ସକାଳୁ ଉଠି ନିଶ୍ଚୟ କରନ୍ତୁ ଏହି ୪ କାମ; ସବୁ କାର୍ଯ୍ୟରେ ହେବେ ସଫଳ…
ଚାଣକ୍ୟଙ୍କ ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ପ୍ରତିଟି ସମସ୍ୟା ଏବଂ ତାର ସମାଧାନର ବାଟ ରହିଛି। ଆଜି ବି ଏହି ଜ୍ଞାନ ଲୋକଙ୍କୁ ଆଗକୁ ବଢ଼ିବାକୁ ମାର୍ଗଦର୍ଶନ ଦେଇଆସୁଛି। ଜୀବନରେ ସଫଳ ହେବାକୁ ଚାହୁଁଥିଲେ ଦିନର ଆରମ୍ଭ ସଠିକ ଭାବେ କରିବା ଉଚିତ ବୋଲି ଚାଣକ୍ୟ କହିଛନ୍ତି। ଏହାଦ୍ୱାରା ବ୍ୟକ୍ତି ପ୍ରତିଟି କାର୍ଯ୍ୟକୁ ଭଲ ଭାବେ କରିପାରିଥାଏ। ଯେପରିକି: -ଯୋଜନା ଅଥବା ରୂପରେଖ: ଚାଣକ୍ୟ କୁହନ୍ତି ବ୍ୟକ୍ତିଙ୍କୁ ସର୍ବପ୍ରଥମେ ଦିନ ଯାକ କ’ଣ କରିବାକୁ ହେବ […] The post ସକାଳୁ ଉଠି ନିଶ୍ଚୟ କରନ୍ତୁ ଏହି ୪ କାମ; ସବୁ କାର୍ଯ୍ୟରେ ହେବେ ସଫଳ… appeared first on Dharitri Odia News.
ଚାଣକ୍ୟଙ୍କ ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ପ୍ରତିଟି ସମସ୍ୟା ଏବଂ ତାର ସମାଧାନର ବାଟ ରହିଛି। ଆଜି ବି ଏହି ଜ୍ଞାନ ଲୋକଙ୍କୁ ଆଗକୁ ବଢ଼ିବାକୁ ମାର୍ଗଦର୍ଶନ ଦେଇଆସୁଛି। ଜୀବନରେ ସଫଳ ହେବାକୁ ଚାହୁଁଥିଲେ ଦିନର ଆରମ୍ଭ ସଠିକ ଭାବେ କରିବା ଉଚିତ ବୋଲି ଚାଣକ୍ୟ କହିଛନ୍ତି। ଏହାଦ୍ୱାରା ବ୍ୟକ୍ତି ପ୍ରତିଟି କାର୍ଯ୍ୟକୁ ଭଲ ଭାବେ କରିପାରିଥାଏ। ଯେପରିକି:
-ଯୋଜନା ଅଥବା ରୂପରେଖ:
ଚାଣକ୍ୟ କୁହନ୍ତି ବ୍ୟକ୍ତିଙ୍କୁ ସର୍ବପ୍ରଥମେ ଦିନ ଯାକ କ’ଣ କରିବାକୁ ହେବ ସେନେଇ ଯୋଜନା ପ୍ରସ୍ତୁତ କରିବା ଉଚିତ। ନିଜର ଲକ୍ଷ୍ୟକୁ ଦୃଷ୍ଟିରେ ରଖି ଏହାକୁ କରନ୍ତୁ। ଏହା ଦିନତମାମ ମୁଣ୍ଡରେ ରହିବ। ଏହାଦ୍ୱାରା ଯେକେହି ଆଗକୁ ବଢ଼ି ପାରିବ।
-ସମୟ ପରିଚାଳନା:
ଚାଣକ୍ୟ କୁହନ୍ତି ଯେଉଁ ବ୍ୟକ୍ତି ସମୟର ମୂଲ୍ୟକୁ ଜାଣେ, ସେ ସଫଳ ହୋଇଥାଏ। ଏଥିପାଇଁ ବ୍ୟକ୍ତିକୁ ନିଜର ସମସ୍ତ କାର୍ଯ୍ୟ ସମୟ ଥାଇ ପୂରଣ କରିବା ଉଚିତ। ଯୋଜନା ମୁତାବକ ସମୟକୁ ଧ୍ୟାନରେ ରଖି ଯିଏ କାମ କରିଥାଏ ସେ ସଫଳ ହୁଏ। କାରଣ ଅତିତ କେବେ ଲେଉଟେନାହିଁ। ଏଣୁ ସମୟର ସଦୁପଯୋଗ କରନ୍ତୁ।
-ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ:
ଚାଣକ୍ୟ କୁହନ୍ତି କୌଣସି କାର୍ଯ୍ୟରେ ସଫଳ ହେବା ଲାଗି ନିରୋଗୀ ରହିବା ଉଚିତ। ଏଥିଲାଗି ସ୍ବାସ୍ଥ୍ୟପ୍ରତି ଯତ୍ନବାନ ହୁଅନ୍ତୁ। ପ୍ରତିଦିନ ସକାଳୁ ଉଠି କିଛି ସମୟ ଯୋଗ ଅଥବା ବ୍ୟାୟାମ କରନ୍ତୁ। ଏହାଦ୍ୱାରା ଶରୀର ମଜଭୂତ ହେବା ସହ ନିଜର କ୍ଷମତା ବଢ଼ିଥାଏ।
-ପରିବାରକୁ ସମୟ: ଚାଣକ୍ୟ କୁହନ୍ତି ପ୍ରତିଟି ବ୍ୟକ୍ତି ପରିବାର ପାଇଁ ସବୁକିଛି କରିଥାଏ। ଏଥିଲାଗି ଲୋକଙ୍କୁ ସକାଳେ କିଛି ସମୟ ପରିବାର ସହ ବିତାଇବା ଉଚିତ। ଏହାଦ୍ୱାରା ବ୍ୟକ୍ତିଙ୍କୁ ସୁଖଦ ଅନୁଭୂତି ମିଳିଥାଏ। ସେହିଭଳି କାର୍ଯ୍ୟ କରିବାକୁ ଶକ୍ତି ମଧ୍ୟ ମିଳିଥାଏ। ପରିବାରରୁ ମିଳୁଥିବା ପ୍ରେରଣାରୁ ବ୍ୟକ୍ତିଟିଏ ନିଷ୍ଠାର ସହ ଲକ୍ଷ୍ୟ ପ୍ରାପ୍ତି କରିବାର ଚେଷ୍ଟା କରିଥାଏ।
The post ସକାଳୁ ଉଠି ନିଶ୍ଚୟ କରନ୍ତୁ ଏହି ୪ କାମ; ସବୁ କାର୍ଯ୍ୟରେ ହେବେ ସଫଳ… appeared first on Dharitri Odia News.