ସଂଯୋଗ ବିଚ୍ଛିନ୍ନ ପରେ ପ୍ରଶାସନର ତନାଘନା
ଅନୁଗୋଳ,୮ା୩(ଅମିତ କୁମାର ସାମଲ): ଅନୁଗୋଳରେ ନିର୍ମାଣ ହୋଇଛି ବିଶ୍ୱସ୍ତରୀୟ ଲାଇବ୍ରେରି ବ୍ଲାକ ଡାଇମଣ୍ଡ। ହରିମୌରି ଛକ ନିକଟରେ ନିର୍ମିତ ଏହି ଲାଇବ୍ରେରି ଗତ ଡିସେମ୍ବର ୮ରେ ଉଦ୍ଘାଟିତ ହୋଇଥିଲା। ହେଲେ ଉଦ୍ଘାଟନ ପରଠାରୁ ଏହାର ବିଦ୍ୟୁତ୍ ବିଲ୍ ବକେୟା ରହିଛି। ଏପରି କି ମାତ୍ର ୩ ମାସରେ ଏହି ବିଲ୍ ୧୯ ଲକ୍ଷ ୯୧ ହଜାର ଟଙ୍କାରେ ପହଞ୍ଚିଥିବା ବେଳେ ଦାୟିତ୍ୱରେ ଥିବା ଜିଲା ନିଜାରତ ବିଭାଗ ବିଲ୍ ପୈଠ ନ କରିବାରୁ ଗୁରୁବାର ବିଦ୍ୟୁତ୍ ବିଭାଗ […] The post ସଂଯୋଗ ବିଚ୍ଛିନ୍ନ ପରେ ପ୍ରଶାସନର ତନାଘନା appeared first on Dharitri Odia News.
ଅନୁଗୋଳ,୮ା୩(ଅମିତ କୁମାର ସାମଲ): ଅନୁଗୋଳରେ ନିର୍ମାଣ ହୋଇଛି ବିଶ୍ୱସ୍ତରୀୟ ଲାଇବ୍ରେରି ବ୍ଲାକ ଡାଇମଣ୍ଡ। ହରିମୌରି ଛକ ନିକଟରେ ନିର୍ମିତ ଏହି ଲାଇବ୍ରେରି ଗତ ଡିସେମ୍ବର ୮ରେ ଉଦ୍ଘାଟିତ ହୋଇଥିଲା। ହେଲେ ଉଦ୍ଘାଟନ ପରଠାରୁ ଏହାର ବିଦ୍ୟୁତ୍ ବିଲ୍ ବକେୟା ରହିଛି। ଏପରି କି ମାତ୍ର ୩ ମାସରେ ଏହି ବିଲ୍ ୧୯ ଲକ୍ଷ ୯୧ ହଜାର ଟଙ୍କାରେ ପହଞ୍ଚିଥିବା ବେଳେ ଦାୟିତ୍ୱରେ ଥିବା ଜିଲା ନିଜାରତ ବିଭାଗ ବିଲ୍ ପୈଠ ନ କରିବାରୁ ଗୁରୁବାର ବିଦ୍ୟୁତ୍ ବିଭାଗ ପକ୍ଷରୁ ଏହି ବିଶ୍ୱସ୍ତରୀୟ ଲାଇବ୍ରେରୀର ସଂଯୋଗ କାଟି ଦିଆଯାଇଥିଲା। ଏହି ଘଟଣା ଜଣାପଡ଼ିବା ପରେ ଜିଲା ପ୍ରଶାସନକୁ ସାଧାରଣରେ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଖବରପାଇ ଅତିରିକ୍ତ ଜିଲାପାଳ ପ୍ରତାପ ପ୍ରୀତିମୟ ବିଦ୍ୟୁତ୍ କାର୍ଯ୍ୟାଳୟରେ ପହଞ୍ଚତ୍ ଯାଇଥିଲେ। ତେବେ ତାଗିଦ କରିବା ବେଳେ ବିଦ୍ୟୁତ୍ କାର୍ଯ୍ୟାଳୟର କର୍ମଚାରୀମାନେ ବିଲ୍ ନେଇ ବାରମ୍ବାର ନୋଟିସ ଦିଆଯାଇଥିବାର ପ୍ରମାଣ ଦେଖାଇବା ପରେ ଅତିରିକ୍ତ ଜିଲାପାଳ ଖୁବଶୀଘ୍ର ବିଲ୍ ପୈଠ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ବିଦ୍ୟୁତ୍ ବିଭାଗ ପକ୍ଷରୁ ବ୍ଲାକ ଡାଇମଣ୍ଡକୁ ପୁନଃ ବିଦ୍ୟୁତ୍ ସଂଯୋଗ ଦିଆଯାଇଥିଲା। ଏ ସମ୍ପର୍କରେ ଅତିରିକ୍ତ ଜିଲାପାଳ ପ୍ରତାପ ପ୍ରୀତିମୟ କହିଛନ୍ତି, ବିଜୁଳି ବିଲ୍ ବକେୟା ନାହିଁ। ବିଦ୍ୟୁତ୍ ବିଭାଗ ପୂର୍ବରୁ କୌଣସି ନୋଟିସ ଦେଇନାହିଁ। ବିଦ୍ୟୁତ୍ ବିଭାଗ ସରକାରଙ୍କ ଏକ ଅଙ୍ଗ। ତେବେ ବିଭାଗର ଆଭ୍ୟନ୍ତରଣୀୟ ଘଟଣା ହୋଇଥିବାରୁ ଅଧିକ କିଛି କହି ହେବ ନାହିଁ। ଅପରପକ୍ଷରେ ବିଦ୍ୟୁତ୍ ବିଭାଗ ପକ୍ଷରୁ କୁହାଯାଇଛି, ବିଲ୍ ବକେୟା ଥିବା ବିଷୟରେ ବାରମ୍ବାର ନୋଟିସ ଦିଆଯାଇଥିଲା। ବିଲ୍ ପୈଠ କରା ନ ଯିବାରୁ ସଂଯୋଗ କାଟି ଦିଆଯାଇଥିଲା।
The post ସଂଯୋଗ ବିଚ୍ଛିନ୍ନ ପରେ ପ୍ରଶାସନର ତନାଘନା appeared first on Dharitri Odia News.