ବାଂଲାଦେଶରୁ ଝୋଟ ଉତ୍ପାଦନ ଓ ବୁଣା କପଡ଼ା ଆମଦାନୀ ଉପରେ ଲାଗିଲା ବ୍ୟାନ୍
ନୂଆଦିଲ୍ଲୀ: ବାଂଲାଦେଶରୁ ସ୍ଥଳପଥ ଦେଇ କିଛି ଝୋଟ ଉତ୍ପାଦ ଏବଂ ବୁଣା କପଡ଼ା ଆମଦାନୀ ଉପରେ ବ୍ୟାନ ଲଗାଇଲା ଭାରତ। ଏନେଇ ଶୁକ୍ରବାର ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ (DGFT) ଦ୍ୱାରା ବିଜ୍ଞପ୍ତି ଜାରି କରାଯାଇଛି। ପିଟିଆଇ ରିପୋର୍ଟ ଅନୁଯାୟୀ, ଏହି ସାମଗ୍ରୀଗୁଡ଼ିକର ଆମଦାନୀ ଏବେ କେବଳ ମହାରାଷ୍ଟ୍ରର ନହାଭା ଶେଭା ବନ୍ଦରରେ ହେବ। ଏଥିପାଇଁ ଡିଜିଏଫ୍ଟି ଅନୁମତି ଦେଇଛନ୍ତି। ଏହା ପୂର୍ବରୁ ମେ ୧୭ ତାରିଖ ଭାରତ ବାଂଲାଦେଶରୁ ପ୍ରସ୍ତୁତ ପୋଷାକ ଏବଂ ପ୍ରକ୍ରିୟାକୃତ ଖାଦ୍ୟ ସାମଗ୍ରୀ ଭଳି ଆମଦାନୀ ଉତ୍ପଦାନ ଉପରେ କଟକଣା ଲଗାଇଥିଲା। ହେଲେ ଏବେ ସରକାର ଝୋଟ ଉତ୍ପାଦନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ବାଂଲାଦେଶରୁ ଭାରତ ଆସୁଥିବା ଝୋଟର ପ୍ରତିବନ୍ଧିତ ସାମଗ୍ରୀ ମଧ୍ୟରେ ଝୋଟ ଉତ୍ପାଦ, ସୋଙ୍ଗକ୍ରାନ ଫ୍ଲାକ୍ସ ସୂତା, ଝୋଟର ସିଙ୍ଗଲ ସୂତା, ମଲ୍ଟିପଲ ଫୋଲ୍ଡଡେଡ୍ ସୂତା, ବୁଣା ଫ୍ଲେକ୍ସ କପଡ଼ା ଏବଂ ଅନବ୍ଲିଚ୍ଡ୍ ବୁଣା ଝୋଟ କପଡ଼ା ଅନ୍ତର୍ଭୁକ୍ତ।ମେ ୧୭ ତାରିଖରେ ଭାରତ ବାଂଲାଦେଶ କପଡ଼ା ସମେତ କେତେକ ସାମଗ୍ରୀ ଉପରେ ବି ବ୍ୟାନ୍ ଲଗାଇଥିଲା। ସେଗୁଡ଼ିକ ମଧ୍ୟରେ ସାର୍ଟ, ପ୍ୟାଣ୍ଟ, ଟି-ସାର୍ଟ ଭଳି ପ୍ରସ୍ତୁତ ପୋଷାକ, ବିସ୍କୁଟ, ଚିପ୍ସ, ମିଠା, ସ୍ନାକ୍ସ ପ୍ରୋସେସ୍ଡ ଫୁଡ୍, କାର୍ବୋନେଟେଡ ଏବଂ ଏନର୍ଜୀ ଡ୍ରିଙ୍ଗ୍,ବାଲତି, ଖେଳଣା, ଚେୟାର ଭଳି ପ୍ଲାଷ୍ଟିକ୍ ଉତ୍ପାଦ, କଟନ ୱେଷ୍ଟ, ଏବଂ ଇଣ୍ଡଷ୍ଟ୍ରିଆଲ ଗ୍ରେଡ୍ କଟନ ବାୟ ପ୍ରଡକ୍ସନ,
ନୂଆଦିଲ୍ଲୀ: ବାଂଲାଦେଶରୁ ସ୍ଥଳପଥ ଦେଇ କିଛି ଝୋଟ ଉତ୍ପାଦ ଏବଂ ବୁଣା କପଡ଼ା ଆମଦାନୀ ଉପରେ ବ୍ୟାନ ଲଗାଇଲା ଭାରତ। ଏନେଇ ଶୁକ୍ରବାର ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ (DGFT) ଦ୍ୱାରା ବିଜ୍ଞପ୍ତି ଜାରି କରାଯାଇଛି। ପିଟିଆଇ ରିପୋର୍ଟ ଅନୁଯାୟୀ, ଏହି ସାମଗ୍ରୀଗୁଡ଼ିକର ଆମଦାନୀ ଏବେ କେବଳ ମହାରାଷ୍ଟ୍ରର ନହାଭା ଶେଭା ବନ୍ଦରରେ ହେବ। ଏଥିପାଇଁ ଡିଜିଏଫ୍ଟି ଅନୁମତି ଦେଇଛନ୍ତି।
