୯୭ କୋଟି ପଞ୍ଜିକୃତ ଭୋଟର, ପ୍ରଥମ ଥର ଭୋଟ୍ ଦେବେ ୧.୮ କୋଟି

ନୂଆଦିଲ୍ଲୀ : ୨୦୨୪ ଲୋକସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇଛି। ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ଆଜି ନିର୍ବାଚନ ପାଇଁ ତାରିଖ ଘୋଷଣା କରିବା ସହ ନିର୍ବାଚନ ସଂକ୍ରାନ୍ତ ଅନେକ ଗୁରୁତ୍ବପୂର୍ଣ୍ଣ ଖବର ଦେଇଛନ୍ତି। କମିସନ୍ ଅନୁଯାୟୀ ଦେଶରେ ୯୭ କୋଟି ଭୋଟର ପଞ୍ଜିକୃତ ହୋଇଛନ୍ତି। ୧୦.୫ ଲକ୍ଷରୁ ଅଧିକ ଭୋଟିଂ ବୁଥ୍ ୧.୫ କୋଟି ବ୍ୟକ୍ତି ଏବଂ ୫୫ ଲକ୍ଷ ଇଭିଏମ୍ ଦ୍ବାରା ପରିଚାଳିତ। ଭୋଟଦାତାଙ୍କ ମଧ୍ୟରେ ୪୯.୭ କୋଟି ପୁରୁଷ […]

୯୭ କୋଟି ପଞ୍ଜିକୃତ ଭୋଟର, ପ୍ରଥମ ଥର ଭୋଟ୍ ଦେବେ ୧.୮ କୋଟି

ନୂଆଦିଲ୍ଲୀ : ୨୦୨୪ ଲୋକସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇଛି। ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ଆଜି ନିର୍ବାଚନ ପାଇଁ ତାରିଖ ଘୋଷଣା କରିବା ସହ ନିର୍ବାଚନ ସଂକ୍ରାନ୍ତ ଅନେକ ଗୁରୁତ୍ବପୂର୍ଣ୍ଣ ଖବର ଦେଇଛନ୍ତି। କମିସନ୍ ଅନୁଯାୟୀ ଦେଶରେ ୯୭ କୋଟି ଭୋଟର ପଞ୍ଜିକୃତ ହୋଇଛନ୍ତି। ୧୦.୫ ଲକ୍ଷରୁ ଅଧିକ ଭୋଟିଂ ବୁଥ୍ ୧.୫ କୋଟି ବ୍ୟକ୍ତି ଏବଂ ୫୫ ଲକ୍ଷ ଇଭିଏମ୍ ଦ୍ବାରା ପରିଚାଳିତ। ଭୋଟଦାତାଙ୍କ ମଧ୍ୟରେ ୪୯.୭ କୋଟି ପୁରୁଷ ଥିବାବେଳେ ୪୭.୧ କୋଟି ମହିଳା ଭୋଟର ଅଛନ୍ତି। ସେହିପରି କିନ୍ନର ଭୋଟରଙ୍କ ସଂଖ୍ୟା ୪୮ ହଜାର। ୧.୮ କୋଟି ଭୋଟର ପ୍ରଥମ ଥର ଭୋଟ୍ ଦେବେ। ସେମାନେ ନାଁ ପଞ୍ଜିକରଣ କରିଛନ୍ତି। ୮୨ ଲକ୍ଷରୁ ଅଧିକ ଭୋଟରଙ୍କ ବୟସ ୮୫ ବର୍ଷରୁ ଅଧିକ। ୨.୧୮ ଲକ୍ଷ ଭୋଟର ଶତାୟୁ। ୨୦ରୁ ୨୯ ବର୍ଷ ମଧ୍ୟରେ ଭୋଟରଙ୍କ ସଂଖ୍ୟା ହେଉଛି ୧୯.୪୭ କୋଟି।