ନାଟମଣ୍ଡପରେ ଶୃଙ୍ଖଳିତ ଦର୍ଶନ ନେଇ ହୋଇଛି ଆଲୋଚନା। ସେହିପରି ନାଟମଣ୍ଡପ ଶୀତତାପ ନିୟନ୍ତ୍ରିତ ହେବ। ପୁରୁଷ ଲୋକଙ୍କ ପାଇଁ ଅଲଗା, ମହିଳା ଓ ଶିଶୁ ମାନଙ୍କ ପାଇଁ ଅଲଗା ଲାଇନ୍ ବ୍ୟବସ୍ଥା ସହ ବୃଦ୍ଧବୃଦ୍ଧାଙ୍କ ପାଇଁ ମଧ୍ୟ ଅଲଗା ଲାଇନ୍ ବ୍ୟବସ୍ଥା ହେବ। ସାତପାହାଚ ଦେଇ ପ୍ରବେଶ ଓ ଘଣ୍ଟିଦ୍ୱାର ଦେଇ ପ୍ରସ୍ଥାନ ବ୍ୟବସ୍ଥା ହେବକାଠ ବ୍ୟାରିକେଡ୍ ହେବ ୬ଟି ଲାଇନରେ ଶ୍ରଦ୍ଧାଳୁ ପ୍ରବେଶ କରିବେ। ବାହାର କାଠରେ ସେବାୟତ ରହିବା ପ୍ରସଙ୍ଗରେ ପରବର୍ତ୍ତୀ ସମୟରେ ସେବକଙ୍କ ସହ ଆଲୋଚନା ହେବ। କାର୍ତ୍ତିକ ମାସ ଶେଷ ପରେ ଏହି ବ୍ୟବସ୍ଥା ଲାଗୁ ହେବ।

ଛତିଶା ନିଯୋଗର ଗୁରୁତ୍ବପୂର୍ଣ୍ଣ ବୈଠକ: ଶୀତତାପ ନିୟନ୍ତ୍ରିତ ହେବ ନାଟମଣ୍ଡପ

ଭୁବନେଶ୍ୱର: ଛତିଶା ନିଯୋଗର ଗୁରୁତ୍ବପୂର୍ଣ୍ଣ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି।‌ ମହାପ୍ରଭୁଙ୍କ ନୀତିକାନ୍ତି କିଭଳି ଶୃଙ୍ଖଳିତ ହୋଇପାରିବ ଏବଂ ସେହି ସମୟରେ ମହାପ୍ରଭୁଙ୍କ ଠାରେ ସ୍ବତନ୍ତ୍ର ବାଳଭୋଗ ନୀତି କିଭଳି ସମୟାନୁସାରେ କରାଯିବ ସେନେଇ ବିସ୍ତୃତ ଆଲୋଚନା ହୋଇଛି।

ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି ଯେ ଛତିଶା ନିଯୋଗ ବୈଠକରେ ନୀତି ନିର୍ଘଣ୍ଟକୁ ଅନୁମୋଦନ ମିଳିଛି। ଆସନ୍ତା ୧୪ ରୁ ନଭେମ୍ବର ୧୫ ପର୍ଯ୍ୟନ୍ତ କାର୍ତ୍ତିକ ମାସ ପାଇଁ ହୋଇଛି ନୀତିନିର୍ଘଣ୍ଟ ହୋଇଛି। ଦ୍ୱାରଫିଟା ପ୍ରାତଃ ୪ଟାରୁ ହେବ। ନାଟମଣ୍ଡପରେ ଶୃଙ୍ଖଳିତ ଦର୍ଶନ ନେଇ ହୋଇଛି ଆଲୋଚନା। 

ସେହିପରି ନାଟମଣ୍ଡପ ଶୀତତାପ ନିୟନ୍ତ୍ରିତ ହେବ। ପୁରୁଷ ଲୋକଙ୍କ ପାଇଁ ଅଲଗା, ମହିଳା ଓ ଶିଶୁ ମାନଙ୍କ ପାଇଁ ଅଲଗା ଲାଇନ୍ ବ୍ୟବସ୍ଥା ସହ ବୃଦ୍ଧବୃଦ୍ଧାଙ୍କ ପାଇଁ ମଧ୍ୟ ଅଲଗା ଲାଇନ୍ ବ୍ୟବସ୍ଥା ହେବ। ସାତପାହାଚ ଦେଇ ପ୍ରବେଶ ଓ ଘଣ୍ଟିଦ୍ୱାର ଦେଇ ପ୍ରସ୍ଥାନ ବ୍ୟବସ୍ଥା ହେବ

କାଠ ବ୍ୟାରିକେଡ୍ ହେବ ୬ଟି ଲାଇନରେ ଶ୍ରଦ୍ଧାଳୁ ପ୍ରବେଶ କରିବେ। ବାହାର କାଠରେ ସେବାୟତ ରହିବା ପ୍ରସଙ୍ଗରେ ପରବର୍ତ୍ତୀ ସମୟରେ ସେବକଙ୍କ ସହ ଆଲୋଚନା ହେବ। କାର୍ତ୍ତିକ ମାସ ଶେଷ ପରେ ଏହି ବ୍ୟବସ୍ଥା ଲାଗୁ ହେବ।