ଶପଥ ନେଲେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୧୮।୬:ଓଡ଼ିଶା ବିଧାନସଭାର ୩ ଦିନିଆ ସ୍ବତନ୍ତ୍ର ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ୨୦୨୪ ନିର୍ବାଚନରେ ବିଜୟୀ ହୋଇଥିବା ବିଧାୟକମାନେ ଆଜି ଶପଥ ଗ୍ରହଣ କରୁଛନ୍ତି। କାମଚଳା ବାଚସ୍ପତି ଭାବେ ଦାୟିତ୍ୱ ନେଇଥିବା ରଣେନ୍ଦ୍ର ପ୍ରତାପ ସ୍ବାଇଁ ସମସ୍ତ ନିର୍ବାଚିତ ସଦସ୍ୟଙ୍କ ଶପଥ ପାଠ କରାଉଛନ୍ତି। ନିୟମାନୁଯାୟୀ, ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶପଥ ଗ୍ରହଣ କରିବା ପରେ ଜଣେ ପରେ ଜଣେ ବିଧାୟକ ଶପଥ ପାଠ କରୁଛନ୍ତି। ଓଡିଶାରେ ଭାଜପା ସରକାର ଗଠନ ହେବା ପରେ […] The post ଶପଥ ନେଲେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝି appeared first on Dharitri Odia News.

ଶପଥ ନେଲେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୧୮।୬:ଓଡ଼ିଶା ବିଧାନସଭାର ୩ ଦିନିଆ ସ୍ବତନ୍ତ୍ର ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ୨୦୨୪ ନିର୍ବାଚନରେ ବିଜୟୀ ହୋଇଥିବା ବିଧାୟକମାନେ ଆଜି ଶପଥ ଗ୍ରହଣ କରୁଛନ୍ତି। କାମଚଳା ବାଚସ୍ପତି ଭାବେ ଦାୟିତ୍ୱ ନେଇଥିବା ରଣେନ୍ଦ୍ର ପ୍ରତାପ ସ୍ବାଇଁ ସମସ୍ତ ନିର୍ବାଚିତ ସଦସ୍ୟଙ୍କ ଶପଥ ପାଠ କରାଉଛନ୍ତି। ନିୟମାନୁଯାୟୀ, ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶପଥ ଗ୍ରହଣ କରିବା ପରେ ଜଣେ ପରେ ଜଣେ ବିଧାୟକ ଶପଥ ପାଠ କରୁଛନ୍ତି।
ଓଡିଶାରେ ଭାଜପା ସରକାର ଗଠନ ହେବା ପରେ ପ୍ରଥମଥର ପାଇଁ ବିଧାନସଭାରେ ୩ ଦିନିଆ ଅଧିବେଶନ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସମେତ ଅନେକ ବିଧାୟକ ମଙ୍ଗଳବାର ବିଧାନସଭାରେ ପହଞ୍ଚିଛନ୍ତି। ନୂଆ ବିଧାୟକମାନେ ବିଧାନସଭା ଦ୍ୱାରରେ ମୁଣ୍ଡିଆ ମାରି ପ୍ରବେଶ କରୁଥିତ୍ବା ଦେଖାଯାଇଛି।
ଆସନ୍ତା ୨୦ ତାରିଖରେ ରାଜ୍ୟରେ ନୂଆ ବାଚସ୍ପତି ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏଥିଲାଗି ୧୯ ତାରିଖରେ ପ୍ରାର୍ଥୀମାନେ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ୨୦ରେ ବାଚସ୍ପତି ପଦ ଲାଗି ଭୋଟିଂ ହେବାକୁ ଥିବାବେଳେ କେତେଜଣ ଏଥିଲାଗି ନାମାଙ୍କନ ଦାଖଲ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି। ବିରୋଧୀ ପ୍ରାୟତଃ ବାଚସ୍ପତି ନିର୍ବାଚନ ଲାଗି ନିଜର ପ୍ରାର୍ଥୀ ଦେଇ ନ ପାରନ୍ତି। ଅନ୍ୟପଟେ ଭାଜପାରୁ କାହାକୁ ବାଚସ୍ପତି ପଦ ଲାଗି ପ୍ରାର୍ଥୀ କରାଯାଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି। ନୂଆ ବାଚସ୍ପତି ନିର୍ବାଚନ ପରିଚାଳନା ମଧ୍ୟ ରଣେନ୍ଦ୍ର ପ୍ରତାପ ସ୍ବାଇଁ କରାଇବେ।

The post ଶପଥ ନେଲେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝି appeared first on Dharitri Odia News.