ପାକିସ୍ତାନୀ ମହିଳାଙ୍କୁ ବିବାହ କରି ଚାକିରି ହରାଇଲେ ଯବାନ

ନୂଆଦିଲ୍ଲୀ,୪ା୫: ପାକିସ୍ତାନୀ ମହିଳାଙ୍କୁ ବିବାହ କରିଥିବା ଘଟଣାକୁ ଲୁଚାଇ ରଖିଥିତ୍ବା ସିଆର୍‌ପିଏଫ୍‌ କନ୍‌ଷ୍ଟେବଲ ମୁନିର ଅହମଦଙ୍କୁ ଶନିବାର ଚାକିରିରୁ ବହିଷ୍କାର କରାଯାଇଛି। ଭିଜା ବୈଧତା ଶେଷ ହେବା ପରେ ଜମ୍ମୁ ବାସିନ୍ଦା ଯବାନ ମୁନିର ଜାଣିଶୁଣି ସ୍ତ୍ରୀଙ୍କୁ ଆଶ୍ରୟ ଦେଇଥିଲେ। ତାଙ୍କ କାର୍ଯ୍ୟ ସେବା ନିୟମାବଳୀର ଉଲ୍ଲଂଘନ ଏବଂ ଜାତୀୟ ସୁରକ୍ଷା ପ୍ରତି କ୍ଷତିକାରକ ବୋଲି ସିଆର୍‌ପିଏଫ୍‌ କହିଛି। ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ପରେ ସରକାର ପାକିସ୍ତାନୀଙ୍କ ଭିଜା ରଦ୍ଦ କରିଥିବାବେଳେ ସେମାନଙ୍କୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ […] The post ପାକିସ୍ତାନୀ ମହିଳାଙ୍କୁ ବିବାହ କରି ଚାକିରି ହରାଇଲେ ଯବାନ appeared first on Dharitri Odia News.

ପାକିସ୍ତାନୀ ମହିଳାଙ୍କୁ ବିବାହ କରି ଚାକିରି ହରାଇଲେ ଯବାନ

ନୂଆଦିଲ୍ଲୀ,୪ା୫: ପାକିସ୍ତାନୀ ମହିଳାଙ୍କୁ ବିବାହ କରିଥିବା ଘଟଣାକୁ ଲୁଚାଇ ରଖିଥିତ୍ବା ସିଆର୍‌ପିଏଫ୍‌ କନ୍‌ଷ୍ଟେବଲ ମୁନିର ଅହମଦଙ୍କୁ ଶନିବାର ଚାକିରିରୁ ବହିଷ୍କାର କରାଯାଇଛି। ଭିଜା ବୈଧତା ଶେଷ ହେବା ପରେ ଜମ୍ମୁ ବାସିନ୍ଦା ଯବାନ ମୁନିର ଜାଣିଶୁଣି ସ୍ତ୍ରୀଙ୍କୁ ଆଶ୍ରୟ ଦେଇଥିଲେ।

ତାଙ୍କ କାର୍ଯ୍ୟ ସେବା ନିୟମାବଳୀର ଉଲ୍ଲଂଘନ ଏବଂ ଜାତୀୟ ସୁରକ୍ଷା ପ୍ରତି କ୍ଷତିକାରକ ବୋଲି ସିଆର୍‌ପିଏଫ୍‌ କହିଛି। ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ପରେ ସରକାର ପାକିସ୍ତାନୀଙ୍କ ଭିଜା ରଦ୍ଦ କରିଥିବାବେଳେ ସେମାନଙ୍କୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଦେଶ ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ମୁନିରଙ୍କ ସ୍ତ୍ରୀ ମିନାଲ ଖାନ୍‌ ପାକିସ୍ତାନୀ ହୋଇଥିବାବେଳେ ତାଙ୍କୁ ଦେଶ ଛାଡ଼ିବାକୁ ଗତ ୨୯ ତାରିଖରେ ଅଟ୍ଟାରୀ-ଓ୍ବାଘା ସୀମାକୁ ନିଆଯାଇଥିଲା। ଶେଷ ମୁହୂର୍ତ୍ତରେ ଜମ୍ମୁ-କଶ୍ମୀର ହାଇକୋର୍ଟ ତାଙ୍କୁ ଆଶ୍ୱସ୍ତି ଦେଇ ଭାରତରେ ୧୦ ଦିନ ରହିବାକୁ ଅନୁମତି ଦେଇଥିଲେ।

The post ପାକିସ୍ତାନୀ ମହିଳାଙ୍କୁ ବିବାହ କରି ଚାକିରି ହରାଇଲେ ଯବାନ appeared first on Dharitri Odia News.