ମେଣ୍ଟ ଚର୍ଚ୍ଚା ମଧ୍ୟରେ ଭାଜପା କୋର କମିଟି ବୈଠକ: ୨୧ ଲୋକସଭା, ୧୪୭ ବିଧାନସଭା ଆସନ ଉପରେ…
ଭୁବନେଶ୍ୱର,୧୬।୩: ମେଣ୍ଟ ଚର୍ଚ୍ଚା ମଧ୍ୟରେ ଶନିବାର ଭାଜପା ରାଜ୍ୟ ନିର୍ବାଚନ କମିଟି ବୈଠକ ବସିବ । ଏହା ପୂର୍ବରୁ ଦଳର କୋର କମିଟି ବୈଠକ ବସିଛି । ରାଜ୍ୟ ଭାଜପା କାର୍ଯ୍ୟାଳୟରେ ଏହି ବୈଠକ ବସିଛି। ବୈଠକରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ନିର୍ବାଚନ ପ୍ରଭାରୀ, ସହ ପ୍ରଭାରୀ, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ସହ ଅନ୍ୟ ବରିଷ୍ଠ ନେତା ବୈଠକରେ ସାମିଲ ହୋଇଛନ୍ତି। ଏହି ବୈଠକରେ ୨୧ ଲୋକସଭା […] The post ମେଣ୍ଟ ଚର୍ଚ୍ଚା ମଧ୍ୟରେ ଭାଜପା କୋର କମିଟି ବୈଠକ: ୨୧ ଲୋକସଭା, ୧୪୭ ବିଧାନସଭା ଆସନ ଉପରେ… appeared first on Dharitri Odia News.
ଭୁବନେଶ୍ୱର,୧୬।୩: ମେଣ୍ଟ ଚର୍ଚ୍ଚା ମଧ୍ୟରେ ଶନିବାର ଭାଜପା ରାଜ୍ୟ ନିର୍ବାଚନ କମିଟି ବୈଠକ ବସିବ । ଏହା ପୂର୍ବରୁ ଦଳର କୋର କମିଟି ବୈଠକ ବସିଛି । ରାଜ୍ୟ ଭାଜପା କାର୍ଯ୍ୟାଳୟରେ ଏହି ବୈଠକ ବସିଛି। ବୈଠକରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ନିର୍ବାଚନ ପ୍ରଭାରୀ, ସହ ପ୍ରଭାରୀ, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ସହ ଅନ୍ୟ ବରିଷ୍ଠ ନେତା ବୈଠକରେ ସାମିଲ ହୋଇଛନ୍ତି।
ଏହି ବୈଠକରେ ୨୧ ଲୋକସଭା କ୍ଷେତ୍ର ଏବଂ ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୱାରୀ ସ୍ଥିତି ସମୀକ୍ଷା କରାଯିବ । ଏଥିସହ ନିର୍ବାଚନ ରୋଡ ମ୍ୟାପ ପ୍ରସ୍ତୁତ ନେଇ ବୈଠକରେ ଆଲୋଚନା କରାଯିବ । ବୈଠକରେ ଯୋଗଦେବା ପାଇଁ ସକାଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଭୁବନେଶ୍ୱରରେ ପହଞ୍ଚିବା ପରେ ବିଜୟ ପାଲ ସିଂ ତୋମାର କହିଛନ୍ତି, ନିର୍ବାଚନ କମିଟିରେ ସବୁ ଆସନ ନେଇ ଆଲୋଚନା ହେବ । ଦଳ ବିଧାନସଭା ଓ ଲୋକସଭାରେ ଦୃଢତାର ସହ ଲଢିବ ।
The post ମେଣ୍ଟ ଚର୍ଚ୍ଚା ମଧ୍ୟରେ ଭାଜପା କୋର କମିଟି ବୈଠକ: ୨୧ ଲୋକସଭା, ୧୪୭ ବିଧାନସଭା ଆସନ ଉପରେ… appeared first on Dharitri Odia News.