ଆଜି ବି ଗ୍ରାହକଙ୍କ ପାଇଁ ଖୁସି ଖବର, ସ୍ଥିର ରହିଛି ସୁନା ଦର

କିଛି ଦିନ ହେବ ଲଗାତାର ହ୍ରାସ ପାଉଛି ସୁନା ଦର । ଯାହା ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି ସହ ଆଣିଛି ଖୁସି ଖବର । ସୁନା ଦର ୧ ଲକ୍ଷ ଟଙ୍କା ଅତିକ୍ରମ କରିଥିବା ସହ ଏଯାଏଁ ପ୍ରାୟ ୨ହଜାର ଟଙ୍କା ଦାମ୍‌ କମିଛି । ସେଥିପାଇଁ ଦୋକାନରେ ଲୋକଙ୍କ ଭିଡ଼ ମଧ୍ୟ ଜମିଲାଣି । କାରଣ ଏବେ ଯେହେତୁ ବାହାଘର ସିଜିନ୍ ଚାଲିଛି ତେଣୁ ସମସ୍ତେ ସୁନା ଗହଣା କିଣିବାରେ ବ୍ୟସ୍ତ । ଭାରତୀୟ ବଜାରରେ […] The post ଆଜି ବି ଗ୍ରାହକଙ୍କ ପାଇଁ ଖୁସି ଖବର, ସ୍ଥିର ରହିଛି ସୁନା ଦର appeared first on KNews Odisha.

ଆଜି ବି ଗ୍ରାହକଙ୍କ ପାଇଁ ଖୁସି ଖବର, ସ୍ଥିର ରହିଛି ସୁନା ଦର
gold

କିଛି ଦିନ ହେବ ଲଗାତାର ହ୍ରାସ ପାଉଛି ସୁନା ଦର । ଯାହା ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି ସହ ଆଣିଛି ଖୁସି ଖବର । ସୁନା ଦର ୧ ଲକ୍ଷ ଟଙ୍କା ଅତିକ୍ରମ କରିଥିବା ସହ ଏଯାଏଁ ପ୍ରାୟ ୨ହଜାର ଟଙ୍କା ଦାମ୍‌ କମିଛି । ସେଥିପାଇଁ ଦୋକାନରେ ଲୋକଙ୍କ ଭିଡ଼ ମଧ୍ୟ ଜମିଲାଣି । କାରଣ ଏବେ ଯେହେତୁ ବାହାଘର ସିଜିନ୍ ଚାଲିଛି ତେଣୁ ସମସ୍ତେ ସୁନା ଗହଣା କିଣିବାରେ ବ୍ୟସ୍ତ ।

ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୯୮,୯୫୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୯୦ ହଜାର ୭୦୦ ଟଙ୍କା ଛୁଇଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୮,୯୫୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୯୦ ହଜାର ୭୦୦ ଟଙ୍କାକୁ ପହଞ୍ଚିଛି ।

ସେହିପରି ମୁମ୍ବାଇରେ ୨୪ କ୍ୟାରେଟ୍ ମୂଲ୍ୟ ୯୮, ୯୫୦ ଟଙ୍କା ଓ ୨୨ କ୍ୟାରେଟ୍ ମୂଲ୍ୟ ୯୦ ହଜାର ୭୦୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ୯୯,୧୦୦ ଟଙ୍କା ଓ ୨୨ କ୍ୟାରେଟ୍ ୯୦,୮୫୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ମୂଲ୍ୟ ୯୮, ୯୫୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ମୂଲ୍ୟ ୯୦ ହଜାର ୭୦୦ ଟଙ୍କା ରହିଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୯୮, ୯୫୦ ଓ ୯୦, ୭୦୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୧,୦୮ , ୦୦୦ ଟଙ୍କା ହୋଇଛି ।

କେମିତି ଜାଣିବେ ସୁନାର ଶୁଦ୍ଧତା ଜାଣନ୍ତୁ –

ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ ।

ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ ।

ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ ।

ଆହୁରି ପଢନ୍ତୁ :  ଜଲଦି ଚେକ୍ କରନ୍ତୁ ଆଜିର ପେଟ୍ରୋଲ-ଡିଜେଲ ଦର; ଅନେକ ସ୍ଥାନରେ କମିଲା ମୂଲ୍ୟ

The post ଆଜି ବି ଗ୍ରାହକଙ୍କ ପାଇଁ ଖୁସି ଖବର, ସ୍ଥିର ରହିଛି ସୁନା ଦର appeared first on KNews Odisha.