ଆସନ୍ତାକାଲିଠାରୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ : ଆସନ୍ତାକାଲିଠାରୁ ସଂସଦର ମୌସୁମୀ ଅଧୀବେଶନ ଆରମ୍ଭ ହେବ। ଅଧିବଶେନ ଆରମ୍ଭ ହେବାର ଦିନକ ପୂର୍ବରୁ ଆଜି ସରକାର ସର୍ବଦଳୀୟ ବୈଠକ କରିଛନ୍ତି। ସୁରୁଖୁରୁରେ ଗୃହକାର୍ଯ୍ୟ ସମ୍ପାଦନ କରିବାପାଇଁ ସରକାର ଏହି ବୈଠକରେ ବିରୋଧୀଙ୍କ ସହଯୋଗ ଲୋଡ଼ିଛନ୍ତି। ବିରୋଧୀ ଦଳ ଗୁଡ଼ିକ ଅଧିବେଶନରେ ‌ଯେଉଁସବୁ ପ୍ରସଙ୍ଗ ଉଠାଇବେ ତା’ର ଏକ ଲମ୍ବା ତାଲିକା ଆଜି ବୈଠକରେ ରଖାଯାଇଥିଲା। ସେଥି ମଧ୍ୟରେ ରହିଛି ପହଲଗାମ ଆତଙ୍କବାଦୀ ଆକ୍ରମଣ, ଭାରତ-ପାକ୍‌ ଯୁଦ୍ଧବିରତି ବନ୍ଦ ‌ସଂକ୍ରାନ୍ତ ଟ୍ରମ୍ପଙ୍କ ଦାବି ଏବଂ […]

ଆସନ୍ତାକାଲିଠାରୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ : ଆସନ୍ତାକାଲିଠାରୁ ସଂସଦର ମୌସୁମୀ ଅଧୀବେଶନ ଆରମ୍ଭ ହେବ। ଅଧିବଶେନ ଆରମ୍ଭ ହେବାର ଦିନକ ପୂର୍ବରୁ ଆଜି ସରକାର ସର୍ବଦଳୀୟ ବୈଠକ କରିଛନ୍ତି। ସୁରୁଖୁରୁରେ ଗୃହକାର୍ଯ୍ୟ ସମ୍ପାଦନ କରିବାପାଇଁ ସରକାର ଏହି ବୈଠକରେ ବିରୋଧୀଙ୍କ ସହଯୋଗ ଲୋଡ଼ିଛନ୍ତି। ବିରୋଧୀ ଦଳ ଗୁଡ଼ିକ ଅଧିବେଶନରେ ‌ଯେଉଁସବୁ ପ୍ରସଙ୍ଗ ଉଠାଇବେ ତା’ର ଏକ ଲମ୍ବା ତାଲିକା ଆଜି ବୈଠକରେ ରଖାଯାଇଥିଲା। ସେଥି ମଧ୍ୟରେ ରହିଛି ପହଲଗାମ ଆତଙ୍କବାଦୀ ଆକ୍ରମଣ, ଭାରତ-ପାକ୍‌ ଯୁଦ୍ଧବିରତି ବନ୍ଦ ‌ସଂକ୍ରାନ୍ତ ଟ୍ରମ୍ପଙ୍କ ଦାବି ଏବଂ ବିହାରରେ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ (ସାର୍‌)। ସର୍ବଦଳୀୟ ବୈଠକରେ ୫୦ଟି ଦଳର ୪୦ ପ୍ରତିନିଧି ଯୋଗ ଦେଇଥିଲେ। ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେଣ ରିଜିଜୁ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ ଅଧିବେଶନ‌ରେ ସରକାର ସମସ୍ତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବାପାଇଁ ପ୍ରସ୍ତୁତ ଅଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହୋଇ ଅଗଷ୍ଟ ୨୧ ତାରିଖରେ ଶେଷ ହେବ।