ସକାଳେ ମନ୍ତ୍ରୀ ପଦରୁ ଦେଇଥିଲେ ଇସ୍ତଫା, ସନ୍ଧ୍ୟାରେ କଲେ ପ୍ରତ୍ୟାହାର
ଶିମ୍ଲା,୨୮।୨: ହିମାଚଳ ପ୍ରଦେଶର ସୁଖବିନ୍ଦର ସିଂ ସୁଖୁ ସରକାରଙ୍କ ନଗର ଉନ୍ନୟନ ମନ୍ତ୍ରୀ ବିକ୍ରମଦିତ୍ୟ ସିଂ ବୁଧବାର ସକାଳେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ, କିନ୍ତୁ ସନ୍ଧ୍ୟାରେ ଦଳର ନେତା ତଥା ପର୍ଯ୍ୟବେକ୍ଷକଙ୍କ ବୈଠକ ପରେ ସେ ଇସ୍ତଫା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ସକାଳେ ବିଧାନସଭା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କାନ୍ଦି କାନ୍ଦି ଇସ୍ତଫା ଘୋଷଣା କରିଥିଲେ। ସେ ତାଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ନିକଟରେ ଦାଖଲ କରୁଛନ୍ତି ବୋଲି […] The post ସକାଳେ ମନ୍ତ୍ରୀ ପଦରୁ ଦେଇଥିଲେ ଇସ୍ତଫା, ସନ୍ଧ୍ୟାରେ କଲେ ପ୍ରତ୍ୟାହାର appeared first on Dharitri Odia News.
ଶିମ୍ଲା,୨୮।୨: ହିମାଚଳ ପ୍ରଦେଶର ସୁଖବିନ୍ଦର ସିଂ ସୁଖୁ ସରକାରଙ୍କ ନଗର ଉନ୍ନୟନ ମନ୍ତ୍ରୀ ବିକ୍ରମଦିତ୍ୟ ସିଂ ବୁଧବାର ସକାଳେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ, କିନ୍ତୁ ସନ୍ଧ୍ୟାରେ ଦଳର ନେତା ତଥା ପର୍ଯ୍ୟବେକ୍ଷକଙ୍କ ବୈଠକ ପରେ ସେ ଇସ୍ତଫା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ସକାଳେ ବିଧାନସଭା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କାନ୍ଦି କାନ୍ଦି ଇସ୍ତଫା ଘୋଷଣା କରିଥିଲେ। ସେ ତାଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ନିକଟରେ ଦାଖଲ କରୁଛନ୍ତି ବୋଲି କହିଥିଲେ। କିନ୍ତୁ ସନ୍ଧ୍ୟାରେ ୟୁ-ଟର୍ନ ନେଇଥିଲେ। ଇସ୍ତଫା ସତ୍ତ୍ୱେ ସେ ଦଳରେ ରହିବେ ଏବଂ ତାଙ୍କ ସମର୍ଥକ ତଥା ଶୁଭେଚ୍ଛୁମାନଙ୍କ ସହ ପରାମର୍ଶ କରି ଭବିଷ୍ୟତ ରାଜନୀତି ସ୍ଥିର କରିବେ ବୋଲି ସେ କହିଛନ୍ତି। ଇସ୍ତଫା ଘୋଷଣା କରିବା ପୂର୍ବରୁ ବିକ୍ରମଦିତ୍ୟ ସିଂ ନିଜ ସରକାରକୁ କାଠଗଡାରେ ରଖିଥିଲେ ଏବଂ ଅନେକ ଗୁରୁତର ଅଭିଯୋଗ କରିଥିଲେ। ସେ କହିଥିଲେ, ଯେତେବେଳେ ସେ ମନ୍ତ୍ରୀ ଥିଲେ ମଧ୍ୟ ତାଙ୍କୁ ଅନେକ ଥର ଅପମାନିତ କରିବାକୁ ଚେଷ୍ଟା କରାଯାଇଥିଲା ଏବଂ ଭିତ୍ତି ପ୍ରସ୍ତର ଫଳକ ଭାଙ୍ଗି ଯାଇଥିଲା। ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ତାଙ୍କ ବିଭାଗରେ ଅଯଥା ହସ୍ତକ୍ଷେପ କରି ତାଙ୍କୁ ହଇରାଣ କରିବାକୁ ଚେଷ୍ଟା କରିଛନ୍ତି।
The post ସକାଳେ ମନ୍ତ୍ରୀ ପଦରୁ ଦେଇଥିଲେ ଇସ୍ତଫା, ସନ୍ଧ୍ୟାରେ କଲେ ପ୍ରତ୍ୟାହାର appeared first on Dharitri Odia News.