ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର: ନାବାଳକଙ୍କ ସମେତ ୩ ଅଟକ

ସୁନ୍ଦରଗଡ଼,୨୩ା୪(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ଆଦିବାସୀ ନାବାଳିକା(୧୫)ଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ମଙ୍ଗଳବାର ସକାଳେ ପୀଡ଼ିତାଙ୍କ ପରିବାର ଲୋକେ ତଳସରା ଥାନାରେ ଏତଲା ଦେଇଛନ୍ତି। ପୋଲିସ ଏହି ଘଟଣାରେ ଜଣେ ନାବାଳକଙ୍କ ସମେତ ୩ଜଣଙ୍କୁ ଅଟକ ରଖିଛି। ଏହି ମାମଲାରେ ତଳସରା ଥାନା ପୋଲିସ ନଂ. ୯୦/୨୫ରେ ମାମଲା ରୁଜୁ କରିବା ସହ ଏକ ବୋଲେରୋ ଗାଡ଼ି ଏବଂ ୩ଟି ମୋବାଇଲ ଫୋନ୍‌ […] The post ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର: ନାବାଳକଙ୍କ ସମେତ ୩ ଅଟକ appeared first on Dharitri Odia News.

ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର: ନାବାଳକଙ୍କ ସମେତ ୩ ଅଟକ

ସୁନ୍ଦରଗଡ଼,୨୩ା୪(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ଆଦିବାସୀ ନାବାଳିକା(୧୫)ଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ମଙ୍ଗଳବାର ସକାଳେ ପୀଡ଼ିତାଙ୍କ ପରିବାର ଲୋକେ ତଳସରା ଥାନାରେ ଏତଲା ଦେଇଛନ୍ତି। ପୋଲିସ ଏହି ଘଟଣାରେ ଜଣେ ନାବାଳକଙ୍କ ସମେତ ୩ଜଣଙ୍କୁ ଅଟକ ରଖିଛି। ଏହି ମାମଲାରେ ତଳସରା ଥାନା ପୋଲିସ ନଂ. ୯୦/୨୫ରେ ମାମଲା ରୁଜୁ କରିବା ସହ ଏକ ବୋଲେରୋ ଗାଡ଼ି ଏବଂ ୩ଟି ମୋବାଇଲ ଫୋନ୍‌ ଜବତ କରିଛି।
ପୋଲିସ ସୂଚନା ମୁତାବକ, ପୀଡ଼ିତା ନାବାଳିକା ତାଙ୍କ ୨ଜଣ ସାଙ୍ଗଙ୍କ ସହିତ ସୋମବାର ରାତିରେ ଗ୍ରାମରେ ଏକ ଏକୋଶିଆ ଭୋଜି ଖାଇବାକୁ ଯାଇଥିଲେ। ସେଠାରୁ ବିଳମ୍ବିତ ରାତିରେ ଘରକୁ ଫେରୁଥିବାବେଳେ ପଛପଟୁ ଏକ ବୋଲେରୋରେ ୩ଜଣ ଆସି ସେମାନଙ୍କୁ ପିଛା କରିଥିଲେ। ହେଲେ ନାବାଳିକାମାନେ ଦୌଡ଼ି ପଳାଇଥିଲେ। ସେଠାରୁ କିଛି ବାଟ ଗଲାପରେ ପୁଣି ବୋଲେରୋରେ ସେମାନେ ପିଛା କରିଥିଲେ। ଏହି ସମୟରେ ଜଣେ ନାବାଳିକା ତଳେ ପଡ଼ି ଯାଇଥିଲେ। ଫଳରେ ବୋଲେରୋରୁ ୩ଜଣ ଓହ୍ଲାଇ ତଳେ ପଡ଼ିଥିବା ନାବାଳିକାଙ୍କୁ ଟେକି ନେଇ ସେଠାରୁ ୧୧କିଲୋମିଟର ଦୂର ବାଲିଶଙ୍କରା ଶୁଖାମହାଦେବ ମନ୍ଦିର ପାହାଡ଼ ଉପରେ ଥିବା ଜଙ୍ଗଲରେ ନାବାଳିକାଙ୍କୁ ଗଣବଳତ୍କାର କରିଥିଲେ। ରାତି ପ୍ରାୟ ସାଢେ ୩ଟାରେ ତଳସରା ଥାନାଠାରୁ ୧୫କି.ମି. ଦୂର ରାସ୍ତା ପାର୍ଶ୍ୱରେ ପୀଡ଼ିତାଙ୍କୁ ଓହ୍ଲାଇ ଘଟଣା ବିଷୟରେ କାହାକୁ କହିଲେ ଜୀବନରେ ମାରିଦେବୁ ବୋଲି ଧମକ ଦେଇ ଚାଲି ଯାଇଥିଲେ। ପରେ କୌଣସି ପ୍ରକାରେ ଖବରପାଇ ପରିବାର ଲୋକେ ଝିଅକୁ ଊଦ୍ଧାର କରି ଘରକୁ ଆଣିଥିଲେ। ମଙ୍ଗଳବାର ସକାଳେ ପରିବାର ଲୋକଙ୍କ ସହିତ ପୀଡ଼ିତା ତଳସରା ଥାନାରେ ଏତଲା ଦେଇଥିଲେ। ସଦର ଏସ୍‌ଡିପିଓ ନିର୍ମଳ କୁମାର ମହାପାତ୍ରଙ୍କ ନେତୃତ୍ୱରେ ପୋଲିସ ତଦନ୍ତ କରି ଗଣବଳାତ୍କାରୀଙ୍କୁ ଧରି ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି। ସୁନ୍ଦରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ସନ୍ଧ୍ୟାରେ ପୀଡ଼ିତାଙ୍କ ସମେତ ୨ଅଭିଯୁକ୍ତଙ୍କ ସମେତ ନାବାଳକଙ୍କ ଡାକ୍ତରୀ ମାଇନା କରାଯାଇଛି। ଏନେଇ ତଳସରା ଥାନାରେ ଅପହରଣ ଏବଂ ବଳାତ୍କାର ମାମଲା ରୁଜୁ ହୋଇଥିବାବେଳେ ୨ଅଭିଯୁକ୍ତଙ୍କୁ ବୁଧବାର କୋର୍ଟ ଚାଲାଣ କରାଯିବ ବୋଲି ସଦର ଏସ୍‌ଡିପିଓ ସୂଚନା ଦେଇଛନ୍ତି। ଅପରପକ୍ଷରେ ପ୍ରଦେଶ କଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ନିର୍ମଳ ଚନ୍ଦ୍ର ନାଏକ, ପର୍ଶୁରାମ ସରାଫ, ବାଲିଶଙ୍କରା ବ୍ଲକ କଗ୍ରେସ ସଭାପତି ପଶାୟତ, ସବଡେଗା ବ୍ଲକ ସଭାପତି ଶୁଭେନ୍ଦୁ ନାଏକ ପୀଡ଼ିତାଙ୍କ ପରିବାରଙ୍କୁ ଭେଟି ଘଟଣାର ଅନୁଧ୍ୟାନ କରିଥିଲେ। ପରେ ସେମାନେ ତଲସରା ଥାନାରେ ପହଞ୍ଚତ୍ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଥିଲେ।

The post ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର: ନାବାଳକଙ୍କ ସମେତ ୩ ଅଟକ appeared first on Dharitri Odia News.