ଏବେ ଶିମଲା ଆକାଶରେ ଚକ୍କର କାଟୁଛି ସୁନୀତା ୱିଲିୟମସ୍ ଙ୍କ ସ୍ପେସ୍ ଷ୍ଟେସନ, ଆପଣ ବି ଦେଖି ପାରିବେ ଖାଲି ଆଖିରେ

ୱାସିଂଟନ ୯।୩: ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସାର ମହାକାଶଚାରୀ ସୁନୀତା ୱିଲିୟମସ୍ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସଏସ୍)ରେ ହିମାଚଳ ପ୍ରଦେଶ ରାଜାଧାନୀ ଶିମଲା ଆକାଶ ଉପରେ ଏବେ ଚକ୍କର କାଟୁଛନ୍ତି। ନାସା ଏହାର ସମୟସାରଣୀ ଜାରି କରିଛନ୍ତି। ଯଦି ଆକାଶ ସଫା ରହେ ଆଇଏସଏସକୁ ଶିମଲା ଆକାଶ ଉପରେ ସର୍ବାଧିକ ୬ ମିନିଟ୍ ପର୍ଯ୍ୟନ୍ତ ଦେଖାଯାଇ ପାରିବ। ଏହା ୯ ମାର୍ଚ୍ଚ ସନ୍ଧ୍ୟାରୁ ୧୫ ମାର୍ଚ୍ଚ ପର୍ଯ୍ୟନ୍ତ ଶିମଲା ଆକାଶରେ ଦେଖାଯାଇ ପାରିବ। ପର୍ଯ୍ୟଟକ, ସାଧାରଣ ଲୋକେ ଓ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ନିମନ୍ତେ ଆଇଏସଏସକୁ ଆକାଶରେ ଦେଖିବା ରୋମାଞ୍ଚକର ଅନୁଭୂତି ହେବ। ଏହି ଝଟକୁଥିବା ଚଳନ୍ତା ତାରାକୁ ଖାଲି ଆଖିରେ ମଧ୍ୟ ଦେଖାଯାଇ ପାରିବ। ଆଇଏସଏସ ପୃଥିବୀରୁ ୪୦୦ କିଲୋମିଟର ଉପରେ ମହାକାଶରେ ପୃଥିବୀକୁ ପ୍ରଦିକ୍ଷଣ କରୁଛି। ନାସାଙ୍କ ଅନୁସାରେ ୯ ମାର୍ଚ୍ଚ ସନ୍ଧ୍ୟା ୭ଟା ବାଜି ୧୬ ମିନିଟରେ ଆଇଏସଏସ କୁ ଦକ୍ଷିଣ-ଦକ୍ଷିଣ-ପୂର୍ବ ଦିଗରୁ ଦକ୍ଷିଣ-ପୂର୍ବ ଦିଗକୁ ଯାଉଥିବାର ଦେଖାଯିବ। ସେହିପରି ମାର୍ଚ୍ଚ ୧୦ ତାରିଖ ରାତି ୮ଟା ବାଜି ୩ ମିନିଟରେ ଆଇଏସଏସ୍ ଦକ୍ଷିଣ-ପଶ୍ଚିମରୁ ପଶ୍ଚିମ-ଦକ୍ଷିଣ-ପଶ୍ଚିମ  ଦିଗକୁ ଯାଉଥିବାର ଦେଖାଯିବ। ତେବେ ମାର୍ଚ୍ଚ ୧୧ ତାରିଖ ରାତିରେ ଏହା ଦୁଇ ଥର ଦେଖାଯିବ। ପ୍ରଥମେ ୭ଟା ବାଜି ୧୪ ମିନିଟରେ ଦକ୍ଷିଣ-ଦକ୍ଷିଣ-ପଶ୍ଚିମରୁ ପୂର୍ବ-ଉତ୍ତର-ପୂର୍ବଦିଗକୁ ଯାଉଥିବାର ୫ ମିନିଟ୍ ପର୍ଯ୍ୟନ୍ତ ଦେଖାଯିବ ଓ

ଏବେ ଶିମଲା ଆକାଶରେ ଚକ୍କର କାଟୁଛି ସୁନୀତା ୱିଲିୟମସ୍ ଙ୍କ ସ୍ପେସ୍ ଷ୍ଟେସନ, ଆପଣ ବି ଦେଖି ପାରିବେ ଖାଲି ଆଖିରେ

ୱାସିଂଟନ ୯।୩: ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସାର ମହାକାଶଚାରୀ ସୁନୀତା ୱିଲିୟମସ୍ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସଏସ୍)ରେ ହିମାଚଳ ପ୍ରଦେଶ ରାଜାଧାନୀ ଶିମଲା ଆକାଶ ଉପରେ ଏବେ ଚକ୍କର କାଟୁଛନ୍ତି। ନାସା ଏହାର ସମୟସାରଣୀ ଜାରି କରିଛନ୍ତି। ଯଦି ଆକାଶ ସଫା ରହେ ଆଇଏସଏସକୁ ଶିମଲା ଆକାଶ ଉପରେ ସର୍ବାଧିକ ୬ ମିନିଟ୍ ପର୍ଯ୍ୟନ୍ତ ଦେଖାଯାଇ ପାରିବ। ଏହା ୯ ମାର୍ଚ୍ଚ ସନ୍ଧ୍ୟାରୁ ୧୫ ମାର୍ଚ୍ଚ ପର୍ଯ୍ୟନ୍ତ ଶିମଲା ଆକାଶରେ ଦେଖାଯାଇ ପାରିବ। 

