ଆର୍ବିବିଏଲ୍ ସହ ସିୟୁର ବୁଝାମଣା
ଭୁବନେଶ୍ୱର,୩।୨: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ସେଞ୍ଚୁରିଆନ ୟୁନିଭର୍ସିଟି (ସିୟୁ) ଏବଂ ନେପାଳର ରାଷ୍ଟ୍ରୀୟ ବାଣିଜ୍ୟ ବ୍ୟାଙ୍କ ଲିମିଟେଡ୍ (ଆର୍ବିବିଏଲ୍) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ବିଶେଷକରି ଆର୍ବିବିଏଲ୍ କର୍ମଚାରୀଙ୍କର ଦକ୍ଷତା ଓ କ୍ଷମତା ବୃଦ୍ଧି ଉପରେ ବିଶେଷ ଦୃଷ୍ଟି ନିବେଶ ପାଇଁ ଆବଶ୍ୟକ ସହଯୋଗ ଯୋଗାଇଦେବା ଲାଗି ଉଭୟ ସଂସ୍ଥା ମଧ୍ୟରେ ବୁଝାମଣା ପତ୍ର (ଏମ୍ଓୟୁ) ସ୍ବାକ୍ଷର ହୋଇଛି। ଉକ୍ତ ବୁଝାମଣା ଅନୁଯାୟୀ ସିୟୁର ପାରଳାଖେମୁଣ୍ଡି କ୍ୟାମ୍ପସ୍ରେ ଏକ ବିଶେଷ କାର୍ଯ୍ୟକ୍ରମ […] The post ଆର୍ବିବିଏଲ୍ ସହ ସିୟୁର ବୁଝାମଣା appeared first on Dharitri Odia News.
ଭୁବନେଶ୍ୱର,୩।୨: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ସେଞ୍ଚୁରିଆନ ୟୁନିଭର୍ସିଟି (ସିୟୁ) ଏବଂ ନେପାଳର ରାଷ୍ଟ୍ରୀୟ ବାଣିଜ୍ୟ ବ୍ୟାଙ୍କ ଲିମିଟେଡ୍ (ଆର୍ବିବିଏଲ୍) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ବିଶେଷକରି ଆର୍ବିବିଏଲ୍ କର୍ମଚାରୀଙ୍କର ଦକ୍ଷତା ଓ କ୍ଷମତା ବୃଦ୍ଧି ଉପରେ ବିଶେଷ ଦୃଷ୍ଟି ନିବେଶ ପାଇଁ ଆବଶ୍ୟକ ସହଯୋଗ ଯୋଗାଇଦେବା ଲାଗି ଉଭୟ ସଂସ୍ଥା ମଧ୍ୟରେ ବୁଝାମଣା ପତ୍ର (ଏମ୍ଓୟୁ) ସ୍ବାକ୍ଷର ହୋଇଛି। ଉକ୍ତ ବୁଝାମଣା ଅନୁଯାୟୀ ସିୟୁର ପାରଳାଖେମୁଣ୍ଡି କ୍ୟାମ୍ପସ୍ରେ ଏକ ବିଶେଷ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ସିୟୁ ପକ୍ଷରୁ ସୂଚନା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ସିୟୁର ପାରଳାଖେମୁଣ୍ଡି କ୍ୟାମ୍ପସ୍ରେ ଏମ୍ଓୟୁ ସ୍ବାକ୍ଷର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଉଭୟ ସଂସ୍ଥାର ବହୁ ବରିଷ୍ଠ ଅଧିକାରୀ ଯଥା ଆର୍ବିବିଏଲ୍ର ଡିଇଓ ଦେବେଶ ପ୍ରସାଦ ଲୋହାନି, ଡିଇଓ ଦୁର୍ଗା କୁମାରୀ କାଣ୍ଡେଲ, ମ୍ୟାନେଜର ବିନୋଦ ନାୟୁପାନେ, ସିଏମ୍ ଭୀମ ପ୍ରସାଦ ଘିମ୍ରେ, ସିଏମ୍ ପଦ୍ମା ଲକ୍ଷ୍ମୀ ଜି.ସି ଏବଂ ନେପାଳର ବିଏଫ୍ଆଇଏନ୍ର ଡ. ବିନୋଦ ଆତ୍ରେୟ ଉପସ୍ଥିତି ଥିଲାବେଳେ ସିୟୁର ଭିପି ଡି.ଏନ୍. ରାଓ, ଭିସି ଓଡ଼ିଶା କ୍ୟାମ୍ପସ୍ ପ୍ରଫେସର ସୁପ୍ରିୟା ପଟ୍ଟନାୟକ, ଭିସି ଆନ୍ଧ୍ରପ୍ରଦେଶ କ୍ୟାମ୍ପସ୍ ପି. କେ. ମହାନ୍ତି, ରେଜିଷ୍ଟ୍ରାର ଓଡ଼ିଶା କ୍ୟାମ୍ପସ୍ ଡ. ଅନିତା ପାତ୍ରଙ୍କ ସମେତ ଡ. ପ୍ରଜ୍ଞା ପାଣି, ଡ. ଗିରିଜା ନନ୍ଦିନୀ ଏବଂ ବୀର ପ୍ରତାପ ପ୍ରମୁଖ ଯୋଗଦେଇଥିଲେ।
The post ଆର୍ବିବିଏଲ୍ ସହ ସିୟୁର ବୁଝାମଣା appeared first on Dharitri Odia News.