ୟୁପିଆଇ ମାଧ୍ୟମରେ ରେକର୍ଡ ପରିମାଣର କାରବାର

ଭୁବନେଶ୍ୱର,୩।୮ (ଅନୁରାଧା ମହାରଣା): ଡିଜିଟାଲ ଅର୍ଥନୀତିର ବିକାଶରେ ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ୟୁପିଆଇ ମାଧ୍ୟମରେ ଆର୍ଥିକ କାରବାର ଅତି ସହଜ ହୋଇଛି। ଏଭଳି ପରିସ୍ଥିତିରେ ଏହା ଲୋକଙ୍କ ମଧ୍ୟରେ କାରବାରର ଏକ ଲୋକପ୍ରିୟ ମାଧ୍ୟମ ପାଲଟିଛି। ଜୁଲାଇର ଆର୍ଥିକ କାରବାର ଆକଳନରୁ ୟୁପିଆଇର ପ୍ରଭାବ ସ୍ପଷ୍ଟ ହୋଇଛି। ଜୁଲାଇରେ ୟୁପିଆଇ କାରବାର ଏକ ନୂତନ ରେକର୍ଡ ସୃଷ୍ଟି କରିଛି। ଏହି ମାସରେ, ୟୁପିଆଇ ମାଧ୍ୟମରେ ୧,୪୪୪ କୋଟି ଟଙ୍କାର କାରବାର […] The post ୟୁପିଆଇ ମାଧ୍ୟମରେ ରେକର୍ଡ ପରିମାଣର କାରବାର appeared first on Dharitri Odia News.

