ସରିଲା ରେଡ ଡ୍ରପ୍ ଅଲଟ୍ରା ମାରାଥନ ଅଭିଯାନ: ୫୧ଦିନରେ ୨୭୭୨ ୟୁନିଟ ରକ୍ତ ସଂଗ୍ରହ
ବରଗଡ଼,୨୦।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ର ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାର ପକ୍ଷରୁ ଚାଲିଥିବା ରେଡ ଡ୍ରପ୍ ଅଲଟ୍ରା ମାରାଥନ ଅଭିଯାନ ଗୁରୁବାର ଶେଷ ହୋଇଛି। ଦୀର୍ଘ ୫୧ ଧରି ଚାଲିଥିବା ଏହି ଅଭିଯାନରେ ମୋଟ ୨୭୭୨ ୟୁନିଟ ରକ୍ତ ସଂଗୃହୀତ ହୋଇଛି। ବରଗଡ଼ ବ୍ଲକ ଅଧୀନ ତାଲଶ୍ରୀଗିଡ଼ା ଗ୍ରାମରେ ଉଦ୍ଯାପନୀ ଦିବସରେ ଏକ ରକ୍ତଦାନ ଶିବିର ହୋଇଥିଲା। ଗଣଦୃଷ୍ଟିର ସମ୍ପାଦକ ଉମେଶ ବିଶ୍ୱାଳ, ପ୍ରଦୀପ ପାଢ଼ୀ, ସ୍ଥାନୀୟ ସରପଞ୍ଚ ରିକନ ସାହୁ ଶିବିରକୁ ଉଦ୍ଘାଟନ କରିଥିଲେ। ଶିବିରରେ ବୁର୍ଲା […] The post ସରିଲା ରେଡ ଡ୍ରପ୍ ଅଲଟ୍ରା ମାରାଥନ ଅଭିଯାନ: ୫୧ଦିନରେ ୨୭୭୨ ୟୁନିଟ ରକ୍ତ ସଂଗ୍ରହ appeared first on Dharitri Odia News.
ବରଗଡ଼,୨୦।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ର ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାର ପକ୍ଷରୁ ଚାଲିଥିବା ରେଡ ଡ୍ରପ୍ ଅଲଟ୍ରା ମାରାଥନ ଅଭିଯାନ ଗୁରୁବାର ଶେଷ ହୋଇଛି। ଦୀର୍ଘ ୫୧ ଧରି ଚାଲିଥିବା ଏହି ଅଭିଯାନରେ ମୋଟ ୨୭୭୨ ୟୁନିଟ ରକ୍ତ ସଂଗୃହୀତ ହୋଇଛି।
ବରଗଡ଼ ବ୍ଲକ ଅଧୀନ ତାଲଶ୍ରୀଗିଡ଼ା ଗ୍ରାମରେ ଉଦ୍ଯାପନୀ ଦିବସରେ ଏକ ରକ୍ତଦାନ ଶିବିର ହୋଇଥିଲା। ଗଣଦୃଷ୍ଟିର ସମ୍ପାଦକ ଉମେଶ ବିଶ୍ୱାଳ, ପ୍ରଦୀପ ପାଢ଼ୀ, ସ୍ଥାନୀୟ ସରପଞ୍ଚ ରିକନ ସାହୁ ଶିବିରକୁ ଉଦ୍ଘାଟନ କରିଥିଲେ। ଶିବିରରେ ବୁର୍ଲା ରକ୍ତଭଣ୍ଡାର କର୍ମଚାରୀଙ୍କ ଦ୍ୱାରା ୪୩ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।
ସ୍ବେଚ୍ଛାସେବୀ ଅନୁଷ୍ଠାନ ଜୀବନ ସଂଯୋଗ ଏବଂ ନିଷ୍ଠା ପରିବାରର ସ୍ବେଚ୍ଛାସେବୀମାନେ ଶିବିର ପରିଚାଳନା କରିଥିଲେ। ଅନୁରୂପଭାବେ ଉଦ୍ଯାପନୀ ଦିବସରେ ଖଣ୍ଡହଥା ଆନ୍ଧ୍ରକ୍ୟାମ୍ପସ୍ଥିତ ନିଷ୍ଠା ଭବନରେ ଆଉ ଏକ ରକ୍ତଦାନ ଶିବିର ହୋଇଥିଲା।
ପୂର୍ବତନ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଶିବିରକୁ ଉଦ୍ଘାଟନ କରିଥିବାବେଳେ ନିଷ୍ଠା ପରିବାରର ସ୍ବେଚ୍ଛାସେବୀମାନେ ଉତ୍ସାହର ସହିତ ରକ୍ତଦାନ କରିଥିଲେ। ଶିବିରରୁ ବରଗଡ଼ ରକ୍ତ ଭଣ୍ଡାର କର୍ମଚାରୀମାନେ ୩୦ୟୁନିଟ ରକ୍ତ ସଂଗ୍ରହ କରିଥିଲେ।
ରକ୍ତ ସଂଗ୍ରହରେ ଏହି ଅଭିଯାନ ଅନନ୍ୟ ଏବଂ ପ୍ରଥମଥର ପାଇଁ ସଫଳତାର ସହିତ ସମ୍ପନ୍ନ ହୋଇଥିବା ଯୋଗୁ ନିଷ୍ଠା ପରିବାରର ଉପଦେଷ୍ଟା ଦୁର୍ବାଦଳ ଷଡ଼ଙ୍ଗୀ, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ସଭାପତି ରକ୍ଷପାଳ ସାହୁ, ସମ୍ପାଦକ ଲୋକନାଥ ସାହୁ, କୋଷାଧ୍ୟକ୍ଷ ଶ୍ୟାମସୁନ୍ଦର ସାହୁ ସମସ୍ତ ରକ୍ତଦାତା, ସହଯୋଗୀ ଅନୁଷ୍ଠାନ ଏବଂ ଶୁଭେଚ୍ଛୁଙ୍କୁ କୃତଜ୍ଞତା ଜ୍ଞାପନ କରିଥିବା ବେଳେ ଅନୁଷ୍ଠାନର ଇତିହାସରେ ଏହା ଏକ ସ୍ବର୍ଣ୍ଣିମ ଅଧ୍ୟାୟ ଭାବେ ଲିପିବଦ୍ଧ ରହିବ ବୋଲି କହିଛନ୍ତି।
ସୂଚନାଯାଗ୍ୟ, ଏହି ଅଭିଯାନ ଜାନୁୟାରୀ ୧ ତାରିଖରୁ ଆରମ୍ଭ ହୋଇଥିଲା। ପ୍ରତ୍ୟେକ ଦିନ ଜିଲାର ବିଭିନ୍ନ ଗ୍ରାମାଞ୍ଚଳରେ ଶିବିର ଆୟୋଜିତ ହୋଇ ରକ୍ତ ସଂଗ୍ରହ କରାଯାଇଥିଲା। ନିଷ୍ଠା ପରିବାରର ଏହି ଅଭିଯାନକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।
The post ସରିଲା ରେଡ ଡ୍ରପ୍ ଅଲଟ୍ରା ମାରାଥନ ଅଭିଯାନ: ୫୧ଦିନରେ ୨୭୭୨ ୟୁନିଟ ରକ୍ତ ସଂଗ୍ରହ appeared first on Dharitri Odia News.