ତୃତୀୟ ପତ୍ନୀଙ୍କ ହାତରେ ଗଲା ଜୀବନ
ସୁନାରାମଙ୍କୁ ଗୁରୁତର ଅବସ୍ଥାରେ ତାଙ୍କ ଦ୍ୱିତୀୟ ପତ୍ନୀ ୧୦୮ ଆମ୍ବୁଲାନ୍ସ ଯୋଗେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।
କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା କାଶୀବେଡ଼ା ଗାଁରେ ଜଣେ ବ୍ୟକ୍ତିଙ୍କୁ ତାଙ୍କ ପତ୍ନୀ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ସୁନାରାମ ମୁଣ୍ଡା।
ଆଜି ସନ୍ଧ୍ୟାରେ ସୁନାରାମ ନିଶାଶକ୍ତ ଅବସ୍ଥାରେ ଆସି ତାଙ୍କ ତୃତୀୟ ପତ୍ନୀ ସୁକୁମତି ମୁଣ୍ଡାଙ୍କୁ ମାରପିଟ କରିଥିଲେ। ଏହାର କିଛି ସମୟ ପରେ ସୁନାରାମ ନିକଟସ୍ଥ ଏକ ପଡ଼ିଆକୁ ଯାଇ ଶୋଇଥିଲେ। ସେ ଶୋଇଥିବା ବେଳେ ସୁକୁମତି ତାଙ୍କ ମୁଣ୍ଡକୁ ପଥରରେ ଛେଚି ଦେଇଥିଲେ।
ସୁନାରାମଙ୍କୁ ଗୁରୁତର ଅବସ୍ଥାରେ ତାଙ୍କ ଦ୍ୱିତୀୟ ପତ୍ନୀ ୧୦୮ ଆମ୍ବୁଲାନ୍ସ ଯୋଗେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।
କେନ୍ଦୁଝରରୁ ପ୍ରଣୟ କୁମାର ପାଣିଙ୍କ ରିପୋର୍ଟ