ୟୁପିଆଇ ମାଧ୍ୟମରେ ରେକର୍ଡ ପରିମାଣର କାରବାର

ଭୁବନେଶ୍ୱର,୩।୮ (ଅନୁରାଧା ମହାରଣା): ଡିଜିଟାଲ ଅର୍ଥନୀତିର ବିକାଶରେ ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ୟୁପିଆଇ ମାଧ୍ୟମରେ ଆର୍ଥିକ କାରବାର ଅତି ସହଜ ହୋଇଛି। ଏଭଳି ପରିସ୍ଥିତିରେ ଏହା ଲୋକଙ୍କ ମଧ୍ୟରେ କାରବାରର ଏକ ଲୋକପ୍ରିୟ ମାଧ୍ୟମ ପାଲଟିଛି। ଜୁଲାଇର ଆର୍ଥିକ କାରବାର ଆକଳନରୁ ୟୁପିଆଇର ପ୍ରଭାବ ସ୍ପଷ୍ଟ ହୋଇଛି। ଜୁଲାଇରେ ୟୁପିଆଇ କାରବାର ଏକ ନୂତନ ରେକର୍ଡ ସୃଷ୍ଟି କରିଛି। ଏହି ମାସରେ, ୟୁପିଆଇ ମାଧ୍ୟମରେ ୧,୪୪୪ କୋଟି ଟଙ୍କାର କାରବାର ହୋଇଛି। ଏଗୁଡ଼ିକ ମାଧ୍ୟମରେ ୨୦.୬୪ ଲକ୍ଷ କୋଟି ଟଙ୍କା ଏକ ଆକାଉଣ୍ଟରୁ ଅନ୍ୟ ଆକାଉଣ୍ଟକୁ ସ୍ଥାନାନ୍ତର କରାଯାଇଛି।
ନ୍ୟାଶନାଲ ପେମେଣ୍ଟ କର୍ପୋରେଶନ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇ)ର ତଥ୍ୟ ଅନୁଯାୟୀ, ଜୁନ୍‌ ମାସରେ ୨୦.୦୭ ଲକ୍ଷ କୋଟି ଟଙ୍କାର କାରବାର ହୋଇଥିଲା। ଏଥିସହ ମେ ମାସରେ ୟୁପିଆଇ ମାଧ୍ୟମରେ ୨୦.୪୪ ଲକ୍ଷ କୋଟି ଟଙ୍କା ଟ୍ରାନ୍ସଫର କରାଯାଇଥିଲା। କ୍ରମାଗତ ତୃତୀୟ ମାସରେ ୟୁପିଆଇ ମାଧ୍ୟମରେ ଆର୍ଥିକ କାରବାର ୨୦ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି।
ବାର୍ଷିକ ଭିତ୍ତିରେ, ୨୦୨୩ ଜୁଲାଇରେ ୟୁପିଆଇ ମାଧ୍ୟମରେ ମୋଟ ୯,୯୬୪ କୋଟି ଟଙ୍କା କାରବାର ଜରିଆରେ ୧୫.୩୩ ଲକ୍ଷ କୋଟି ଟଙ୍କା ଟ୍ରାନ୍ସଫର କରାଯାଇଥିଲା। ଗତବର୍ଷ ତୁଳନାରେ ୟୁପିଆଇ କାରବାର ସଂଖ୍ୟାରେ ୪୫ ପ୍ରତିଶତ ଏବଂ ରାଶିରେ ୩୫ ପ୍ରତିଶତ ବୃଦ୍ଧି ଘଟିଛି। ଦୈନିକ ହାରାହାରି ୪୬.୬୦ କୋଟି ଟଙ୍କାର କାରବାର ହୋଇଛି।
ସେହିପରି ଜୁନ୍‌ରେ, ୟୁପିଆଇ ମାଧ୍ୟମରେ ୧,୩୮୯ କୋଟି କାରବାର ଜରିଆରେ ୨୦.୦୭ ଲକ୍ଷ କୋଟି ଟଙ୍କାର କାରବାର କରାଯାଇଥିଲା। ଗତ ମାସ ତୁଳନାରେ ଚଳିତ ମାସରେ କାରବାର ସଂଖ୍ୟାରେ ୩.୯୬ ପ୍ରତିଶତ ଏବଂ ରାଶିରେ ୨.୮୪ ପ୍ରତିଶତ ବୃଦ୍ଧି ଘଟିଛି। ସୂଚନାଥାଉ କି, ଏନ୍‌ପିସିଆଇ ଭାରତରେ ୟୁପିଆଇକୁ ନିୟନ୍ତ୍ରଣ କରିଥାଏ। ଏହା ଏକ ଭର୍ଚୁଆଲ ପେମେଣ୍ଟ ସେବା ହୋଇଥିବାବେଳେ ଏହା ମାଧ୍ୟମରେ ଉପଭୋକ୍ତା ଏକ ଆକାଉଣ୍ଟରୁ ଅନ୍ୟ ଆକାଉଣ୍ଟକୁ ବ୍ୟାଙ୍କ ଆକାଉଣ୍ଟ ଏବଂ ନମ୍ବର ବିନା କ୍ୟୁଆର କୋଡ୍‌ ଜରିଆରେ ଟଙ୍କା ସ୍ଥାନାନ୍ତର କରିପାରିବେ। ବିଲ୍‌ ପେମେଣ୍ଟ ସହ ଅନ୍‌ଲାଇନ ଶପିଂ ପାଇଁ କ୍ରେଡିଟ୍‌ ଏବଂ ଡେବିଟ୍‌ କାର୍ଡ ବଦଳରେ ୟୁପିଆଇ ମାଧ୍ୟମରେ ପେମେଣ୍ଟ କରିବାକୁ ପସନ୍ଦ କରୁଛନ୍ତି। ୟୁପିଆଇକୁ ନିୟନ୍ତ୍ରଣ କରୁଥିବା ନ୍ୟାଶନାଲ ପେମେଣ୍ଟ କର୍ପୋରେଶନ ଅଫ ଇଣ୍ଡିଆ ପ୍ରତ୍ୟେକ ମାସ ଆରମ୍ଭରେ ସାରା ଦେଶରେ ୟୁପିଆଇ କାରବାରର ତଥ୍ୟ ପ୍ରକାଶ କରିଥାଏ।

The post ୟୁପିଆଇ ମାଧ୍ୟମରେ ରେକର୍ଡ ପରିମାଣର କାରବାର appeared first on Dharitri Odia News.