ସ୍ପଷ୍ଟ ଚିହ୍ନିତ ହେଲା ଲଘୁଚାପ କ୍ଷେତ୍ର: ଏସବୁ ଜିଲାରେ ବର୍ଷା 

ଭୁବନେଶ୍ୱର,୮।୪: ସ୍ପଷ୍ଟ ଚିହ୍ନିତ ହେଲା ଲଘୁଚାପ କ୍ଷେତ୍ର । ଏହା  ଲଘୁଚାପ  କ୍ଷେତ୍ରରେ ପରିଣତ ହୋଇଛି। ଦକ୍ଷିଣପଶ୍ଚିମ ପାଶର୍‌ବବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା  ସ୍ପଷ୍ଟଚିହ୍ନିତ ହୋଇଛି।  ଆଗାମୀ ୨୪ ଘଣ୍ଟା ଯାଏ ନିଜର ତୀବ୍ରତା ବଜାୟ ରଖିବ। ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବ। ପରବର୍ତ୍ତୀ ୨୪ ଘଣ୍ଟାରେ ଦିଗ ପରିବର୍ତ୍ତନ କରି ଉତ୍ତର-ଉତ୍ତରପୂର୍ବ ଦିଗରେ ଯିବ। କେନ୍ଦ୍ରୀୟ ବଙ୍ଗୋପସାଗରରେ ଧୀରେଧୀରେ ଦୁର୍ବଳ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଏହା ପ୍ରଭାବରେ ମଙ୍ଗଳବାର ରାଜ୍ୟର  […] The post ସ୍ପଷ୍ଟ ଚିହ୍ନିତ ହେଲା ଲଘୁଚାପ କ୍ଷେତ୍ର: ଏସବୁ ଜିଲାରେ ବର୍ଷା  appeared first on Dharitri Odia News.

ସ୍ପଷ୍ଟ ଚିହ୍ନିତ ହେଲା ଲଘୁଚାପ କ୍ଷେତ୍ର: ଏସବୁ ଜିଲାରେ ବର୍ଷା 
ଭୁବନେଶ୍ୱର,୮।୪: ସ୍ପଷ୍ଟ ଚିହ୍ନିତ ହେଲା ଲଘୁଚାପ କ୍ଷେତ୍ର । ଏହା  ଲଘୁଚାପ  କ୍ଷେତ୍ରରେ ପରିଣତ ହୋଇଛି। ଦକ୍ଷିଣପଶ୍ଚିମ ପାଶର୍‌ବବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା  ସ୍ପଷ୍ଟଚିହ୍ନିତ ହୋଇଛି।  ଆଗାମୀ ୨୪ ଘଣ୍ଟା ଯାଏ ନିଜର ତୀବ୍ରତା ବଜାୟ ରଖିବ। ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବ। ପରବର୍ତ୍ତୀ ୨୪ ଘଣ୍ଟାରେ ଦିଗ ପରିବର୍ତ୍ତନ କରି ଉତ୍ତର-ଉତ୍ତରପୂର୍ବ ଦିଗରେ ଯିବ। କେନ୍ଦ୍ରୀୟ ବଙ୍ଗୋପସାଗରରେ ଧୀରେଧୀରେ ଦୁର୍ବଳ ହେବାର ସମ୍ଭାବନା ରହିଛି।
ଏହାର ପ୍ରଭାବରେ ଏହା ପ୍ରଭାବରେ ମଙ୍ଗଳବାର ରାଜ୍ୟର  ସୁନ୍ଦରଗଡ଼, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ, ସମ୍ବଲପୁର, ଦେବଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର ଆଦି ଜିଲାରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇପାରେ। ଏଥିସହ ୩୦ରୁ ୫୦ କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏଥିପାଇଁ ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ତେବେ ଅନ୍ୟସବୁ ଜିଲାରେ ପାଗ ପ୍ରାୟତଃ ଶୁଖିଲା ରହିବ। ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ପ୍ରଭାବ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।
ଅନ୍ୟପଟେ ରାଜ୍ୟରେ ସୋମବାର ୭ ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ବା ତା’ଠାରୁ ଅଧିକ ରହିଥିଲା। ଅନୁଗୋଳରେ ଦିନ ତାପମାତ୍ରା ସର୍ବାଧିକ ୪୨.୭ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବାବେଳେ ବୌଦ୍ଧରେ ୪୧.୮, ଝାରସୁଗୁଡ଼ାରେ ୪୧.୬, ସୋନପୁରରେ ୪୧.୪, ଭବାନୀପାଟଣାରେ ୪୦.୫, ହୀରାକୁଦରେ ୪୦.୩ ଓ ସମ୍ବଲପୁରରେ ୪୦ ଡିଗ୍ରୀ ସେଲସିୟସ ରହିଥିଲା। ତେବେ କାଳବୈଶାଖୀ ପ୍ରଭାବରେ ୨ ଦିନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇପାରେ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

The post ସ୍ପଷ୍ଟ ଚିହ୍ନିତ ହେଲା ଲଘୁଚାପ କ୍ଷେତ୍ର: ଏସବୁ ଜିଲାରେ ବର୍ଷା  appeared first on Dharitri Odia News.