କେ ସୁରେଶ ହେବେ ଅସ୍ଥାୟୀ ବାଚସ୍ପତି

ନୂଆଦିଲ୍ଲୀ: ଆସନ୍ତା ୨୪ ତାରିଖରେ ଅଷ୍ଟାଦଶ ଲୋକସଭାର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବା ପୂର୍ବରୁ କଂଗ୍ରେସ ନେତା କେ ସୁରେଶଙ୍କୁ ପ୍ରୋଟେମ୍ (ଅସ୍ଥାୟୀ) ବାଚସ୍ପତି ଭାବେ ମନୋନୀତ କରାଯିବ । ବାଚସ୍ପତି ପଦକୁ ନେଇ ସରକାର ଆନୁଷ୍ଠାନିକ ନିଷ୍ପତ୍ତି ନ ନେବା ପର୍ଯ୍ୟନ୍ତ କେ ସୁରେଶ ସାଂସଦମାନଙ୍କୁ ଶପଥ ପାଠ କରାଇବେ। କେରଳର ମାଭେଲିକାରୁ ନିର୍ବାଚିତ ହୋଇଥିବା ୬୮ ବର୍ଷୀୟ ସାଂସଦ ସୁରେଶ ସବୁଠାରୁ ଅଧିକ ସମୟ ଧରି ସାଂସଦ ଭାବେ କାର୍ଯ୍ୟ କରୁଛନ୍ତି। ୨୪ ତାରିଖରେ […]

କେ ସୁରେଶ ହେବେ ଅସ୍ଥାୟୀ ବାଚସ୍ପତି

ନୂଆଦିଲ୍ଲୀ: ଆସନ୍ତା ୨୪ ତାରିଖରେ ଅଷ୍ଟାଦଶ ଲୋକସଭାର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବା ପୂର୍ବରୁ କଂଗ୍ରେସ ନେତା କେ ସୁରେଶଙ୍କୁ ପ୍ରୋଟେମ୍ (ଅସ୍ଥାୟୀ) ବାଚସ୍ପତି ଭାବେ ମନୋନୀତ କରାଯିବ । ବାଚସ୍ପତି ପଦକୁ ନେଇ ସରକାର ଆନୁଷ୍ଠାନିକ ନିଷ୍ପତ୍ତି ନ ନେବା ପର୍ଯ୍ୟନ୍ତ କେ ସୁରେଶ ସାଂସଦମାନଙ୍କୁ ଶପଥ ପାଠ କରାଇବେ। କେରଳର ମାଭେଲିକାରୁ ନିର୍ବାଚିତ ହୋଇଥିବା ୬୮ ବର୍ଷୀୟ ସାଂସଦ ସୁରେଶ ସବୁଠାରୁ ଅଧିକ ସମୟ ଧରି ସାଂସଦ ଭାବେ କାର୍ଯ୍ୟ କରୁଛନ୍ତି। ୨୪ ତାରିଖରେ ସଂସଦ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇବେ। ଏହାପରେ ସେ ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ରିମଣ୍ଡଳ ଓ ଅନ୍ୟ ସାଂସଦମାନଙ୍କୁ ଶପଥ ପାଠ କରାଇବେ। ଆସନ୍ତା ୨୬ ତାରିଖରେ ସରକାର ଲୋକସଭା ବାଚସ୍ପତିଙ୍କ ନାମ ଘୋଷଣା କରିପାରନ୍ତି ।
ବାଚସ୍ପତି ପଦ ପାଇଁ ୧୭ତମ ଲୋକସଭାରେ ବାଚସ୍ପତି ଥିବା ଓମ୍ ବିର୍ଲା, ସାଂସଦ ଭର୍ତ୍ତୃହରି ମହତାବ ଓ ଡି ପୁରନ୍ଦେଶ୍ୱରୀଙ୍କ ସମେତ ଅନେକଙ୍କ ନାମ ଚର୍ଚ୍ଚାରେ ରହିଛି।