ସିକ୍ରେଟ ଖୋଲିଲେ ମୋଦି

ନୂଆଦିଲ୍ଲୀ,୩୦।୪: ଲୋକ ସଭା ନିର୍ବାଚନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଲାକୋଟ ଏୟାର ଷ୍ଟ୍ରାଇକ ସମ୍ପର୍କରେ ଏକ କାହାଣୀ ପ୍ରକାଶ କରିଛନ୍ତି। ୨୦୧୯ ବାଲାକୋଟ ଏୟାର ଷ୍ଟ୍ରାଇକ ବିଷୟରେ ପାକିସ୍ତାନ ପ୍ରଥମେ ଆନୁଷ୍ଠାନିକ ଭାବେ ସୂଚନା ପାଇଥିବା ନିଶ୍ଚିତ କରିଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ସେ କହିଛନ୍ତି ଯେ ମୋଦି ପଛରୁ ଆକ୍ରମଣ କରିବାରେ ବିଶ୍ୱାସ କରନ୍ତି ନାହିଁ କିନ୍ତୁ ଖୋଲାଖୋଲି ଭାବେ ସାମ୍ନା ସାମ୍ନି ଲଢିବାରେ ବିଶ୍ୱାସ କରନ୍ତି। ସେ କହିଛନ୍ତି ବାଲାକୋଟ ଏୟାର […] The post ସିକ୍ରେଟ ଖୋଲିଲେ ମୋଦି appeared first on Dharitri Odia News.

ସିକ୍ରେଟ ଖୋଲିଲେ ମୋଦି

ନୂଆଦିଲ୍ଲୀ,୩୦।୪: ଲୋକ ସଭା ନିର୍ବାଚନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଲାକୋଟ ଏୟାର ଷ୍ଟ୍ରାଇକ ସମ୍ପର୍କରେ ଏକ କାହାଣୀ ପ୍ରକାଶ କରିଛନ୍ତି। ୨୦୧୯ ବାଲାକୋଟ ଏୟାର ଷ୍ଟ୍ରାଇକ ବିଷୟରେ ପାକିସ୍ତାନ ପ୍ରଥମେ ଆନୁଷ୍ଠାନିକ ଭାବେ ସୂଚନା ପାଇଥିବା ନିଶ୍ଚିତ କରିଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ସେ କହିଛନ୍ତି ଯେ ମୋଦି ପଛରୁ ଆକ୍ରମଣ କରିବାରେ ବିଶ୍ୱାସ କରନ୍ତି ନାହିଁ କିନ୍ତୁ ଖୋଲାଖୋଲି ଭାବେ ସାମ୍ନା ସାମ୍ନି ଲଢିବାରେ ବିଶ୍ୱାସ କରନ୍ତି। ସେ କହିଛନ୍ତି ବାଲାକୋଟ ଏୟାର ଷ୍ଟ୍ରାଇକ ବିଷୟରେ ସେ କାହାଠାରୁ ଲୁଚାଇ ନାହାଁନ୍ତି ଏବଂ ପରେ ଏହି ଆକ୍ରମଣ ବିଷୟରେ ସେ ଅବଗତ ଥିଲେ ଏବଂ ଶତ୍ରୁମାନଙ୍କର ହୋଇଥିବା କ୍ଷତି ବିଷୟରେ ବି ଦେଶବାସୀଙ୍କୁ ସୂଚନା ଦେଇଛନ୍ତି।

କର୍ନାଟକର ବାଗାଲକୋଟରେ ହୋଇଥିବା ରାଲିକୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମୁଁ ସୁରକ୍ଷା ବାହିନୀକୁ ଗଣମାଧ୍ୟମକୁ ଡାକିବା ଏବଂ ଏ ବିଷୟରେ ସୂଚନା ଦେବାକୁ କହିଥିଲି। ମୁଁ କହିଥିଲି ଯେ ମୁଁ ରାତିରେ ଟେଲିଫୋନ ମାଧ୍ୟମରେ ପାକିସ୍ତାନକୁ ବାଲାକୋଟ ଏୟାର ଷ୍ଟ୍ରାଇକ ଏବଂ ଏହା ଦ୍ୱାରା ହୋଇଥିବା ବିନାଶ ବିଷୟରେ ଜଣାଇବି, କିନ୍ତୁ ପାକିସ୍ତାନର ଲୋକମାନେ ଫୋନରେ ଆସିନଥିଲେ। ତେଣୁ ମୁଁ ସୁରକ୍ଷା ବାହିନୀକୁ ଅପେକ୍ଷା କରିବାକୁ କହିଲି ଏବଂ ସେମାନଙ୍କୁ ଜଣାଇବା ପରେ ରାତିରେ ଘଟିଥିବା ଏୟାର ଷ୍ଟ୍ରାଇକ ବିଷୟରେ ଆମେ ବିଶ୍ୱକୁ ଜଣାଇଥିଲୁ।

ସୂଚନାଯୋଗ୍ୟ, ଉତ୍ତର କର୍ନାଟକର ବାଗାଲକୋଟର ନବନଗରରେ ଏକ ରାଲିରେ ପ୍ରଧାନମନ୍ତ୍ରୀ ମୋଦି ଏହି ସୂଚନା ଦେଇଛନ୍ତି। ଯେତେବେଳେ ସେ ପଡୋଶୀ ଦେଶକୁ ଫୋନ କରିଥିଲେ, ସେ ଫୋନ ଉଠାଇ ନଥିଲେ। ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ‘ମୁଁ ସେତେବେଳେ ସୁରକ୍ଷା ବାହିନୀକୁ ନିର୍ଦ୍ଦେଶ ଦେଇଥିଲି ଯେପର୍ଯ୍ୟନ୍ତ ମୁଁ ସେମାନଙ୍କ (ପାକିସ୍ତାନ) ସହିତ ଯୋଗାଯୋଗ କରିବାରେ ସଫଳ ନଥିଲି ସେ ପର୍ଯ୍ୟନ୍ତ ସୁରକ୍ଷା ବାହିନୀକୁ ନିର୍ଦ୍ଦେଶ ଦେଇଥିଲି ବାଲାକୋଟ ଏୟାର ଷ୍ଟ୍ରାଇକ ବିଷୟରେ କୌଣସି ତଥ୍ୟ ଲିକ ନ କରିବାକୁ। ସେ କହିଛନ୍ତି ନା ମୋଦି କୌଣସି କଥା ଲୁଚାନ୍ତି, ନା ଲୁଚଶଇ କିଛି କଥା ହୁଅନ୍ତି, ଯାହା କରନ୍ତି ଖୋଲାଖୋଲି ଭାବେ କରନ୍ତି।

The post ସିକ୍ରେଟ ଖୋଲିଲେ ମୋଦି appeared first on Dharitri Odia News.