ପୁଷ୍ପା-୨: ରିଲିଜ୍ ପୂର୍ବରୁ ୧୦୮୫ କୋଟିର ବ୍ୟବସାୟ
ମୁମ୍ବାଇ: ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ‘ପୁଷ୍ପା ୨: ଦି ରୁଲ୍’ ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ। ତେବେ ରିଲିଜ୍ ପୂର୍ବରୁ ଏହି ଚଳଚ୍ଚିତ୍ର ୧ ହଜାର କୋଟି ଟଙ୍କାର ବ୍ୟବସାୟ କରିପାରିଥିବା ଫିଲ୍ମ କ୍ଲବ୍ରେ ସାମିଲ ହୋଇପାରିଛି। ରିପୋର୍ଟ ଅନୁଯାୟୀ, ‘ପୁଷ୍ପା ୨’ ନିଜର ଥିଏଟ୍ରୀକାଲ ରାଇଟ୍ସକୁ ୬୪୯ କୋଟିରେ ବିକ୍ରି କରିଛି। ସେହିପରି ଏହି ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ନିଜର ଷ୍ଟ୍ରିମିଂ ରାଇଟ୍ସରୁ ମଧ୍ୟ ଭଲ ରୋଜଗାର କରିଛି। […] The post ପୁଷ୍ପା-୨: ରିଲିଜ୍ ପୂର୍ବରୁ ୧୦୮୫ କୋଟିର ବ୍ୟବସାୟ appeared first on Dharitri Odia News.
ମୁମ୍ବାଇ: ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ‘ପୁଷ୍ପା ୨: ଦି ରୁଲ୍’ ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ। ତେବେ ରିଲିଜ୍ ପୂର୍ବରୁ ଏହି ଚଳଚ୍ଚିତ୍ର ୧ ହଜାର କୋଟି ଟଙ୍କାର ବ୍ୟବସାୟ କରିପାରିଥିବା ଫିଲ୍ମ କ୍ଲବ୍ରେ ସାମିଲ ହୋଇପାରିଛି। ରିପୋର୍ଟ ଅନୁଯାୟୀ, ‘ପୁଷ୍ପା ୨’ ନିଜର ଥିଏଟ୍ରୀକାଲ ରାଇଟ୍ସକୁ ୬୪୯ କୋଟିରେ ବିକ୍ରି କରିଛି। ସେହିପରି ଏହି ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ନିଜର ଷ୍ଟ୍ରିମିଂ ରାଇଟ୍ସରୁ ମଧ୍ୟ ଭଲ ରୋଜଗାର କରିଛି। ଫିଲ୍ମଟି ନିଜର ଡିଜିଟାଲ୍ ରାଇଟ୍ସକୁ ଓଟିଟି ପ୍ଲାଟଫର୍ମ ନେଟ୍ଫ୍ଲିକ୍ସକୁ ୨୭୫ କୋଟି ଟଙ୍କାରେ ବିକ୍ରି କରିଛି। ସେହିପରି ଏହି ଚଳଚ୍ଚିତ୍ରର ମ୍ୟୁଜିକ୍ ରାଇଟ୍ସ ୬୫ କୋଟି ଟଙ୍କାରେ ବିକ୍ରି ହୋଇଛି । ଏହାର ସାଟେଲାଇଟ ରାଇଟ୍ସକୁ ମଧ୍ୟ ନିର୍ମାତାମାନେ ବିକ୍ରି କରି ୮୫ କୋଟି ଟଙ୍କା ରୋଜଗାର କରିଛନ୍ତି। ଅନ୍ୟପକ୍ଷରେ ଫିଲ୍ମର ନିର୍ମାତା ଏହାର ନନ୍ ଥିଏଟ୍ରୀକାଲ୍ ରାଇଟ୍ସକୁ ବିକ୍ରି କରି ୪୨୫ କୋଟି ଟଙ୍କା ରୋଜଗାର କରିଛନ୍ତି। ‘ପୁଷ୍ପା ୨: ଦି ରୁଲ୍’ ଫିଲ୍ମ ଆସନ୍ତା ଡିସେମ୍ବର ୬ରେ ମୁକ୍ତିଲାଭ କରିବାକୁ ଯାଉଛି। ରିଲିଜ୍ ପୂର୍ବରୁ ଏହି ଚଳଚ୍ଚିତ୍ର ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନାରୁ ୨୨୦ କୋଟି ଟଙ୍କା ରୋଜଗାର କରିଛି। ଏଥିସହିତ ଫିଲ୍ମଟି ଉତ୍ତର ଭାରତରେ ୨୦୦ କୋଟି, ତାମିଲନାଡୁରେ ୫୦ କୋଟି, କର୍ନାଟକରେ ୩୦ କୋଟି, କେରଳରେ ୨୦ କୋଟି ଏବଂ ଅନ୍ତର୍ଜାତୀୟ ବଜାରରେ ୧୪୦ କୋଟି ରୋଜଗାର କରିଛି। ସୁକୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅଲୁ ବିପକ୍ଷରେ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କୁ ଦେଖିବାକୁ ମିଳିବ।
The post ପୁଷ୍ପା-୨: ରିଲିଜ୍ ପୂର୍ବରୁ ୧୦୮୫ କୋଟିର ବ୍ୟବସାୟ appeared first on Dharitri Odia News.