ପିକଅପ୍ ଭ୍ୟାନ ଓଲଟି ୨୫ ଆହତ, ଗାଡ଼ି ଚଳାଇବାବେଳେ ମୋବାଇଲରେ କଥା ହେଉଥିଲେ ଚାଳକ

ନୂଆପଡ଼ା: ମୋବାଇଲରେ କଥା ହେବା ହେଲା କାଳ। ପିକଅପ ଭ୍ୟାନ ଓଲଟି ୨୫ ଆହତ। ସେମାନଙ୍କ ମଧ୍ୟରୁ ୨ ଜଣକ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଦୁର୍ଘଟଣା ଘଟିଛି ନୂଆପଡ଼ା- ଧରମବନ୍ଧା ରାସ୍ତା ଗୋଡ଼ତୋର ନିକଟରେ।ସୂଚନା ଅନୁଯାୟୀ, ଧରମବନ୍ଧା ଥାନା ବାଞ୍ଜିପାନୀର କିଛି ଲୋକ ବରଗଡ଼ ଗୁର୍ଜିଭଟାରୁ ଏକ ଏକୋଇଶିଆ କାର୍ଯ୍ୟକ୍ରମରେ ଯୋଗଦେଇ ପିକ୍‌ଅପ ଭ୍ୟାନରେ ଫେରୁଥିଲେ। ହେଲେ ଭ୍ୟାନଟି ନୂଆପଡା- ଧରମବନ୍ଧା ରାସ୍ତା ଗୋଡ଼ତୋର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ସମୟରେ ଭ୍ୟାନରେ ପ୍ରାୟ ୨୫ ଯାତ୍ରୀ ଥିଲେ। ଦୁର୍ଘଟଣାରେ ୨ ଗୁରୁତର ହୋଇଥିବାବେଳେ ୧୩ ଜଣ ସାମାନ୍ୟ ଆହତ ହୋଇଛନ୍ତି। ସମସ୍ତଙ୍କୁ ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ୨୫ରୁ ଉର୍ଦ୍ଧ୍ବ ମହିଳାଙ୍କ ମଧ୍ୟ ପୁରୁଷ ଓ କିଛି ଶିଶୁ ରହିଛନ୍ତି। ତେବେ ଡ୍ରାଇଭର ଜଣକ ଗାଡ଼ି ଚଳାଇବାବେଳେ ମୋବାଇଲରେ କଥା ହେଉଥିବାରୁ ଏଭଳି ଘଟିଥିବା ସୂଚନା ମିଳିଛି।

ପିକଅପ୍ ଭ୍ୟାନ ଓଲଟି ୨୫ ଆହତ, ଗାଡ଼ି ଚଳାଇବାବେଳେ ମୋବାଇଲରେ କଥା ହେଉଥିଲେ ଚାଳକ

ନୂଆପଡ଼ା: ମୋବାଇଲରେ କଥା ହେବା ହେଲା କାଳ। ପିକଅପ ଭ୍ୟାନ ଓଲଟି ୨୫ ଆହତ। ସେମାନଙ୍କ ମଧ୍ୟରୁ ୨ ଜଣକ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଦୁର୍ଘଟଣା ଘଟିଛି ନୂଆପଡ଼ା- ଧରମବନ୍ଧା ରାସ୍ତା ଗୋଡ଼ତୋର ନିକଟରେ।

ସୂଚନା ଅନୁଯାୟୀ, ଧରମବନ୍ଧା ଥାନା ବାଞ୍ଜିପାନୀର କିଛି ଲୋକ ବରଗଡ଼ ଗୁର୍ଜିଭଟାରୁ ଏକ ଏକୋଇଶିଆ କାର୍ଯ୍ୟକ୍ରମରେ ଯୋଗଦେଇ ପିକ୍‌ଅପ ଭ୍ୟାନରେ ଫେରୁଥିଲେ। ହେଲେ ଭ୍ୟାନଟି ନୂଆପଡା- ଧରମବନ୍ଧା ରାସ୍ତା ଗୋଡ଼ତୋର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ସମୟରେ ଭ୍ୟାନରେ ପ୍ରାୟ ୨୫ ଯାତ୍ରୀ ଥିଲେ। 

ଦୁର୍ଘଟଣାରେ ୨ ଗୁରୁତର ହୋଇଥିବାବେଳେ ୧୩ ଜଣ ସାମାନ୍ୟ ଆହତ ହୋଇଛନ୍ତି। ସମସ୍ତଙ୍କୁ ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ୨୫ରୁ ଉର୍ଦ୍ଧ୍ବ ମହିଳାଙ୍କ ମଧ୍ୟ ପୁରୁଷ ଓ କିଛି ଶିଶୁ ରହିଛନ୍ତି। ତେବେ ଡ୍ରାଇଭର ଜଣକ ଗାଡ଼ି ଚଳାଇବାବେଳେ ମୋବାଇଲରେ କଥା ହେଉଥିବାରୁ ଏଭଳି ଘଟିଥିବା ସୂଚନା ମିଳିଛି।