ଡିଜିପି ଓ୍ବାଇବି ଖୁରାନିଆଙ୍କ କାର୍ଯ୍ୟକାଳ ବୃଦ୍ଧି
ଭୁବନେଶ୍ୱର : ବୃଦ୍ଧି ପାଇଲା ପୋଲିସ ଡିଜି ଯୋଗେଶ ବାହାଦୂର (ଓ୍ବାଇବି) ଖୁରାନିଆଙ୍କ କାର୍ଯ୍ୟକାଳ । ୧୬ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ କାର୍ଯ୍ୟକାଳ ବଢ଼ାଇଲେ ରାଜ୍ୟ ସରକାର । ଖୁରାନିଆ ଅଗଷ୍ଟ ୧୬ରେ ରାଜ୍ୟ ପୋଲିସ ମୁଖ୍ୟାଳୟରେ ନୂତନ ପୋଲିସ ଡିଜି ଭାବେ ବିଧିବଦ୍ଧ ଦାୟିତ୍ୱ ଗ୍ରହଣ କରିଥିଲେ। ତାଙ୍କ କାର୍ଯ୍ୟକାଳକୁ ସରକାର ସର୍ବନିମ୍ନ ୨ ବର୍ଷ ବଢ଼ାଇଛନ୍ତି। ସୂଚନାନୁସାରେ, ଗତ ମାସରେ ପୁଲିସ ମହାନିର୍ଦ୍ଦେଶକ ଭାବେ ୧୯୯୦ ବ୍ୟାଚର ଭାରତୀୟ ପୁଲିସ ସେବା ଅଧିକାରୀ ଯୋଗେଶ […]

ଭୁବନେଶ୍ୱର : ବୃଦ୍ଧି ପାଇଲା ପୋଲିସ ଡିଜି ଯୋଗେଶ ବାହାଦୂର (ଓ୍ବାଇବି) ଖୁରାନିଆଙ୍କ କାର୍ଯ୍ୟକାଳ । ୧୬ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ କାର୍ଯ୍ୟକାଳ ବଢ଼ାଇଲେ ରାଜ୍ୟ ସରକାର । ଖୁରାନିଆ ଅଗଷ୍ଟ ୧୬ରେ ରାଜ୍ୟ ପୋଲିସ ମୁଖ୍ୟାଳୟରେ ନୂତନ ପୋଲିସ ଡିଜି ଭାବେ ବିଧିବଦ୍ଧ ଦାୟିତ୍ୱ ଗ୍ରହଣ କରିଥିଲେ। ତାଙ୍କ କାର୍ଯ୍ୟକାଳକୁ ସରକାର ସର୍ବନିମ୍ନ ୨ ବର୍ଷ ବଢ଼ାଇଛନ୍ତି।
ସୂଚନାନୁସାରେ, ଗତ ମାସରେ ପୁଲିସ ମହାନିର୍ଦ୍ଦେଶକ ଭାବେ ୧୯୯୦ ବ୍ୟାଚର ଭାରତୀୟ ପୁଲିସ ସେବା ଅଧିକାରୀ ଯୋଗେଶ ବାହାଦୂର ଖୁରାନିଆ ଦାୟିତ୍ବ ଗ୍ରହଣ କରିଛନ୍ତି । ସେ ହରିୟାଣା ରାଜ୍ୟର ମୂଳବାସିନ୍ଦା । ତାଙ୍କ ଚାକିରି କାଳ ମଧ୍ୟରେ ସେ ସୋନପୁର, ନୟାଗଡ଼, ଯାଜପୁର, ଗଞ୍ଜାମ, ମୟୂରଭଞ୍ଜ,ରାଉରକେଲାର ଆରକ୍ଷୀ ଅଧୀକ୍ଷକ ଭାବେ କାର୍ଯ୍ୟ କରିଛନ୍ତି। ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଭାବେ ପୁଲିସ ମୁଖ୍ୟାଳୟରେ ସେ କାର୍ଯ୍ୟକାରୀ ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡଙ୍ଗୀଙ୍କଠାରୁ ଦାୟିତ୍ବ ଗ୍ରହଣ କରିଥିଲେ ।