ସାନ ଭାଇର ଟାଙ୍ଗିଆ ଚୋଟରେ ବଡ ଭାଇର ମୃତ୍ୟୁ
ଝାରସୁଗୁଡା: ଭାଇ ହେଲା ଭଗାରୀ । ସାନଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇର ମୃତ୍ୟୁ। ଏଭଳି ଜଘନ୍ୟ କାଣ୍ଡ ଘଟିଛି ଝାରସୁଗୁଡା ଜିଲ୍ଲା ଲଖନପୁର ଥାନା କୁଡାଲୋଇ ଗଙ୍ଗାପଡାରେ । ମୃତ ବଡ଼ଭାଇ ହେଲେ ସୁନୀଲ ସୋରେନ। ଅଭିଯୁକ୍ତ ସାନଭାଇ ସୁଶୀଲ ସୋରେନକୁ ଅଟକ ରଖିଛି ପୋଲିସ । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ପହଞ୍ଚି ଅଧିକ ତଦନ୍ତ ଚଳାଇଛି । ସୂଚନାନୁସାରେ, ରବିବାର ବିଳମ୍ବିତ ରାତିରେ କୌଣସି କଥାକୁ ନେଇ ୨ ଭାଇଙ୍କ ମଧ୍ୟରେ ବଚସା ହୋଇଥିଲା […]

ଝାରସୁଗୁଡା: ଭାଇ ହେଲା ଭଗାରୀ । ସାନଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇର ମୃତ୍ୟୁ। ଏଭଳି ଜଘନ୍ୟ କାଣ୍ଡ ଘଟିଛି ଝାରସୁଗୁଡା ଜିଲ୍ଲା ଲଖନପୁର ଥାନା କୁଡାଲୋଇ ଗଙ୍ଗାପଡାରେ । ମୃତ ବଡ଼ଭାଇ ହେଲେ ସୁନୀଲ ସୋରେନ। ଅଭିଯୁକ୍ତ ସାନଭାଇ ସୁଶୀଲ ସୋରେନକୁ ଅଟକ ରଖିଛି ପୋଲିସ । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ପହଞ୍ଚି ଅଧିକ ତଦନ୍ତ ଚଳାଇଛି ।
ସୂଚନାନୁସାରେ, ରବିବାର ବିଳମ୍ବିତ ରାତିରେ କୌଣସି କଥାକୁ ନେଇ ୨ ଭାଇଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ରାଗିଯାଇ ସୁଶୀଲ ଏକ ଟାଙ୍ଗିଆରେ ବଡ଼ ଭାଇ ସୁନୀଲଙ୍କ ମୁଣ୍ଡରେ ଆକ୍ରମଣ କରିଥିଲା । ଟାଙ୍ଗିଆ ଚୋଟରେ ଗୁରୁତର ଆହତ ହୋଇ ତଳେ ପଡିଯାଇଥିଲେ ଯାଇଥିଲେ ସୁନୀଲ । ପରିବାର ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୁନୀଲଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଲଖନ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସୁଶୀଲ ସୋରେନ୍ କୁ ଅଟକ ରଖିବା ସହ ଅଧିକ ତଦନ୍ତ ଜାରି ରଖିଛି।