ଏହା ପୂର୍ବରୁ ମେ ୧୭ ତାରିଖ ଭାରତ ବାଂଲାଦେଶରୁ ପ୍ରସ୍ତୁତ ପୋଷାକ ଏବଂ ପ୍ରକ୍ରିୟାକୃତ ଖାଦ୍ୟ ସାମଗ୍ରୀ ଭଳି ଆମଦାନୀ ଉତ୍ପଦାନ ଉପରେ କଟକଣା ଲଗାଇଥିଲା। ହେଲେ ଏବେ ସରକାର ଝୋଟ ଉତ୍ପାଦନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ବାଂଲାଦେଶରୁ ଭାରତ ଆସୁଥିବା ଝୋଟର ପ୍ରତିବନ୍ଧିତ ସାମଗ୍ରୀ ମଧ୍ୟରେ ଝୋଟ ଉତ୍ପାଦ, ସୋଙ୍ଗକ୍ରାନ ଫ୍ଲାକ୍ସ ସୂତା, ଝୋଟର ସିଙ୍ଗଲ ସୂତା, ମଲ୍ଟିପଲ ଫୋଲ୍ଡଡେଡ୍ ସୂତା, ବୁଣା ଫ୍ଲେକ୍ସ କପଡ଼ା ଏବଂ ଅନବ୍ଲିଚ୍ଡ୍ ବୁଣା ଝୋଟ କପଡ଼ା ଅନ୍ତର୍ଭୁକ୍ତ।
ମେ ୧୭ ତାରିଖରେ ଭାରତ ବାଂଲାଦେଶ କପଡ଼ା ସମେତ କେତେକ ସାମଗ୍ରୀ ଉପରେ ବି ବ୍ୟାନ୍ ଲଗାଇଥିଲା। ସେଗୁଡ଼ିକ ମଧ୍ୟରେ ସାର୍ଟ, ପ୍ୟାଣ୍ଟ, ଟି-ସାର୍ଟ ଭଳି ପ୍ରସ୍ତୁତ ପୋଷାକ, ବିସ୍କୁଟ, ଚିପ୍ସ, ମିଠା, ସ୍ନାକ୍ସ ପ୍ରୋସେସ୍ଡ ଫୁଡ୍, କାର୍ବୋନେଟେଡ ଏବଂ ଏନର୍ଜୀ ଡ୍ରିଙ୍ଗ୍,ବାଲତି, ଖେଳଣା, ଚେୟାର ଭଳି ପ୍ଲାଷ୍ଟିକ୍ ଉତ୍ପାଦ, କଟନ ୱେଷ୍ଟ, ଏବଂ ଇଣ୍ଡଷ୍ଟ୍ରିଆଲ ଗ୍ରେଡ୍ କଟନ ବାୟ ପ୍ରଡକ୍ସନ, କାଠ ଫର୍ନିଚର ଯେପରିକି ସୋଫା, ବିଛଣା, ଟେବୁଲ୍, ଚେୟାର ଆଦିର ଆମଦାନୀ ଭାରତ ବନ୍ଦ କରିଥିଲା ଭାରତ।
ଭାରତ କହିଥିଲା ଏହି ସାମଗ୍ରୀଗୁଡ଼ିକ ଆଉ ଉତ୍ତର-ପୂର୍ବ (ଆସାମ, ମେଘାଳୟ, ତ୍ରିପୁରା, ମିଜୋରାମ) ଏବଂ ପଶ୍ଚିମବଙ୍ଗରେ ଥିବା ସ୍ଥଳ ସୀମା ଶୁଳ୍କ ଷ୍ଟେସନ (LCS) କିମ୍ବା ଇଣ୍ଟିଗ୍ରେଟେଡ୍ ଚେକ୍ ପୋଷ୍ଟ (ICP) ମାଧ୍ୟମରେ ପେଟ୍ରାପୋଲ (ପଶ୍ଚିମ ବଙ୍ଗ), ସୁତାରକାଣ୍ଡି (ଆସାମ), କିମ୍ବା ଡାଉକି (ମେଘାଳୟ) ଭଳି ସ୍ଥଳ ବନ୍ଦର ଦେଇ ଭାରତରେ ପ୍ରବେଶ କରିପାରିବ ନାହିଁ। ଏହା ବଦଳରେ, ବାଂଲାଦେଶକୁ ମୁମ୍ବାଇର ନଭା ଶେଭା ବନ୍ଦର କିମ୍ବା କୋଲକାତାର ଶ୍ୟାମା ପ୍ରସାଦ ମୁଖାର୍ଜୀ ବନ୍ଦର ଦେଇ ସମୁଦ୍ର ପଥ ବ୍ୟବହାର କରିବାକୁ ପଡିବ।