ଲଣ୍ଡନସ୍ଥିତ ଆମେରିକା ଦୂତାବାସ ନିକଟରେ ବିସ୍ଫୋରଣ

ଲଣ୍ଡନ: ଲଣ୍ଡନରେ ଆମେରିକା ଦୂତାବାସ ନିକଟରେ ନିୟନ୍ତ୍ରିତ ବିସ୍ଫୋରଣ ହୋଇଛି। ପ୍ରଥମେ ଏହି ଅଞ୍ଚଳରେ କିଛି ସନ୍ଦେହଜନକ ଜିନିଷ ମିଳିଥିଲା। ଲଣ୍ଡନରେ ଆମେରିକା ଦୂତାବାସ ବାହାରେ କିଛି ସ‌ନ୍ଦେହଜନକ ଜିନିଷ ମିଳିବାପରେ ସ୍ଥାନୀୟ କର୍ତ୍ତୃପକ୍ଷମାନେ ଏଠାରେ ସୁରକ୍ଷା ସ୍ଥିତି ଯାଞ୍ଚ କରିଥିଲେ। ତେବେ ଏହା କିଛି ବିପଜ୍ଜନକ ଜିନିଷ ନୁହେଁ ବୋଲି ଜଣା ପଡ଼ିଥିଲା। ବିମାନବନ୍ଦରରେ ପୁଣିଥରେ ସ୍ବାଭାବିକ କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ଏହାପରେ ପୁଣି ଦୂତାବାସ ନିକଟରେ ନିୟନ୍ତ୍ରିତ ବିସ୍ଫୋରଣ ହୋଇଥିବା ନେଇ ମେଟ୍ରୋପଲିଟାନ୍‌ […]

ଲଣ୍ଡନସ୍ଥିତ ଆମେରିକା ଦୂତାବାସ ନିକଟରେ ବିସ୍ଫୋରଣ

ଲଣ୍ଡନ: ଲଣ୍ଡନରେ ଆମେରିକା ଦୂତାବାସ ନିକଟରେ ନିୟନ୍ତ୍ରିତ ବିସ୍ଫୋରଣ ହୋଇଛି। ପ୍ରଥମେ ଏହି ଅଞ୍ଚଳରେ କିଛି ସନ୍ଦେହଜନକ ଜିନିଷ ମିଳିଥିଲା। ଲଣ୍ଡନରେ ଆମେରିକା ଦୂତାବାସ ବାହାରେ କିଛି ସ‌ନ୍ଦେହଜନକ ଜିନିଷ ମିଳିବାପରେ ସ୍ଥାନୀୟ କର୍ତ୍ତୃପକ୍ଷମାନେ ଏଠାରେ ସୁରକ୍ଷା ସ୍ଥିତି ଯାଞ୍ଚ କରିଥିଲେ। ତେବେ ଏହା କିଛି ବିପଜ୍ଜନକ ଜିନିଷ ନୁହେଁ ବୋଲି ଜଣା ପଡ଼ିଥିଲା। ବିମାନବନ୍ଦରରେ ପୁଣିଥରେ ସ୍ବାଭାବିକ କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ଏହାପରେ ପୁଣି ଦୂତାବାସ ନିକଟରେ ନିୟନ୍ତ୍ରିତ ବିସ୍ଫୋରଣ ହୋଇଥିବା ନେଇ ମେଟ୍ରୋପଲିଟାନ୍‌ ପୁଲିସ ସ୍ପଷ୍ଟ କରିଛି। ଇତିମଧ୍ୟରେ ବ୍ରିଟେନର ଗଟୱିକ ବିମାନବନ୍ଦର ଦକ୍ଷିଣ ଟର୍ମିନାଲ୍‌ର ଏକ ବଡ଼ ଅଂଶକୁ ଖାଲି କରାଯାଇଛି। ସୁରକ୍ଷା କାରଣ ପାଇଁ ସାଉଥ୍‌ ଟର୍ମିନାଲ୍‌ ଖାଲି କରାଯାଇଥିବା ନେଇ ବିମାନବନ୍ଦର ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି। ବିମାନବନ୍ଦରରୁ କିଛି ସନ୍ଦେହଜନକ ନିଷିଦ୍ଧ ଜିନିଷ ମିଳିଥିବା ନେଇ ସସେକ୍ସ ପୁଲିସ ସ୍ପଷ୍ଟ କରିବାପ‌ରେ ବି‌ମାନବନ୍ଦରରେ ବୋମା ନିଷ୍କ୍ରିୟକାରୀ ଦଳ ମୁତୟନ ହୋଇଥିଲେ।