ବାଇକ୍‌ ଉପରେ ଚଢ଼ିଗଲା ଲୁହାପଥର ବୋଝେଇ ଟ୍ରକ୍‌, ଜଣଙ୍କ ଜୀବନ ଗଲା, ଗୁରୁତର

ଆନନ୍ଦପୁର,୧୩ା୩(ସୁଶାନ୍ତ କୁମାର ସାହୁ): ଘସିପୁରା ଥାନା ୨୦ ନଂ ଜାତୀୟ ରାଜପଥର କନକ ମଞ୍ଜରୀ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ସହାୟତାରେ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ମୃତକ ହେଲେ ଆନନ୍ଦପୁରର କାର୍ତ୍ତିକ ସେଠୀ(୨୫) ଓ ଆହତମାନେ ସାଇଁକୁଳର ରାଜକିଶୋର ପରିଡ଼ା(୩୨), ସୋମନାଥ ସ୍ବାଇଁ (୩୨) ଏବଂ ରାଇତୋଳା ଗ୍ରାମର ଭରତ ରଣା। ସୂଚନାଯୋଗ୍ୟ, ଶାଳପଡ଼ାସ୍ଥିତ କନକ […] The post ବାଇକ୍‌ ଉପରେ ଚଢ଼ିଗଲା ଲୁହାପଥର ବୋଝେଇ ଟ୍ରକ୍‌, ଜଣଙ୍କ ଜୀବନ ଗଲା, ଗୁରୁତର appeared first on Dharitri Odia News.

ବାଇକ୍‌ ଉପରେ ଚଢ଼ିଗଲା ଲୁହାପଥର ବୋଝେଇ ଟ୍ରକ୍‌, ଜଣଙ୍କ ଜୀବନ ଗଲା, ଗୁରୁତର

ଆନନ୍ଦପୁର,୧୩ା୩(ସୁଶାନ୍ତ କୁମାର ସାହୁ): ଘସିପୁରା ଥାନା ୨୦ ନଂ ଜାତୀୟ ରାଜପଥର କନକ ମଞ୍ଜରୀ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ସହାୟତାରେ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ମୃତକ ହେଲେ ଆନନ୍ଦପୁରର କାର୍ତ୍ତିକ ସେଠୀ(୨୫) ଓ ଆହତମାନେ ସାଇଁକୁଳର ରାଜକିଶୋର ପରିଡ଼ା(୩୨), ସୋମନାଥ ସ୍ବାଇଁ (୩୨) ଏବଂ ରାଇତୋଳା ଗ୍ରାମର ଭରତ ରଣା।

ସୂଚନାଯୋଗ୍ୟ, ଶାଳପଡ଼ାସ୍ଥିତ କନକ ମଞ୍ଜରୀ ମହିଳା ମହାବିଦ୍ୟାଳୟ ସମ୍ମୁଖ ୨୦ ନଂ ଜାତୀୟ ରାଜପଥରେ ଏକ ଲୁହାପଥର ବୋଝେଇ ଟ୍ରକ୍‌ ଏବଂ ଦୁଇଟି ବାଇକ୍‌ ଯାଜପୁର ଅଭିମୁଖେ ଆସୁଥିଲେ। ସମ୍ମୁଖ ଭାଗରୁ ଏକ କାର୍‌ ଆସିବାରୁ ଟ୍ରକ୍‌ଟି କାରକୁ ସାଇଡ୍‌ ଦେଉ ଦେଉ ବାଇକ୍‌ ଉପରେ ଚଢ଼ିଯାଇଥିଲା। ଫଳରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ହୋଇଥିଲା। ସମ୍ପୃକ୍ତ ଅଞ୍ଚଳରେ ଜାତୀୟ ରାଜପଥ ଏକ ପାଖିଆ ରାସ୍ତାରେ ଚଳାଚଳ ହେଉଥିବାରୁ ଏଭଳି ଦୁର୍ଘଟଣା ଘଟିଥିଲା। ଗୁରୁତର ୩ଜଣଙ୍କର ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି। ଘସିପୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

The post ବାଇକ୍‌ ଉପରେ ଚଢ଼ିଗଲା ଲୁହାପଥର ବୋଝେଇ ଟ୍ରକ୍‌, ଜଣଙ୍କ ଜୀବନ ଗଲା, ଗୁରୁତର appeared first on Dharitri Odia News.