ଡ୍ରୋନରେ କେତେ ମେଗାପିକ୍ସେଲର କ୍ୟାମେରା ଲାଗିଥାଏ ? ଆକାଶରୁ କେମିତି କରେ ସଠିକ୍ ଟାର୍ଗେଟ

ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେଉଥିବା ଯୁଦ୍ଧରେ ଶହ ଶହ ଡ୍ରୋନ ବ୍ୟବହାର କରାଯାଇଥିଲା । କିନ୍ତୁ ଆପଣ ଜାଣିଛନ୍ତି କି ଏହି ଡ୍ରୋନକୁ କାହିଁକି ବ୍ୟବହାର କରାଯାଏ । ଗୋଟିଏ ଡ୍ରୋନରେ କେତେ ମେଗାପିକ୍ସେଲର କ୍ୟାମେରା ଲାଗିଥାଏ ? ଏହା କିପରି ଲକ୍ଷ୍ୟସ୍ଥଳକୁ ଆଟାକ କରେ? ଆପଣ କେବେ ଭାବିଛନ୍ତି କି ଏହି ଡ୍ରୋନଗୁଡ଼ିକ ଆକାଶରୁ ଏତେ ସଠିକ୍ ଭାବରେ କେମିତି ଲକ୍ଷ୍ୟ ଭେଦ କରନ୍ତି ? ଆସନ୍ତୁ ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା […] The post ଡ୍ରୋନରେ କେତେ ମେଗାପିକ୍ସେଲର କ୍ୟାମେରା ଲାଗିଥାଏ ? ଆକାଶରୁ କେମିତି କରେ ସଠିକ୍ ଟାର୍ଗେଟ appeared first on KNews Odisha.

ଡ୍ରୋନରେ କେତେ ମେଗାପିକ୍ସେଲର କ୍ୟାମେରା ଲାଗିଥାଏ ? ଆକାଶରୁ କେମିତି କରେ ସଠିକ୍ ଟାର୍ଗେଟ

ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେଉଥିବା ଯୁଦ୍ଧରେ ଶହ ଶହ ଡ୍ରୋନ ବ୍ୟବହାର କରାଯାଇଥିଲା । କିନ୍ତୁ ଆପଣ ଜାଣିଛନ୍ତି କି ଏହି ଡ୍ରୋନକୁ କାହିଁକି ବ୍ୟବହାର କରାଯାଏ । ଗୋଟିଏ ଡ୍ରୋନରେ କେତେ ମେଗାପିକ୍ସେଲର କ୍ୟାମେରା ଲାଗିଥାଏ ? ଏହା କିପରି ଲକ୍ଷ୍ୟସ୍ଥଳକୁ ଆଟାକ କରେ? ଆପଣ କେବେ ଭାବିଛନ୍ତି କି ଏହି ଡ୍ରୋନଗୁଡ଼ିକ ଆକାଶରୁ ଏତେ ସଠିକ୍ ଭାବରେ କେମିତି ଲକ୍ଷ୍ୟ ଭେଦ କରନ୍ତି ? ଆସନ୍ତୁ ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ।

ଯୁଦ୍ଧରେ ବ୍ୟବହାର କରାଯାଉଥିବା ମିଲିଟ୍ରି ଡ୍ରୋନରେ ସାଧାରଣ ମୋବାଇଲ ପରି ୧୨ କିମ୍ବା ୪୮ ମେଗାପିକ୍ସେଲର କ୍ୟାମେରା ନଥାଏ । ଡ୍ରୋନରେ ହାଇକ୍ବାଲିଟିର କ୍ୟାମେରା ଲାଗିଥାଏ । ଯାହାର ରିଜୋଲ୍ୟୁସନ୍ ୧୦୦ ମେଗାପିକ୍ସେଲ କିମ୍ବା ତା’ଠାରୁ ଅଧିକ ହୋଇପାରେ । ଏହି କ୍ୟାମେରାଗୁଡ଼ିକରେ କେବଳ ମେଗାପିକ୍ସେଲ ଥାଏ ତା ନୁହେଁ ବରଂ ଜୁମ୍ କ୍ୟାପାସିଟି, ନାଇଟ୍ ଭିଜନ୍ ଏବଂ ଥର୍ମାଲ୍ ଇମେଜିଂ ଭଳି ଟେକ୍ନୋଲୋଜି ରହିଥାଏ ।

