ଭାରସାମ୍ୟ ହରାଇ ୩୦ ଫୁଟ୍ ତଳକୁ ଖସିଲା ବାଇକ, ନାବାଳକ ମୃତ

ଖୋର୍ଦ୍ଧା: ଭାରସାମ୍ୟ ହରାଇ ୩୦ ଫୁଟ ତଳକୁ ଖସିଲା ବାଇକ। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ପୂର୍ତ୍ତ ବିଭାଗ ରାସ୍ତାରେ ଭାରସାମ୍ୟ ହରାଇ ବଡ଼ଶଙ୍ଖ ପୋଲ ତଳକୁ ଏକ ବାଇକ ଖସି ପଡ଼ିଛି। ଫଳରେ ପାଣିରେ ବୁଡ଼ି ଜଣେ ନାବାଳକର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରତର ହୋଇଛନ୍ତି। ଗୁରୁତରଙ୍କ ନାମ ସୁନିଲ କୁମାର ମହାରଣା (୩୦) ହୋଇଥିବାବେଳେ ମୃତ ନାବାଳକର ନାମ ଡୁଗୁ ମହାରଣା (୧୦)। ସମ୍ପର୍କରେ ଉଭୟ ଦୁଇ ଭାଇ ବୋଲି ଜଣା ପଡିଛି। ପୋଲ […]

ଭାରସାମ୍ୟ ହରାଇ ୩୦ ଫୁଟ୍ ତଳକୁ ଖସିଲା ବାଇକ, ନାବାଳକ ମୃତ
accident

ଖୋର୍ଦ୍ଧା: ଭାରସାମ୍ୟ ହରାଇ ୩୦ ଫୁଟ ତଳକୁ ଖସିଲା ବାଇକ। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ପୂର୍ତ୍ତ ବିଭାଗ ରାସ୍ତାରେ ଭାରସାମ୍ୟ ହରାଇ ବଡ଼ଶଙ୍ଖ ପୋଲ ତଳକୁ ଏକ ବାଇକ ଖସି ପଡ଼ିଛି। ଫଳରେ ପାଣିରେ ବୁଡ଼ି ଜଣେ ନାବାଳକର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରତର ହୋଇଛନ୍ତି। ଗୁରୁତରଙ୍କ ନାମ ସୁନିଲ କୁମାର ମହାରଣା (୩୦) ହୋଇଥିବାବେଳେ ମୃତ ନାବାଳକର ନାମ ଡୁଗୁ ମହାରଣା (୧୦)। ସମ୍ପର୍କରେ ଉଭୟ ଦୁଇ ଭାଇ ବୋଲି ଜଣା ପଡିଛି। ପୋଲ ତଳେ ତିନି ଫୁଟର ପାଣି ଚାଲୁଥିବା ଯୋଗୁଁ ପାଣିରେ ବୁଡ଼ି ଉକ୍ତ ନାବାଳକର ମୃତ୍ୟୁ ଘଟିଛି। ଟାଙ୍ଗୀରୁ କାଳୁପଡା ଘାଟ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।