ପାକିସ୍ତାନ ସହ ଯୁଦ୍ଧ ମଧ୍ୟରେ ବାଂଲାଦେଶ ବିରୋଧରେ ବଡ଼ ଆକ୍ସନ ନେଲା ଭାରତ
ନୂଆଦିଲ୍ଲୀ,୧୦।୫: ପାକିସ୍ତାନ ବିରୋଧରେ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ମଧ୍ୟରେ, ଭାରତ ବାଂଲାଦେଶ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଭାରତ ବିରୋଧରେ ପ୍ରଚାର କରୁଥିବା ୪ଟି ବାଂଲାଦେଶୀ ଗଣମାଧ୍ୟମ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବାଂଲାଦେଶୀ ଗଣମାଧ୍ୟମ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଭାରତର ଏହି କାର୍ଯ୍ୟରେ ବାଂଲାଦେଶ ମର୍ମାହତ ହୋଇପଡ଼ିଛି। ଭାରତରେ ବାଂଲାଦେଶର ୪ଟି ନ୍ୟୁଜ ଚ୍ୟାନେଲକୁ ବ୍ଲକ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। ଯେଉଁ ଚ୍ୟାନେଲଗୁଡ଼ିକୁ ଅବରୋଧ କରିବାକୁ ନିଷ୍ପତ୍ତି ନିଆଯାଇଛି, ସେଗୁଡିକ ମଧ୍ୟରେ ଜମୁନା ଟିଭି, […] The post ପାକିସ୍ତାନ ସହ ଯୁଦ୍ଧ ମଧ୍ୟରେ ବାଂଲାଦେଶ ବିରୋଧରେ ବଡ଼ ଆକ୍ସନ ନେଲା ଭାରତ appeared first on Dharitri Odia News.
ନୂଆଦିଲ୍ଲୀ,୧୦।୫: ପାକିସ୍ତାନ ବିରୋଧରେ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ମଧ୍ୟରେ, ଭାରତ ବାଂଲାଦେଶ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଭାରତ ବିରୋଧରେ ପ୍ରଚାର କରୁଥିବା ୪ଟି ବାଂଲାଦେଶୀ ଗଣମାଧ୍ୟମ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବାଂଲାଦେଶୀ ଗଣମାଧ୍ୟମ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଭାରତର ଏହି କାର୍ଯ୍ୟରେ ବାଂଲାଦେଶ ମର୍ମାହତ ହୋଇପଡ଼ିଛି।
ଭାରତରେ ବାଂଲାଦେଶର ୪ଟି ନ୍ୟୁଜ ଚ୍ୟାନେଲକୁ ବ୍ଲକ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। ଯେଉଁ ଚ୍ୟାନେଲଗୁଡ଼ିକୁ ଅବରୋଧ କରିବାକୁ ନିଷ୍ପତ୍ତି ନିଆଯାଇଛି, ସେଗୁଡିକ ମଧ୍ୟରେ ଜମୁନା ଟିଭି, ଆକ୍ଟର ଟିଭି, ବଙ୍ଗଳାଭିଜନ ଏବଂ ମୋହନା ଟିଭି ଅନ୍ତର୍ଭୁକ୍ତ।
ଚଳିତ ସପ୍ତାହରେ ଭାରତ ବାଂଲାଦେଶକୁ ଆଉ ଏକ ଝଟକା ଦେଇଛି। ଭାରତ ଦୁଇ ଦିନ ପୂର୍ବରୁ ସୀମା ପାର କରି ୧୨୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଫେରାଇ ଦେଇଥିଲା।
ଯୁଦ୍ଧ ସମୟରେ ଏହି ଚ୍ୟାନେଲ ସବୁ ଭାରତ ବିରୋଧରେ ପ୍ରଚାର କରୁଥିଲା, ଯାହା ପରେ ଭାରତ ଏହି ଚ୍ୟାନେଲଗୁଡ଼ିକ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କରିଥିଲା।
ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଭାରତ ଏବଂ ପାକିସ୍ତାନ ଉତ୍ତେଜନା ଉପରେ କୌଣସି ମତ ରଖିନାହିଁ। ୟୁନୁସଙ୍କ ସରକାର ସୀମାନ୍ତ ଅଞ୍ଚଳରେ ସାମରିକ ସୁରକ୍ଷାକୁ ସୁଦୃଢ଼ କରିଛନ୍ତି।
The post ପାକିସ୍ତାନ ସହ ଯୁଦ୍ଧ ମଧ୍ୟରେ ବାଂଲାଦେଶ ବିରୋଧରେ ବଡ଼ ଆକ୍ସନ ନେଲା ଭାରତ appeared first on Dharitri Odia News.