ଭାରତ ଚିପ୍ ମେନୁଫେକ୍ଚରିଂ ପଛରେ ପଡିବା ଏକ ବିନାଶକାରୀ ଦୌଡ: ରଘୁରାମ ରାଜନ

ନୂଆଦିଲ୍ଲୀ ୩୧।୩: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କ ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଲିଙ୍କଡଇନରେ ଏକ ନୋଟ୍ ଜାରି କରିଛନ୍ତି। ଏଥିରେ ସେ ଏକ ନ୍ୟୁଜ୍ ଏଜେନ୍ସୀଙ୍କୁ ନିକଟରେ ଦେଇଥିବା ସାକ୍ଷାତକାରକୁ ନେଇ ଆସୁଥିବା କମେଣ୍ଟସର ସେ ପ୍ରତିକ୍ରିୟା ରଖିଛନ୍ତି। ରାଜନ କହିଛନ୍ତି ଯେ ହାୟର ଏଜୁକେସନ ନିମନ୍ତେ ବାର୍ଷିକ ବଜେଟ୍ ତୁଳନାରେ ଚିପ୍ ମେନୁଫେକ୍ଚରିଂ ଲାଗି ସବସିଡିରେ ଅଧିକ ଖର୍ଚ୍ଚ କରିବା ଭାରତର ପଲିସି ଠିକ୍ ନୁହେଁ। ୟୁନିଭର୍ସିଟି ଅଫ ଚିକାଗୋ  ବୁଥ ସ୍କୁଲ ଅଫ ବିଜନେସ୍ ରେ ଫାଇନାନ୍ସ ପ୍ରଫେସର ରାଜନ ଲେଖିଛନ୍ତି ଯେ ‘ଏହା ନିଶ୍ଚିତ ରୂପେ ବିକଶିତ ଦେଶ ବନିବାର ଉପାୟ ନୁହେଁ, ଏଥି ପାଇଁ ମୋ ଟ୍ରୋଲ ମିତ୍ର ଯାହା ବି କହି ପାରନ୍ତି’। ରାଜନ ସ୍ପଷ୍ଟ କରିଛନ୍ତି ଯେ ଏପରି ନୁହେଁ କି ଭାରତକୁ କେବେ ଚିପସ୍‌ ତିଆରି କରିବା ଉଚିତ ନୁହେଁ, ତେବେ ପ୍ରତ୍ୟେକ ଦେଶ ଏବେ ଏପରି କରିବାକୁ ଚେଷ୍ଟା କରୁଛନ୍ତି। ଏଣୁ ଏଥିରେ ଏବେ ସାମିଲ ହେବା ବିନାଶକାରୀ ଦଉଡରେ ସାମିଲ ହେବା ସହ ସମାନ। ନିକଟରେ ରାଜନ ବ୍ଲୁମବର୍ଗକୁ ଏକ ସାକ୍ଷାତକାର ଦେଇଥିଲେ। ଯାହାକୁ ନେଇ ବିବାଦ ଉପୁଜିଛି। ଏହି ସାକ୍ଷାତକାରରେ ସେ ଏଜୁକେସନ ସିଷ୍ଟମକୁ ଠିକ୍ କରିବା ବଦଳେ ଚିପ୍ ମେନୁଫେକ୍ଚରିଂ ଭଳି ଏକ ହାଇପ୍ରୋଫାଇଲ ପ୍ରୋଜେକ୍ଟ ଉପରେ ଫୋକସ କରିବା ନିମନ୍ତେ ସେ ସରକାରଙ୍କୁ ସମାଲୋଚନା କରିଥିଲେ। ଭାରତ ଗତ ମାସରେ ନିଜର ୭୬,୦୦୦ କୋଟି ଟଙ୍କା(୧୦ ବିଲିୟନ ଡଲା

ଭାରତ ଚିପ୍ ମେନୁଫେକ୍ଚରିଂ ପଛରେ ପଡିବା ଏକ ବିନାଶକାରୀ ଦୌଡ: ରଘୁରାମ ରାଜନ

ନୂଆଦିଲ୍ଲୀ ୩୧।୩: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କ ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଲିଙ୍କଡଇନରେ ଏକ ନୋଟ୍ ଜାରି କରିଛନ୍ତି। ଏଥିରେ ସେ ଏକ ନ୍ୟୁଜ୍ ଏଜେନ୍ସୀଙ୍କୁ ନିକଟରେ ଦେଇଥିବା ସାକ୍ଷାତକାରକୁ ନେଇ ଆସୁଥିବା କମେଣ୍ଟସର ସେ ପ୍ରତିକ୍ରିୟା ରଖିଛନ୍ତି। ରାଜନ କହିଛନ୍ତି ଯେ ହାୟର ଏଜୁକେସନ ନିମନ୍ତେ ବାର୍ଷିକ ବଜେଟ୍ ତୁଳନାରେ ଚିପ୍ ମେନୁଫେକ୍ଚରିଂ ଲାଗି ସବସିଡିରେ ଅଧିକ ଖର୍ଚ୍ଚ କରିବା ଭାରତର ପଲିସି ଠିକ୍ ନୁହେଁ। ୟୁନିଭର୍ସିଟି ଅଫ ଚିକାଗୋ  ବୁଥ ସ୍କୁଲ ଅଫ ବିଜନେସ୍ ରେ ଫାଇନାନ୍ସ ପ୍ରଫେସର ରାଜନ ଲେଖିଛନ୍ତି ଯେ ‘ଏହା ନିଶ୍ଚିତ ରୂପେ ବିକଶିତ ଦେଶ ବନିବାର ଉପାୟ ନୁହେଁ, ଏଥି ପାଇଁ ମୋ ଟ୍ରୋଲ ମିତ୍ର ଯାହା ବି କହି ପାରନ୍ତି’। 

