ୱାକାଥନ ଜରିଆରେ କ୍ୟାନ୍‌ସର ସଚେତନତା

ଭୁବନେଶ୍ୱର,୧୦।୭ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା କଟକ ତେଲଙ୍ଗାପେଣ୍ଠସ୍ଥିତ ଏଚ୍‌ସିଜି ପଣ୍ଡା କ୍ୟାନ୍‌ସର ହସ୍ପିଟାଲ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ବାଲେଶ୍ୱରଠାରେ ରୋଟାରି କ୍ଲବ୍‌ ସହଭାଗିତାରେ ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଏକ ମେଗା ଓ୍ବାକାଥନ (କ୍ୱିଟ୍‌ ଟୋବାକୋ)ର ଆୟୋଜନ ସହ ଓ୍ବାକାଥନ ଜରିଆରେ କ୍ୟାନ୍‌ସର ସଚେତନତା ରାଲି ବାଲେଶ୍ୱର ଗାନ୍ଧୀ ସ୍ମୃତି ଭବନଠାରୁ ବାହାରି ଜିଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ଯାଇଥିଲା। କ୍ୟାନ୍‌ସରର ଭୟବହତାକୁ ନେଇ ସମଗ୍ର ବିଶ୍ବ ବର୍ତ୍ତମାନ ଚିନ୍ତିତ […] The post ୱାକାଥନ ଜରିଆରେ କ୍ୟାନ୍‌ସର ସଚେତନତା appeared first on Dharitri Odia News.

ୱାକାଥନ ଜରିଆରେ କ୍ୟାନ୍‌ସର ସଚେତନତା

ଭୁବନେଶ୍ୱର,୧୦।୭ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା କଟକ ତେଲଙ୍ଗାପେଣ୍ଠସ୍ଥିତ ଏଚ୍‌ସିଜି ପଣ୍ଡା କ୍ୟାନ୍‌ସର ହସ୍ପିଟାଲ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ବାଲେଶ୍ୱରଠାରେ ରୋଟାରି କ୍ଲବ୍‌ ସହଭାଗିତାରେ ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଏକ ମେଗା ଓ୍ବାକାଥନ (କ୍ୱିଟ୍‌ ଟୋବାକୋ)ର ଆୟୋଜନ ସହ ଓ୍ବାକାଥନ ଜରିଆରେ କ୍ୟାନ୍‌ସର ସଚେତନତା ରାଲି ବାଲେଶ୍ୱର ଗାନ୍ଧୀ ସ୍ମୃତି ଭବନଠାରୁ ବାହାରି ଜିଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ଯାଇଥିଲା।
କ୍ୟାନ୍‌ସରର ଭୟବହତାକୁ ନେଇ ସମଗ୍ର ବିଶ୍ବ ବର୍ତ୍ତମାନ ଚିନ୍ତିତ ଥିଲାବେଳେ ଏହାର ନିରାକରଣ ଦିଗରେ ବିଶ୍ବର ବହୁ ବୈଜ୍ଞାନିକ କାର୍ଯ୍ୟରତ ଅଛନ୍ତି। ସେମାନେ ତାଙ୍କର ଚେଷ୍ଟା ଜାରି ରଖିଥିବାବେଳେ ସଚେତନତା ହିଁ ବର୍ତ୍ତମାନର ସମୟ ପାଇଁ ସର୍ବୋଷଧୀ। କାର୍ଯ୍ୟକ୍ରମର ୨ୟ ଅଧିବେଶନରେ ଏକ ସଚେତନତା ସଭା ଜିଲା ଅତିଥି ଭବନଠାରେ ଆୟୋଜନ କରାଯାଇଥିଲା। ଏହି ସଭାରେ ବାଲେଶ୍ବର ଜିଲାର ଅତିରିକ୍ତ ଜିଲା ଚିକିତ୍ସା ଅଧିକାରୀ ଡା. ମୃତ୍ୟୁଞ୍ଜୟ ମିଶ୍ର, ବାଲେଶ୍ବର ପୌରପାଳିକା ଅଧ୍ୟକ୍ଷା ସବିତା ସାହୁ, ସହଦେବ ଖୁଣ୍ଟା ଥାନା ଅଧିକାରୀ ଜୟନ୍ତ ବେହେରା, ରୋଟାରି କ୍ଲବ୍‌ର ସଭାପତି ରୋଟାରିଆନ କର୍ନେଲ କ୍ଷେତ୍ରମୋହନ ମହାପାତ୍ର, ସମ୍ପାଦକ ରୋଟାରିଆନ ପ୍ରବଳ ସିହ୍ନା ଏବଂ ଏଚ୍‌ସିଜି ପଣ୍ଡା କ୍ୟାନ୍‌ସର ହସ୍ପିଟାଲର ଡା.ରଞ୍ଜିତ କର ପ୍ରମୁଖ ଅତିଥି ଭାବେ ଯୋଗଦେଇ କ୍ୟାନ୍‌ସରଠାରୁ ଦୂରେଇରହିବା ପାଇଁ ବିଭିନ୍ନ ପ୍ରକାର ସଚେତନତା ବାର୍ତ୍ତା ପ୍ରଦାନ ସହ ଏକ ସଚେତନମୂଳକ କାର୍ଯ୍ୟକ୍ରମ ‘ହାଭ ମୋର ଟି, ନୋ ମୋର ପଫ୍‌’ ମାଧ୍ୟମରେ ଚା ସେବନ କର ହେଲେ, ଚା ସେବନ ପରେ ଧୂମପାନକୁ ସମ୍ପୂର୍ଣ୍ଣ ଭାବେ ବାରଣ କରିବା ପାଇଁ ଅତିଥିମାନେ ବିସ୍ତୃତ ଭାବେ ମତବ୍ୟକ୍ତ କରିବା ସହିତ ପରାମର୍ଶ ମଧ୍ୟ ଦେଇଥିଲେ।

The post ୱାକାଥନ ଜରିଆରେ କ୍ୟାନ୍‌ସର ସଚେତନତା appeared first on Dharitri Odia News.