ଆସନ୍ତାକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ

ପୁରୀ : ଆସନ୍ତାକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ ଅନୁଷ୍ଠିତ ହେବ । ମୁଣ୍ଡ ଠାରୁ ପାଦ ପର୍ଯ୍ୟନ୍ତ ଅର୍ଥାତ ଆପାଦ ମସ୍ତକ ପଦ୍ମ ଫୁଲରେ ବିଭୂଷିତ ହେବେ ଚତୁର୍ଦ୍ଧା ବିଗ୍ରହ। ମାଘମାସ ଶୁକ୍ଳପକ୍ଷ ପ୍ରତିପଦା ଠାରୁ ଶ୍ରୀପଞ୍ଚମୀ ମଧ୍ୟରେ ଯେଉଁ ଦିନ ବୁଧବାର କିମ୍ବା ଶନିବାର ପଡିଥାଏ ସେହିଦିନ ମହାପ୍ରଭୁଙ୍କ ଏହି ବେଶ ଅନୁଷ୍ଠିତ ହେବାର ପରମ୍ପରା ରହିଛି । ସେହି ପରମ୍ପରା ଅନୁଯାୟୀ ଶନିବାର ଦିନ ବଡସିଂହାର ନୀତିରେ ମହାପ୍ରଭୂ ପଦ୍ମବେଶରେ ସଜ୍ଜିତ ହୋଇ […] The post ଆସନ୍ତାକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ appeared first on KNews Odisha.

ଆସନ୍ତାକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ
padma besha q

ପୁରୀ : ଆସନ୍ତାକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ ଅନୁଷ୍ଠିତ ହେବ । ମୁଣ୍ଡ ଠାରୁ ପାଦ ପର୍ଯ୍ୟନ୍ତ ଅର୍ଥାତ ଆପାଦ ମସ୍ତକ ପଦ୍ମ ଫୁଲରେ ବିଭୂଷିତ ହେବେ ଚତୁର୍ଦ୍ଧା ବିଗ୍ରହ। ମାଘମାସ ଶୁକ୍ଳପକ୍ଷ ପ୍ରତିପଦା ଠାରୁ ଶ୍ରୀପଞ୍ଚମୀ ମଧ୍ୟରେ ଯେଉଁ ଦିନ ବୁଧବାର କିମ୍ବା ଶନିବାର ପଡିଥାଏ ସେହିଦିନ ମହାପ୍ରଭୁଙ୍କ ଏହି ବେଶ ଅନୁଷ୍ଠିତ ହେବାର ପରମ୍ପରା ରହିଛି । ସେହି ପରମ୍ପରା ଅନୁଯାୟୀ ଶନିବାର ଦିନ ବଡସିଂହାର ନୀତିରେ ମହାପ୍ରଭୂ ପଦ୍ମବେଶରେ ସଜ୍ଜିତ ହୋଇ ପହୁଡ ହେବେ।

ଦୁର୍ଲଭ ପଦ୍ମବେଶ ପାଇଁ ଏବେ ବେଶ କାରିଗରଙ୍କ ହାତକୁ ଫୁରସତ ନାହିଁ। ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ସୋଲ,ଜରି, କନା, କଇଥ ଅଠାରେ ପ୍ରସ୍ତୁତ ପଦ୍ମବେଶକୁ ବଡଛତା ମଠ ପକ୍ଷରୁ ପ୍ରସ୍ତୁତ କରାଯାଇଥାଏ। କୀରୀଟ,ଚୂଳ, ହୃଦପଦକ, କରପଲ୍ଲବ,ଶ୍ରୀମୁଖ ପଦ୍ମରେ ବିଭୂଷିତ ହୋଇ ଝଲସିଥାନ୍ତି ମହାପ୍ରଭୁ।

ତେବେ ପଣ୍ଡୁ ପୂର୍ଣ୍ଣିମା ଠାରୁ ବେଶ ଅନୁକୂଳ ଆରମ୍ଭ ହୋଇଥିବା ବେଳେ ଅତ୍ୟନ୍ତ ନିଷ୍ଠାର ସହ ମହାପ୍ରଭୁଙ୍କ ସେବାକରି ନିଜକୁ ଧନ୍ୟ ମନେ କରିଛନ୍ତି ବେଶ କାରିଗର ମାନେ। ଭଗବାନ ଏହି ଦୁର୍ଲଭ ବେଶରେ ସଜ୍ଜିତ ହୋଇ ଭକ୍ତର ମନସ୍କାମନା ପୂର୍ଣ୍ଣ କରିଥିବାର ଦୃଷ୍ଟାନ୍ତ ରହିଥିବା ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ମତ ରଖିଛନ୍ତି  l ଏହି ବେଶରେ ମହାପ୍ରଭୁଙ୍କୁ ପଦ୍ମ ଚାଉଳରେ ଖିରି ଭୋଗ କରାଯିବାର ଵିଧି ରହିଛି।

The post ଆସନ୍ତାକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ appeared first on KNews Odisha.