ରାଜନ ସ୍ପଷ୍ଟ କରିଛନ୍ତି ଯେ ଏପରି ନୁହେଁ କି ଭାରତକୁ କେବେ ଚିପସ୍‌ ତିଆରି କରିବା ଉଚିତ ନୁହେଁ, ତେବେ ପ୍ରତ୍ୟେକ ଦେଶ ଏବେ ଏପରି କରିବାକୁ ଚେଷ୍ଟା କରୁଛନ୍ତି। ଏଣୁ ଏଥିରେ ଏବେ ସାମିଲ ହେବା ବିନାଶକାରୀ ଦଉଡରେ ସାମିଲ ହେବା ସହ ସମାନ। ନିକଟରେ ରାଜନ ବ୍ଲୁମବର୍ଗକୁ ଏକ ସାକ୍ଷାତକାର ଦେଇଥିଲେ। ଯାହାକୁ ନେଇ ବିବାଦ ଉପୁଜିଛି। ଏହି ସାକ୍ଷାତକାରରେ ସେ ଏଜୁକେସନ ସିଷ୍ଟମକୁ ଠିକ୍ କରିବା ବଦଳେ ଚିପ୍ ମେନୁଫେକ୍ଚରିଂ ଭଳି ଏକ ହାଇପ୍ରୋଫାଇଲ ପ୍ରୋଜେକ୍ଟ ଉପରେ ଫୋକସ କରିବା ନିମନ୍ତେ ସେ ସରକାରଙ୍କୁ ସମାଲୋଚନା କରିଥିଲେ। 

ଭାରତ ଗତ ମାସରେ ନିଜର ୭୬,୦୦୦ କୋଟି ଟଙ୍କା(୧୦ ବିଲିୟନ ଡଲାର)  ଚିପ୍ ସବସିଡି ସ୍କିମରେ ୩ ସେମିକଣ୍ଡକ୍ଟର ପ୍ଲାଣ୍ଟକୁ ମଞ୍ଜୁରି ଦେଇଛି। ଏହି ୩ଟି ଫାସେଲିଟିରେ ମୋଟ ୧.୨୬ଲକ୍ଷ କୋଟି ଟଙ୍କା ନିବେଶ ମଧ୍ୟରୁ ଆନୁମାନିକ ୪୮,୦୦୦ କୋଟି ଟଙ୍କା (୫.୮ ବିଲିୟନ ଡଲାର) କେନ୍ଦ୍ର ସରକାରଙ୍କ ଦ୍ୱାରା ସବସିଡି ଆକାରରେ ଦିଆଯିବ। ରାଜନ ଲେଖିଛନ୍ତି ଯେ ବାସ୍ତବିକତା ହେଉଛି ଚିପ୍ ସବସିଡି କ୍ୟାପିଟାଲ ସବସିଡି ଅଟେ।  ଏହାର ଅଗ୍ରୀମ ପୈଠ କରିବାକୁ ହେବ କାରଣ ଏହା ଉତ୍ପାଦନ ଆଧାରିତ (ପିଏଲଆଇ) ବିପରୀତ। 

ଯଦି ସରକାର ଦାବି କରନ୍ତି ଭାରତ ଖୁବ୍ ଶୀଘ୍ର ଚିପସ୍ ତିଆରି କରିବ, ଯଦି ଏହା ବିଶ୍ୱସନୀୟ ତେବେ ଭାରତକୁ କ୍ୟାପିଟାଲ ସବସିଡି ସେହି ଅନୁସାରେ ଜଲଦି ଦେବାକୁ ପଡିବ। କେବଳ ଭୁଲାଭାଲା ଲୋକେ ଭାବିପାରନ୍ତି ସବସିଡି ଏଠାରେ ବନ୍ଦ ହୋଇଯିବ। ଯଦି ସବୁକିଛି ଠିକଠାକ୍ ରହିଲା ତେବେ ଆମକୁ ଯାହା ମିଳିବ ତାହା ହେଉଛି 28nm ଚିପସ୍। ଆଧୁନିକ ସେଲ ଫୋନମାନଙ୍କରେ ଅତ୍ୟାଧୁନିକ 3nm ଚିପସ୍‌ (ଅଧିକ ପିରସ୍କୃତ ଚିପ୍‌ର ଏନଏମ କମ୍ ହୋଇଥାଏ) ବ୍ୟବହୃତ ହେଉଛି।

ଏଥିରେ ଯଦି ଆମକୁ ବୈଶ୍ୱିକ ଚିପ୍ ମେନୁଫେକ୍ଚରର ହେବାକୁ ଅଛି ତେବେ ଆମକୁ ଏହି ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିବାକୁ ଚିପ୍ କାରଖାନାମାନଙ୍କୁ ଆଗାମୀ କେତେ ପିଢୀ ପର୍ଯ୍ୟନ୍ତ ସବସିଡି ଦେବାକୁ ପଡିବ ଓ ସବସିଡିର ଆକାର ବଢିବାରେ ଲାଗିବ। କାରଣ ଅଧିକ ପରିସ୍କୃତ ଚିପ୍ ତିଆରି କରିବା ପାଇଁ ଉପଯୋଗ ହେବାକୁ ଥିବା ଆଧୁନିକ ଚିପ୍ ମେନୁଫେକ୍ଚରିଂ ଟେକ୍ନୋଲଜି ବହୁତ ଅଧିକ ମହଙ୍ଗା ହେବ ବୋଲି ରାଜନ ଏଥିରେ ସ୍ପଷ୍ଟ କରିଛନ୍ତି।