ଥାନାରେ ପୁଲିସ-ଜନତା ମୁହାଁମୁହିଁ

ସ୍ଥିତିକୁ ଦେଖି ନିକଟସ୍ଥ ଦେଓଗାଁରୁ ବି ତୁଷରାକୁ ପୁଲିସ ପଠାଯାଇଛି। 

ଥାନାରେ ପୁଲିସ-ଜନତା ମୁହାଁମୁହିଁ

ବଲାଙ୍ଗିର ଜିଲ୍ଲା ତୁଷୁରା ଥାନାରେ ପୁଲିସ ଓ ପବ୍ଲିକ ମଧ୍ୟରେ ମୁହାଁମୁହିଁ ଏବଂ ଧସ୍ତାଧସ୍ତି ହୋଇଛି। ସେଠାରେ ସ୍ଥିତି ଏବେ ବି ଉତ୍ତେଜନାପୂର୍ଣ୍ଣ ରହିଛି। 

ପୂର୍ବରୁ ଗୋଦାମପଡ଼ା ଓ ପତିତପାବନପଡ଼ା ଗାଁ ମଧ୍ୟରେ ସଂଘର୍ଷ ହୋଇଥିଲା। ତେବେ ଏହି ଘଟଣାରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ
ନେଇ ନଥିଲା ବୋଲି ଗୋଦାମପଡ଼ା ବାସୀ ଅଭିଯୋଗ କରିଥିଲେ।

କାର୍ଯ୍ୟାନୁଷ୍ଠାନ ଦାବିରେ ଗୋଦାମପଡ଼ାବାସୀ ଆଜି ଥାନା ଆଗରେ ପ୍ରତିବାଦ କରୁଥିଲେ। ଥାନା ବାହାରେ ପ୍ରତିବାଦ କରୁଥିବାବେଳେ ଅତର୍କିତ ଭାବେ କିଛି ଲୋକେ ହଠାତ ଥାନା ଭିତରକୁ ଧସେଇ ପଶିଥିଲେ।

ସେମାନେ ଥାନ ପରିସରରେ ପୁଲିସ ଗାଡ଼ିକୁ ଆକ୍ରମଣ କରି ଭାଙ୍ଗିବା ପାଇଁ ଉଦ୍ୟମ କରୁଥିଲେ। ଏହାପରେ ଜବାବରେ ପୁଲିସ ମଧ୍ୟ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲା। ଫଳରେ ସେମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ । ବର୍ତ୍ତମାନ ବି ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ସ୍ଥିତିକୁ ଦେଖି ନିକଟସ୍ଥ ଦେଓଗାଁରୁ ବି ତୁଷରାକୁ ପୁଲିସ ପଠାଯାଇଛି।