ଜୁଲାଇ ମାସ ପାଇଁ ୟୁଏନ୍‌ଏସ୍‌ସି ଅଧ୍ୟକ୍ଷ ଦାୟିତ୍ବ ନେଲା ପାକିସ୍ତାନ

ନୂ୍ଆଦିଲ୍ଲୀ: ପାକିସ୍ତାନ ଜୁଲାଇ ମାସ ପାଇଁ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସସି)ର ଅଧ୍ୟକ୍ଷ ଦାୟିତ୍ବ ନେଇଛି। ୨୦୨୫ ଜାନୁଆରିରେ ପାକିସ୍ତାନ ୨ବର୍ଷ ପାଇଁ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ହେବାପରେ ୟୁଏନ୍‌ଏସସିର ଅଧ୍ୟକ୍ଷତା ଦାୟିତ୍ବ ନେଇଛି। ଏନେଇ ପାକିସ୍ତାନ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି ଯେ ଜାତିସଂଘ ସୁରକ୍ଷା ପରିଷଦରେ ଏହି ସମ୍ମାନଜନକ ଭୂମିକା ପାକିସ୍ତାନ ପାଇଁ ନମ୍ରତା, ଲକ୍ଷ୍ୟ ଏବଂ ପ୍ରତିବଦ୍ଧତାର ସମନ୍ବୟ ହେବ। ଜାତିସଂଘରେ ଅବସ୍ଥାପିତ ପାକିସ୍ତାନର […]

ଜୁଲାଇ ମାସ ପାଇଁ ୟୁଏନ୍‌ଏସ୍‌ସି ଅଧ୍ୟକ୍ଷ ଦାୟିତ୍ବ ନେଲା ପାକିସ୍ତାନ

ନୂ୍ଆଦିଲ୍ଲୀ: ପାକିସ୍ତାନ ଜୁଲାଇ ମାସ ପାଇଁ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସସି)ର ଅଧ୍ୟକ୍ଷ ଦାୟିତ୍ବ ନେଇଛି। ୨୦୨୫ ଜାନୁଆରିରେ ପାକିସ୍ତାନ ୨ବର୍ଷ ପାଇଁ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ହେବାପରେ ୟୁଏନ୍‌ଏସସିର ଅଧ୍ୟକ୍ଷତା ଦାୟିତ୍ବ ନେଇଛି। ଏନେଇ ପାକିସ୍ତାନ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି ଯେ ଜାତିସଂଘ ସୁରକ୍ଷା ପରିଷଦରେ ଏହି ସମ୍ମାନଜନକ ଭୂମିକା ପାକିସ୍ତାନ ପାଇଁ ନମ୍ରତା, ଲକ୍ଷ୍ୟ ଏବଂ ପ୍ରତିବଦ୍ଧତାର ସମନ୍ବୟ ହେବ। ଜାତିସଂଘରେ ଅବସ୍ଥାପିତ ପାକିସ୍ତାନର ସ୍ଥାୟୀ ପ୍ରତିନିଧି ଅସିମ ଇଫତିଖାର ଅହମଦ ଚଳିତ ମାସ ସାରା ସୁରକ୍ଷା ପରିଷଦ ବୈଠକର ଅଧ୍ୟକ୍ଷତା କରିବେ। ଭାରତ ସହ ଉତ୍ତେଜନା ଭିତରେ ପାକିସ୍ତାନ ଏହି ଦାୟିତ୍ବ ଗ୍ରହଣ କରିଥିବାରୁ ଏହାର ପଦକ୍ଷେପ ଉପରେ ସମସ୍ତଙ୍କର ନଜର ରହିଛି।