୩୦ରୁ ଅତି ପ୍ରବଳ ବର୍ଷା:ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୨୮।୮(ଅନୁରାଧା ମହାରଣା):ପୂର୍ବ ମଧ୍ୟ ଏବଂ ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଗୁରୁବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟିହେବାକୁ ଥିବାବେଳେ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବ। ସୃଷ୍ଟି ହେବାକୁ ଥିବା ଲଘୁଚାପ ଆଗାମୀ ୨ଦିନରେ ପଶ୍ଚିମ- ଉତ୍ତର ଦିଗରେ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧପ୍ରଦେଶ ଉପକୂଳବର୍ତ୍ତୀ ଅଞ୍ଚଳ ଦେଇ ଗତି କରିବ। ଏ ନେଇ ମଙ୍ଗଳବାର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ବୁଧବାର ପ୍ରବଳ ବର୍ଷା (୭ରୁ ୧୧ […] The post ୩୦ରୁ ଅତି ପ୍ରବଳ ବର୍ଷା:ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ appeared first on Dharitri Odia News.

୩୦ରୁ ଅତି ପ୍ରବଳ ବର୍ଷା:ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୨୮।୮(ଅନୁରାଧା ମହାରଣା):ପୂର୍ବ ମଧ୍ୟ ଏବଂ ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଗୁରୁବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟିହେବାକୁ ଥିବାବେଳେ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବ। ସୃଷ୍ଟି ହେବାକୁ ଥିବା ଲଘୁଚାପ ଆଗାମୀ ୨ଦିନରେ ପଶ୍ଚିମ- ଉତ୍ତର ଦିଗରେ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧପ୍ରଦେଶ ଉପକୂଳବର୍ତ୍ତୀ ଅଞ୍ଚଳ ଦେଇ ଗତି କରିବ। ଏ ନେଇ ମଙ୍ଗଳବାର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ବୁଧବାର ପ୍ରବଳ ବର୍ଷା (୭ରୁ ୧୧ ସେମି ପର୍ଯ୍ୟନ୍ତ) ହେବା ନେଇ କିଛି ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଏହି ଜିଲାଗୁଡ଼ିକ ମଧ୍ୟରେ ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ବରଗଡ଼, ଅନୁଗୋଳ, ନୟାଗଡ଼, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ପୁରୀ ଓ ଜଗତ୍‌ସିଂହପୁର ଆଦି ରହିଛି। ୨୯ ତାରିଖରେ ୧୩ ଜିଲାରେ ପ୍ରବଳ ବର୍ଷା ହେବା ସହ ବିଜୁଳି ଓ ଘଡ଼ଘଡ଼ି ମାରିବା ନେଇ ପାଣିପାଗ କେନ୍ଦ୍ର ସତର୍କ କରିଛି। ଲଘୁଚାପ ପ୍ରଭାବରେ ୩୦ ତାରିଖରେ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ ବୋଲି ପୂର୍ବାନୁମାନ କରାଯାଇଛି। ଅତି ପ୍ରବଳ ବର୍ଷା ନେଇ ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ ରାୟଗଡ଼ାକୁ ଅରେଞ୍ଜ ଓ୍ବାର୍ନିଂ ଏବଂ ଅନ୍ୟ ୯ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ୩୧ ତାରିଖ ପର୍ଯ୍ୟନ୍ତ ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟିହେବା ଆଶଙ୍କା ରହିଛି। ସେହିପରି ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। କଚ୍ଚା ଘର ଓ କଚ୍ଚା ରାସ୍ତା ଧସିବାର ଭୟ ରହିଥିବାରୁ ରାଜ୍ୟବାସୀ ସତର୍କ ରହିବାକୁ କୁହାଯାଇଛି।

The post ୩୦ରୁ ଅତି ପ୍ରବଳ ବର୍ଷା:ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ appeared first on Dharitri Odia News.