ନିଟ୍‌ ‌ପେପର୍‌ ଲିକ୍‌ ସହ ମୋର ସମ୍ପୃକ୍ତି ନାହିଁ : ତେଜସ୍ବୀ

ନୂଆଦିଲ୍ଲୀ: ବିହାର ବିରୋଧୀ ଦଳ ନେତା ତେଜସ୍ବୀ ଯାଦବ ଆଜି କହିଛନ୍ତି, ନିଟ୍‌ ପେପର୍‌ ଲିକ୍‌ ଘଟଣାରେ ତାଙ୍କର କିଛି ସମ୍ପୃକ୍ତି ନହିଁ। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। ନିଟ୍‌ ପେପର୍‌ ଲିକ୍‌ ଘଟଣାରେ ତାଙ୍କର କିଛି ସମ୍ପୃକ୍ତି ନଥିଲେ ମଧ୍ୟ ଏନଡିଏ ନେତାମାନେ ଏହି ପ୍ରସଙ୍ଗରୁ ଲୋକଙ୍କ ନଜର ହଟାଇବାପାଇଁ ଏବଂ ଏହା ପଛରେ ଥିବା ଲୋକଙ୍କୁ ସୁରକ୍ଷା ଦେବାପାଇଁ ତାଙ୍କ ନାଁକୁ ଏଥିରେ ଯୋଡ଼ିଛନ୍ତି ବୋଲି ସେ କହିଛନ୍ତି। ତେଜସ୍ବୀ କହିଛନ୍ତି, […]

ନିଟ୍‌ ‌ପେପର୍‌ ଲିକ୍‌ ସହ ମୋର ସମ୍ପୃକ୍ତି ନାହିଁ : ତେଜସ୍ବୀ

ନୂଆଦିଲ୍ଲୀ: ବିହାର ବିରୋଧୀ ଦଳ ନେତା ତେଜସ୍ବୀ ଯାଦବ ଆଜି କହିଛନ୍ତି, ନିଟ୍‌ ପେପର୍‌ ଲିକ୍‌ ଘଟଣାରେ ତାଙ୍କର କିଛି ସମ୍ପୃକ୍ତି ନହିଁ। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। ନିଟ୍‌ ପେପର୍‌ ଲିକ୍‌ ଘଟଣାରେ ତାଙ୍କର କିଛି ସମ୍ପୃକ୍ତି ନଥିଲେ ମଧ୍ୟ ଏନଡିଏ ନେତାମାନେ ଏହି ପ୍ରସଙ୍ଗରୁ ଲୋକଙ୍କ ନଜର ହଟାଇବାପାଇଁ ଏବଂ ଏହା ପଛରେ ଥିବା ଲୋକଙ୍କୁ ସୁରକ୍ଷା ଦେବାପାଇଁ ତାଙ୍କ ନାଁକୁ ଏଥିରେ ଯୋଡ଼ିଛନ୍ତି ବୋଲି ସେ କହିଛନ୍ତି। ତେଜସ୍ବୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମୋ ପିଏ କିମ୍ବା ପିଏସ୍‌ଙ୍କୁ ବ୍ୟକ୍ତିଗତ ଭାବେ ଜେରା କରିପାରିବେ। ମୁଁ ତଦନ୍ତ ପାଇଁ ପ୍ରସ୍ତୁତ ଅଛି ଏବଂ କୌଣସି କଥା ଲୁଚାଇବାର ନାହିଁ। ଉଲ୍ଲେଖଯୋଗ୍ୟ, ବିହାର ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନା ଏବଂ ବିହାର ମନ୍ତ୍ରୀ ଶ୍ରବଣ କୁମାରଙ୍କ ସମେତ କିଛି ଜେଡିୟୁ ନେତାମାନେ ନିଟ୍‌ ପେପର୍‌ ଲିକ୍‌ ଘଟଣାରେ ଆରଜେଡି ନେତା ତେଜସ୍ବୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଥିଲେ। ଜେଡିୟୁ‌ ନେତାମାନେ କହିଛନ୍ତି, ତେଜସ୍ବୀଙ୍କ ଜଣେ ପୂର୍ବତନ ଘନିଷ୍ଠ ସହଯୋଗୀ ପ୍ରୀତମ କୁମାର ଏହି ଦୁର୍ନୀତିରେ ଜଡ଼ିତ। ଅନ୍ୟପକ୍ଷରେ ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ସହ ଅଭିଯୁକ୍ତ ପ୍ରୀତମଙ୍କ ଫଟୋ ଆଜି ଆରଜେଡି ନେତାମାନେ ସୋସିଆଲ ମିଡିଆରେ ପୋଷ୍ଟ୍‌ କରି ତାଙ୍କୁ ଟାର୍ଗେଟ୍‌ କରିଛନ୍ତି ।