ଚେନ୍ନାଇ ଉପକୂଳରେ ହଜାରେରୁ ଅଧିକ ଅଲିଭ୍ ରିଡ୍ଲେ ମୃତ
ଚେନ୍ନାଇ, ୨୮ା୧: ତାମିଲନାଡ଼ୁର ଚେନ୍ନାଇ ଉପକୂଳରେ ଗତ ମାସେ ମଧ୍ୟରେ ୧ ହଜାରରୁ ଅଧିକ ଅଲିଭ୍ ରିଡ୍ଲେ ପ୍ରଜାତିର କଇଁଛଙ୍କର ମୃତଦେହ ମିଳିଛି, ଯାହାକୁ ନେଇ କଇଁଛ ସରକ୍ଷଣ କର୍ମୀ ଓ ପ୍ରାଣୀ ଅଧିକାର କର୍ମୀଙ୍କ ମଧ୍ୟରେ ବ୍ୟାପକ ଚିନ୍ତା ପ୍ରକାଶ ପାଇଛି। ଘଟଣାକୁ ନେଇ ବିଭିନ୍ନ କଇଁଛ ସଂରକ୍ଷଣ କର୍ମୀ କହିଛନ୍ତି, ସମୁଦ୍ରର ଢେଉରେ ଧୋଇ ହୋଇ ଆସୁଥିବା କଇଁଛଙ୍କର ମୃତଦେହଗୁଡ଼ିକ ମୋଟ ମୃତ୍ୟୁର ମାତ୍ର ୧୦% ହୋଇପାରେ। ସହରର ଉପକୂଳରେ ଗତ ମାସେ ମଧ୍ୟରେ ୫ରୁ […] The post ଚେନ୍ନାଇ ଉପକୂଳରେ ହଜାରେରୁ ଅଧିକ ଅଲିଭ୍ ରିଡ୍ଲେ ମୃତ appeared first on Dharitri Odia News.
ଚେନ୍ନାଇ, ୨୮ା୧: ତାମିଲନାଡ଼ୁର ଚେନ୍ନାଇ ଉପକୂଳରେ ଗତ ମାସେ ମଧ୍ୟରେ ୧ ହଜାରରୁ ଅଧିକ ଅଲିଭ୍ ରିଡ୍ଲେ ପ୍ରଜାତିର କଇଁଛଙ୍କର ମୃତଦେହ ମିଳିଛି, ଯାହାକୁ ନେଇ କଇଁଛ ସରକ୍ଷଣ କର୍ମୀ ଓ ପ୍ରାଣୀ ଅଧିକାର କର୍ମୀଙ୍କ ମଧ୍ୟରେ ବ୍ୟାପକ ଚିନ୍ତା ପ୍ରକାଶ ପାଇଛି। ଘଟଣାକୁ ନେଇ ବିଭିନ୍ନ କଇଁଛ ସଂରକ୍ଷଣ କର୍ମୀ କହିଛନ୍ତି, ସମୁଦ୍ରର ଢେଉରେ ଧୋଇ ହୋଇ ଆସୁଥିବା କଇଁଛଙ୍କର ମୃତଦେହଗୁଡ଼ିକ ମୋଟ ମୃତ୍ୟୁର ମାତ୍ର ୧୦% ହୋଇପାରେ। ସହରର ଉପକୂଳରେ ଗତ ମାସେ ମଧ୍ୟରେ ୫ରୁ ୧୦ ହଜାର ଅଲିଭ୍ ରିଡ୍ଲେ କଇଁଛଙ୍କର ମୃତ୍ୟୁ ହୋଇଥିବା ସେମାନେ ଆଶଙ୍କା ପ୍ରକାଶ କରୁଛନ୍ତି। ପ୍ରାଣୀ ଅଧିକାର କର୍ମୀ ଆଣ୍ଟୋନି ରୁବିନ କହିଛନ୍ତି, ମୃତ କଇଁଛ ମାନଙ୍କର ବାହାରକୁ ଆସି ଯାଇଥିବା ବେକ ଓ ଆଖିରୁ ସ୍ପଷ୍ଟ ସଙ୍କେତ ମିଳୁଛି, ବୁଡ଼ିଯାଇଥିବା କାରଣରୁ ସେମାନଙ୍କର ମୃତ୍ୟୁ ଘଟିଛି। ସାଧାରଣତଃ ଅଲିଭ ରିଡ୍ଲେ କଇଁଛମାନେ ୪୫ ମିନିଟ ପର୍ଯ୍ୟନ୍ତ ସେମାନଙ୍କର ନିଃଶ୍ୱାସ ରୋକି ପାରିଥାନ୍ତି ବୋଲି ରୁବିନ କହିଛନ୍ତି। ପ୍ରକାଶ ଯେ, ପ୍ରତିବର୍ଷ ଶୀତ ଋତୁରେ ତାମିଲନାଡ଼ୁ ଉପକୂଳରେ ବସା ପ୍ରସ୍ତୁତ କରିବାକୁ ୭ ହଜାର କି.ମି. ପର୍ଯ୍ୟନ୍ତ ଦୂରରୁ ଅଲିଭ୍ ରିଡ୍ଲେ କଇଁଛମାନେ ଆସି ଚେନ୍ନାଇ ଉପକୂଳରେ ପହଞ୍ଚିଥାନ୍ତି।ସାମୁଦ୍ରିକ ଇକୋ ସିଷ୍ଟମରେ ସନ୍ତୁଳନ ବଜାୟ ରଖିବାରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।
The post ଚେନ୍ନାଇ ଉପକୂଳରେ ହଜାରେରୁ ଅଧିକ ଅଲିଭ୍ ରିଡ୍ଲେ ମୃତ appeared first on Dharitri Odia News.