ପର୍ଯ୍ୟଟକ, ସାଧାରଣ ଲୋକେ ଓ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ନିମନ୍ତେ ଆଇଏସଏସକୁ ଆକାଶରେ ଦେଖିବା ରୋମାଞ୍ଚକର ଅନୁଭୂତି ହେବ। ଏହି ଝଟକୁଥିବା ଚଳନ୍ତା ତାରାକୁ ଖାଲି ଆଖିରେ ମଧ୍ୟ ଦେଖାଯାଇ ପାରିବ। ଆଇଏସଏସ ପୃଥିବୀରୁ ୪୦୦ କିଲୋମିଟର ଉପରେ ମହାକାଶରେ ପୃଥିବୀକୁ ପ୍ରଦିକ୍ଷଣ କରୁଛି। ନାସାଙ୍କ ଅନୁସାରେ ୯ ମାର୍ଚ୍ଚ ସନ୍ଧ୍ୟା ୭ଟା ବାଜି ୧୬ ମିନିଟରେ ଆଇଏସଏସ କୁ ଦକ୍ଷିଣ-ଦକ୍ଷିଣ-ପୂର୍ବ ଦିଗରୁ ଦକ୍ଷିଣ-ପୂର୍ବ ଦିଗକୁ ଯାଉଥିବାର ଦେଖାଯିବ। 

ସେହିପରି ମାର୍ଚ୍ଚ ୧୦ ତାରିଖ ରାତି ୮ଟା ବାଜି ୩ ମିନିଟରେ ଆଇଏସଏସ୍ ଦକ୍ଷିଣ-ପଶ୍ଚିମରୁ ପଶ୍ଚିମ-ଦକ୍ଷିଣ-ପଶ୍ଚିମ  ଦିଗକୁ ଯାଉଥିବାର ଦେଖାଯିବ। ତେବେ ମାର୍ଚ୍ଚ ୧୧ ତାରିଖ ରାତିରେ ଏହା ଦୁଇ ଥର ଦେଖାଯିବ। ପ୍ରଥମେ ୭ଟା ବାଜି ୧୪ ମିନିଟରେ ଦକ୍ଷିଣ-ଦକ୍ଷିଣ-ପଶ୍ଚିମରୁ ପୂର୍ବ-ଉତ୍ତର-ପୂର୍ବଦିଗକୁ ଯାଉଥିବାର ୫ ମିନିଟ୍ ପର୍ଯ୍ୟନ୍ତ ଦେଖାଯିବ ଓ ଦ୍ୱିତୀୟ ବାର ୮ଟା ୫୩ ମିନିଟରେ ପଶ୍ଚିମ-ଉତ୍ତର-ପଶ୍ଚିମରେ ଯାଉଥିବାର ୧ ମିନିଟରୁ କମ ସମୟ ପାଇଁ ଦେଖାଯିବ। 

ସେହିପରି ମାର୍ଚ୍ଚ ୧୨ ତାରିଖ ରାତି ୮ଟା ୩ ମିନିଟରେ ପଶ୍ଚିମରୁ ଉତ୍ତର ଦିଗକୁ ଯାଉଥିବାର ୪ ମିନିଟ୍‌ ପର୍ଯ୍ୟନ୍ତ ଦେଖାଯିବ।  ମାର୍ଚ୍ଚ ୧୩ ତାରିଖ ଦିନ ରାତି ୭ଟା ୧୫ ମିନିଟରେ ପଶ୍ଚିମ-ଦକ୍ଷିଣ-ପଶ୍ଚିମରୁ ଉତ୍ତର-ଉତ୍ତର-ପୂର୍ବ ଦିଗକୁ ଯାଉଥିବାର ୬ ମିନିଟ୍‌ ପର୍ଯ୍ୟନ୍ତ ଦେଖାଯିବ। ଏହା ମାର୍ଚ୍ଚ ୧୫ ତାରିଖ ରାତି ୭ଟା ବାଜି ୧୬ ମିନିଟରେ ଶେଷ ଥର ପଶ୍ଚିମ-ଉତ୍ତର-ପଶ୍ଚିମରୁ ପଶ୍ଚିମ ଦିଗକୁ ଯାଉଥିବାର ୭ ମିନିଟ୍ ପର୍ଯ୍ୟନ୍ତ ଦେଖାଯିବ। ହିମାଞ୍ଚଳ ବିଶ୍ୱବିଦ୍ୟାଳୟ ଶିମଲାର ଭୌତିକ ବିଜ୍ଞାନ ବିଭାଗ ପ୍ରଫେସର ତଥା ବ୍ରିଟିଶ କାଉନସିଲ କମନୱେଲଥ୍ ଫେଲୋ ଡା. ମହାବୀର ଓ ଭୌତିକ ବିଜ୍ଞାନୀ ଅଜୟ ଶର୍ମା ଶିମଲାରୁ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନକୁ ଦେଖାଯିବା ବାସ୍ତବିକ ରୋମାଞ୍ଚକର ବୋଲି କହିଛନ୍ତି।