ମହାପ୍ରଭୁଙ୍କ ଜମିର ହେବ ଡିଜିଟାଇସନ: ଜମି ଜବରଦଖଲ ବ୍ୟକ୍ତିଙ୍କୁ ଛଡ଼ାଯିବନି
ପୁରୀ: ପୁରୀ ସହର ତଥା ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ମହାପ୍ରଭୁଙ୍କ ଜମିର ଡିଜିଟାଇଜେସନ ହେବ।ଓରସାକ ପକ୍ଷରୁ ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ମହାପ୍ରଭୁଙ୍କ ଜମି ଜବରଦଖଲ କରିଥିବା କୌଣସି ବ୍ୟକ୍ତିଙ୍କୁ ଛଡା ଯିବ ନାହିଁ। ଏଭଳି କଡା ଆଭିମୁଖ୍ୟ ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ପୁରୀ ବାସେଳୀ ସାହି ଥାନା ଅନ୍ତର୍ଗତ ମାଟିତୋଟାରେ ମହାପ୍ରଭୁଙ୍କ ଜମି ବେଆଇନ ଭାବେ ଜବରଦଖଲ ଓ ବିକ୍ରୀ ଉଦ୍ୟମ ଘଟଣାରେ କାହାରିକୁ ଛଡା ଯିବ ନାହିଁ। ଜିଲ୍ଳାପାଳ ନିଜେ […]

ପୁରୀ: ପୁରୀ ସହର ତଥା ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ମହାପ୍ରଭୁଙ୍କ ଜମିର ଡିଜିଟାଇଜେସନ ହେବ।ଓରସାକ ପକ୍ଷରୁ ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ମହାପ୍ରଭୁଙ୍କ ଜମି ଜବରଦଖଲ କରିଥିବା କୌଣସି ବ୍ୟକ୍ତିଙ୍କୁ ଛଡା ଯିବ ନାହିଁ। ଏଭଳି କଡା ଆଭିମୁଖ୍ୟ ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ପୁରୀ ବାସେଳୀ ସାହି ଥାନା ଅନ୍ତର୍ଗତ ମାଟିତୋଟାରେ ମହାପ୍ରଭୁଙ୍କ ଜମି ବେଆଇନ ଭାବେ ଜବରଦଖଲ ଓ ବିକ୍ରୀ ଉଦ୍ୟମ ଘଟଣାରେ କାହାରିକୁ ଛଡା ଯିବ ନାହିଁ।
ଜିଲ୍ଳାପାଳ ନିଜେ ଘଟଣାର ସମୀକ୍ଷା କରୁଛନ୍ତି। ଏନେଇ ଥାନାରେ ମାମଲା ରୁଜୁ ହୋଇଛି।ଖାଲି ପଡିଥିବା ଜମିରେ ବାଉଣ୍ଡରୀ ସହ ଜବରଦଖଲ ସ୍ଥାନ ଉଛେଦ ହେବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଏହି ସୂଚନା ଦେଇଛନ୍ତି। ପୂର୍ବରୁ ଜିଲ୍ଳାପାଳ କହିଥିଲେ ଜମିର ମାଲିକାନା କିମ୍ବା ରେକର୍ଡ଼ରେ କୌଣସି ପରିବର୍ତ୍ତନ ହେବ ନାହିଁ।ତହସିଲ ପକ୍ଷରୁ କ୍ଷେତ୍ର ପରିଦର୍ଶନ କରାଯାଇଛି। ଆସନ୍ତା ୩- ୪ ଦିନ ଭିତରେ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବ।ଘରୋଇ ପ୍ଲୁଟକୁ ବାଦ ଦେଇ ଜବରଦଖଲ ଓ ବିକ୍ରୀ ହୋଇଥିବା ପ୍ଲୁଟ ଉଛେଦ ହେବ।