ତଳକୁ ଧସୁଛି ମାଲକାନଗିରି ଜିଲା ୭ ମହଲା ବିଶିଷ୍ଟ ମୁଖ୍ୟ ଚିକିତ୍ସାଳୟ
ମାଲକାନଗିରି,୧୧ା୧୧(ଦୁର୍ଯ୍ୟୋଧନ ପାତ୍ର): ତଳକୁ ଧସିବାରେ ଲାଗିଛି ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟ। ୭ ମହଲା ବିଶିଷ୍ଟ ଏହି ଚିକିତ୍ସାଳୟର ଅନେକ ସ୍ଥାନ ମାଟି ଭିତରକୁ ଧସିବା ସହ ଚିକିତ୍ସାଳୟଟି ତଳକୁ ଦବି ଯାଉଥିବା ଦେଖିବାକୁ ମିଳିଛି। ବିରାଟ କାୟ ଚିକିତ୍ସାଳୟରେ ତଳ ମହଲାର ବିଭିନ୍ନ ସ୍ଥାନରେ ମାଟି ଦବି ନିର୍ମାଣ ହୋଇଥିବା ଗୃହର କିଛି ଅଂଶ ମଧ୍ୟ ମାଟି ଭିତରକୁ ଦବି ଯାଇଥିବା ଦେଖାଯାଇଛି। ଫଳରେ ଚିକିତ୍ସାଳୟଟି ବିପଦପୂର୍ଣ ଭାବେ ତଳକୁ ଦବିବାରେ ଲାଗିଥିବା ବେଳେ ଏହାର […] The post ତଳକୁ ଧସୁଛି ମାଲକାନଗିରି ଜିଲା ୭ ମହଲା ବିଶିଷ୍ଟ ମୁଖ୍ୟ ଚିକିତ୍ସାଳୟ appeared first on Dharitri Odia News.
ମାଲକାନଗିରି,୧୧ା୧୧(ଦୁର୍ଯ୍ୟୋଧନ ପାତ୍ର): ତଳକୁ ଧସିବାରେ ଲାଗିଛି ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟ। ୭ ମହଲା ବିଶିଷ୍ଟ ଏହି ଚିକିତ୍ସାଳୟର ଅନେକ ସ୍ଥାନ ମାଟି ଭିତରକୁ ଧସିବା ସହ ଚିକିତ୍ସାଳୟଟି ତଳକୁ ଦବି ଯାଉଥିବା ଦେଖିବାକୁ ମିଳିଛି। ବିରାଟ କାୟ ଚିକିତ୍ସାଳୟରେ ତଳ ମହଲାର ବିଭିନ୍ନ ସ୍ଥାନରେ ମାଟି ଦବି ନିର୍ମାଣ ହୋଇଥିବା ଗୃହର କିଛି ଅଂଶ ମଧ୍ୟ ମାଟି ଭିତରକୁ ଦବି ଯାଇଥିବା ଦେଖାଯାଇଛି।
ଫଳରେ ଚିକିତ୍ସାଳୟଟି ବିପଦପୂର୍ଣ ଭାବେ ତଳକୁ ଦବିବାରେ ଲାଗିଥିବା ବେଳେ ଏହାର ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରତିଦିନ ଏଠାରେ ସହ ସହ ସଂଖ୍ୟାର ରୋଗୀ ଆସୁଥିବାବେଳେ ସେମାନଙ୍କୁ ସେବା ଯୋଗାଇବା ପାଇଁ ଶତାଧିକ ଡାକ୍ତର, ସ୍ବାସ୍ଥ୍ୟ କର୍ମୀ ଓ ବିଭିନ୍ନ କର୍ମଚାରୀ ନିୟୋଜିତ ଅଛନ୍ତି। ଏପରି ସ୍ଥିତିରେ ଯଦି ଜିଲା ଚିକିତ୍ସାଳୟ ଧସିବାରେ ଲାଗେ ତେବେ ଏହା ବିପଦକୁ ଆମନ୍ତ୍ରଣ ସଦୃଶ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ଏନେଇ ଜିଲା ସ୍ବାସ୍ଥ୍ୟ ଅଧିକାରୀ ବ୍ରଜବନ୍ଧୁ ଦାସଙ୍କୁ ଯୋଗାଯୋଗ କରିବାରୁ ସେ ଘଟଣାକୁ ସ୍ବୀକାର କରିଛନ୍ତି। ଏହା ସହ ସେ କହିଛନ୍ତି, ଗତ ୬ ମାସଧରି ଆମେ ଅନୁଭବ କରୁଛୁ କି ଚିକିତ୍ସାଳୟର ତଳ ଫ୍ଲୋର ଦାବିବାରେ ଲାଗିଛି। ବିଭିନ୍ନ ସ୍ଥାନରେ ଏପରି ମାଟି ଧସି ଯାଇଥିବା ବେଳେ ପୂର୍ବରୁ ଏନେଇ ଆରଆଣ୍ଡବି ବିଭାଗକୁ ଅବଗତ କରଯାଇଥିଲା। ଏହାପରେ ବିଭାଗ ପକ୍ଷରୁ ଏହାକୁ ନିର୍ମାଣ କରାଯାଇଥିଲା। କିନ୍ତୁ କିଛିଦିନ ପରେ ପୁଣି ବିଭିନ୍ନ କକ୍ଷ ଫ୍ଲୋର ଧସିଯାଇଥିବା ବେଳେ ଏହାକୁ ପୁନଃ ମରାମତି ପାଇଁ ବିଭାଗକୁ ଚିଠି କରାଯାଇଛି। ତୁରନ୍ତ ଏହାର ମରାମତି ଦିଗରେ ପଦକ୍ଷେପ ନେବାକୁ ଦାସ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି କହିିଛନ୍ତି ।
The post ତଳକୁ ଧସୁଛି ମାଲକାନଗିରି ଜିଲା ୭ ମହଲା ବିଶିଷ୍ଟ ମୁଖ୍ୟ ଚିକିତ୍ସାଳୟ appeared first on Dharitri Odia News.