ଉଦାହରଣ ସ୍ୱରୂପ MQ-9 Reaper ଭଳି ଆମେରିକୀୟ ଡ୍ରୋନଗୁଡ଼ିକରେ MTS-B ମଲ୍ଟି-ସ୍ପେକ୍ଟ୍ରାଲ୍ ଟାର୍ଗେଟିଂ ସିଷ୍ଟମ ଅଛି, ଯାହା ଦିନ ହେଉ କି ରାତି ସବୁ ସମୟର ଚିତ୍ରକୁ ସ୍ପଷ୍ଟ ଭାବେ ନେଇପାରେ। ଏହି ଡ୍ରୋନ୍ ଆକାଶରେ ୩୦,୦୦୦ ରୁ ୫୦,୦୦୦ ଫୁଟ ଉଚ୍ଚତାରେ ଉଡିପାରେ । ଏତେ ଉଚ୍ଚତାରେ ଥାଇ ମଧ୍ୟ, ଏହି ଡ୍ରୋନ୍ ତଳେ ଥିବା ଲକ୍ଷ୍ୟକୁ ସ୍ପଷ୍ଟ ଭାବରେ ଦେଖିପାରେ କାରଣ ଏଥିରେ ହାଇ କ୍ବାଲିଟିର କ୍ୟାମେରା ଲାଗିଛି ଯାହା ଏଆଇ ସିଷ୍ଟମ ଦ୍ବାରା ଲ୍ୟାସ୍ କରାଯାଇଛି । ଡ୍ରୋନରେ ଲାଗିଥିବା କ୍ୟାମେରା ଲାଇଭ୍ ଭିଡିଓ ଏବଂ ଇମେଜ୍ କୁ କଣ୍ଟ୍ରୋଲ ରୁମକୁ ପଠାଏ । ସେଠାରେ ବସିଥିବା ଅପରେଟରମାନେ କେଉଁଠାରେ ଏବଂ କେତେବେଳେ ଆକ୍ରମଣ କରିବେ ତାହା ନିଷ୍ପତ୍ତି ନିଅନ୍ତି । ଏହା ବ୍ୟତୀତ ଡ୍ରୋନରେ ଏକ GPS ସିଷ୍ଟମ ଏବଂ ଲେଜର ଗାଇଡେନ୍ସ ଥାଏ , ଯେଉଁଥିପାଇଁ କ୍ଷେପଣାସ୍ତ୍ର ଏବଂ ବମ୍ ଗୁଡ଼ିକ୍ ଟାର୍ଗେଟକୁ କରିବାକୁ ସୁବିଧା ହୁଏ ।

ଡ୍ରୋନର ଆଖି ହେଉଛି ଏହାର କ୍ୟାମେରା । ଡ୍ରୋନରେ ଲାଗିଥିବା କ୍ୟାମେରା ଯେତେ ହାଇ କ୍ବାଲିଟିର ଥିବ ଏହା ସେତେ ଭଲ ଟାର୍ଗେଟ କରି ପାରିବ । ଏହି କାରଣରୁ ପ୍ରତ୍ୟେକ ଦେଶ ନିଜର ଡ୍ରୋନଗୁଡ଼ିକୁ ଆଡଭାନ୍ସ କ୍ୟାମେରା ଟେକ୍ନୋଲୋଜିରେ ଲ୍ୟାସ୍ କରୁଛନ୍ତି।  ବର୍ତ୍ତମାନ ସମୟରେ ଡ୍ରୋନକୁ କେବଳ ଏକ ମେସିନ୍ କୁହାଯାଉଛି ତା ନୁହେଁ ବରଂ ଏହା ହେଉଛି ଆକାଶରେ ଉଡ଼ୁଥିବା ଏକ ଆଖି ।

Also Read:ଓଡ଼ିଶା ତଟକୁ ଜଗିଛି ଡ୍ରୋନ, ୫ ଜଣ ଲେଖାଏଁ ପିଏସଓ ମୁତୟନ

The post ଡ୍ରୋନରେ କେତେ ମେଗାପିକ୍ସେଲର କ୍ୟାମେରା ଲାଗିଥାଏ ? ଆକାଶରୁ କେମିତି କରେ ସଠିକ୍ ଟାର୍ଗେଟ appeared first on KNews Odisha.