ବିଜେବି କଲେଜରେ ସୃଜନ ୨୦୨୪ ପ୍ରତିଯୋଗିତା, ଅଧ୍ୟୟନରତ ବିଦ୍ୟାର୍ଥୀଙ୍କୁ ପ୍ରଶିକ୍ଷଣ ଦେଲା ଆଲୁମିନା ଅନୁଷ୍ଠାନ

ଭୁବନେଶ୍ବର : ଶୁକ୍ରବାର ଦିନ ବିଜେବି କଲେଜରେ ଏକ ପ୍ରଶିକ୍ଷଣ ଭିତ୍ତିକ ପ୍ରତିଯୋଗିତା ସୃଜନ ୨୦୨୪ (ଲେଖିବା… ପଢ଼ିବା… କହିବା) ଆୟୋଜନ ହୋଇଥିଲା। ବିଜେବି ଏମଏଜେଏମସି ଆଲୁମିନା ଆସୋସିଏସନ୍ ଦ୍ବାରା ପ୍ରାୟୋଜିତ ଏହି କାର୍ଯ୍ୟକ୍ରମରେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରେ ଅଧ୍ୟୟନରତ ୨୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଏଥିରେ ସମ୍ବାଦ ଲେଖନୀ, ନ୍ୟୁଜ୍ ଆଙ୍କରିଂ ଓ ନ୍ୟୁଜ୍ ରିପୋର୍ଟିଂ ଭଳି ପ୍ରତିଯୋଗିତା ହୋଇଥିଲା। ଜଜ୍ ଭାବେ ବିଜେବି କଲେଜର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗୀୟ ମୁଖ୍ୟ […]

ବିଜେବି କଲେଜରେ ସୃଜନ ୨୦୨୪ ପ୍ରତିଯୋଗିତା, ଅଧ୍ୟୟନରତ ବିଦ୍ୟାର୍ଥୀଙ୍କୁ ପ୍ରଶିକ୍ଷଣ ଦେଲା ଆଲୁମିନା ଅନୁଷ୍ଠାନ
creative competitions held at BJb College, jmc Alumni association provides training to students

ଭୁବନେଶ୍ବର : ଶୁକ୍ରବାର ଦିନ ବିଜେବି କଲେଜରେ ଏକ ପ୍ରଶିକ୍ଷଣ ଭିତ୍ତିକ ପ୍ରତିଯୋଗିତା ସୃଜନ ୨୦୨୪ (ଲେଖିବା… ପଢ଼ିବା… କହିବା) ଆୟୋଜନ ହୋଇଥିଲା। ବିଜେବି ଏମଏଜେଏମସି ଆଲୁମିନା ଆସୋସିଏସନ୍ ଦ୍ବାରା ପ୍ରାୟୋଜିତ ଏହି କାର୍ଯ୍ୟକ୍ରମରେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରେ ଅଧ୍ୟୟନରତ ୨୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

664c815e bb1a 4c5a b2e9 ba580a651a69 scaled

ଏଥିରେ ସମ୍ବାଦ ଲେଖନୀ, ନ୍ୟୁଜ୍ ଆଙ୍କରିଂ ଓ ନ୍ୟୁଜ୍ ରିପୋର୍ଟିଂ ଭଳି ପ୍ରତିଯୋଗିତା ହୋଇଥିଲା। ଜଜ୍ ଭାବେ ବିଜେବି କଲେଜର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗୀୟ ମୁଖ୍ୟ ପ୍ରଫେସର ଡ଼ ନଳୀନ କୁମାର ପାତ୍ର, ପ୍ରଧ୍ୟାପିକା ରାଜଲକ୍ଷ୍ମୀ ଦାସ ଏବଂ ଆଲୁମିନାର ସଦସ୍ୟ ତଥା ସାମ୍ବାଦିକା ସୈମ୍ୟା ତ୍ରିପାଠୀ, ତପନ କର, ସୁପ୍ରିୟା ରାଉତରାୟ, ସଭାପତି ଦିଲ୍ଲୀପ ରାଉତ, ଯୁଗ୍ମ ସମ୍ପାଦକ ବିବର୍ତ୍ତନ ପଣ୍ଡା ଓ ଅର୍ଥ ସମ୍ପାଦକ ଶାନ୍ତସ୍ଵରୁପ ରାଉତ ପ୍ରମୁଖ ଯୋଗ ଦେଇ ମୂଲ୍ୟାଙ୍କନ କରିଥିଲେ। କୃତି ବିଦ୍ୟାର୍ଥୀଙ୍କୁ ଅତିଥି ମାନଙ୍କ ଦ୍ବାରା ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା।

2601ed06 bcec 4e19 bf69 9323f8a735be scaled

କେବଳ ପ୍ରତିଯୋଗିତା ଉଦ୍ଦେଶ୍ୟ ନୁହଁ ବରଂ ବିଦ୍ୟାର୍ଥୀ ମାନେ ସାମ୍ବାଦିକତା କ୍ଷେତ୍ରରେ କିପରି ଦକ୍ଷ ହୋଇପାରିବେ ସେ ଦିଗରେ ଆଲୁମିନା ସଦସ୍ୟ ପରାମର୍ଶ ଓ ଗୁରୁ ମନ୍ତ୍ର ଦେଇଥିଲେ। କାର୍ୟ୍ୟକ୍ରମକୁ ସାଧାରଣ ସମ୍ପାଦକ ଲିପୁନ୍ କୁମାର ପରିଡ଼ା ପରିଚାଳନା କରିଥିବା ବେଳେ ସଦସ୍ୟ ନିଶିକାନ୍ତ ତାରେଣିଆ ଧନ୍ୟବାଦ ଅର୍ପଣ କରିଥିଲେ, ଅନ୍ୟ ମାନଙ୍କ ମଧ୍ୟରେ ଆଲୁମିନାର ସଦସ୍ୟ ଅଭିଜିତ ଦେବତା, ସିମାଂଚଳ ଭୋଇ ସମୀମ୍ ଅଖତର ଓ ସୁନୀତା ଜେନା ପ୍ରମୁଖ ଉପସ୍ଥିତ ଥିଲେ।