ଧରଣୀଧର ବିଶ୍ବବିଦ୍ୟାଳୟରେ ନିଯୁକ୍ତ ହେବେ କୁଳସଚିବ

ଭୁବନେଶ୍ବର:କେନ୍ଦୁଝରରେ ନୂତନ ଭାବେ ପ୍ରତିଷ୍ଠା ହୋଇଥିବା ଧରଣୀଧର ବିଶ୍ବବିଦ୍ୟାଳୟରେ ନିଯୁକ୍ତ ହେବେ ନୂଆ କୁଳସଚିବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସାଧାରଣ ପ୍ରଶାସନ ଓ ସାଧରଣ ଅଭିଯୋଗ ବିଭାଗକୁ ଚିଠି ଲେଖାଯାଇଛି। ଉଚ୍ଚଶିକ୍ଷା ବିଭାଗ ସ୍ବତନ୍ତ୍ର ସଚିବ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଜଣେ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ଅଧିକାରୀଙ୍କୁ ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ଭାବେ ନିଯୁକ୍ତି ଦେବାକୁ ଅନୁରୋଧ କରାଯାଇଛି। ଯୁଗ୍ମ ସଚିବଙ୍କ ଉପରିସ୍ଥ ପାହ୍ୟାର ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ କୁହାଯାଇଛି। ପୂର୍ବରୁ ଏନେଇ ଜଣାଯାଇଥିଲେ […]

ଧରଣୀଧର ବିଶ୍ବବିଦ୍ୟାଳୟରେ ନିଯୁକ୍ତ ହେବେ କୁଳସଚିବ

ଭୁବନେଶ୍ବର:କେନ୍ଦୁଝରରେ ନୂତନ ଭାବେ ପ୍ରତିଷ୍ଠା ହୋଇଥିବା ଧରଣୀଧର ବିଶ୍ବବିଦ୍ୟାଳୟରେ ନିଯୁକ୍ତ ହେବେ ନୂଆ କୁଳସଚିବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସାଧାରଣ ପ୍ରଶାସନ ଓ ସାଧରଣ ଅଭିଯୋଗ ବିଭାଗକୁ ଚିଠି ଲେଖାଯାଇଛି। ଉଚ୍ଚଶିକ୍ଷା ବିଭାଗ ସ୍ବତନ୍ତ୍ର ସଚିବ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଜଣେ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ଅଧିକାରୀଙ୍କୁ ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ଭାବେ ନିଯୁକ୍ତି ଦେବାକୁ ଅନୁରୋଧ କରାଯାଇଛି। ଯୁଗ୍ମ ସଚିବଙ୍କ ଉପରିସ୍ଥ ପାହ୍ୟାର ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ କୁହାଯାଇଛି। ପୂର୍ବରୁ ଏନେଇ ଜଣାଯାଇଥିଲେ ମଧ୍ୟ ଏଯାବତ୍‌ ନିଯୁକ୍ତି ମିଳିନି। ବିଶ୍ବବିଦ୍ୟାଳୟର ସୁପରିଚାଳନା ପାଇଁ ତୁରନ୍ତ କୁଳସଚିବ ନିଯୁକ୍ତି ଦେବାକୁ କୁହାଯାଇଛି।