କୁନାଲ କିଛି ଭୁଲ କହିନାହାଁନ୍ତି, କମେଡିଆନଙ୍କ ସପକ୍ଷରେ ଆସିଲେ ଉଦ୍ଧବ
ମୁମ୍ବାଇ,୨୪।୩: ହାସ୍ୟ ଅଭିନେତା କୁନାଲ କାମରାଙ୍କ ବୟାନକୁ ନେଇ ରାଜନୈତିକ ହଇଚଇ ମଧ୍ୟରେ, ଶିବସେନା (UBT) ନେତା ଉଦ୍ଧବ ଠାକରେ ଏକ ବଡ଼ ବୟାନ ଦେଇଛନ୍ତି। ଉଦ୍ଧବ କାମରାଙ୍କୁ ସପୋର୍ଟ କରିଛନ୍ତି। ସେ କହିଥିଲେ ଯେ ଗୀତରେ କିଛି ଭୁଲ ନାହିଁ। ଠାକରେ କହିଛନ୍ତି ଯେ କୁନାଲ କାମରା କିଛି ଭୁଲ କହିନାହାଁନ୍ତି। ଯିଏ ବିଶ୍ୱାସଘାତକ… ସେ ବିଶ୍ୱାସଘାତକ। ଏହା କାହାକୁ ଆକ୍ରମଣ କରିବା ବିଷୟରେ ନୁହେଁ। ତୁମେ ସମ୍ପୂର୍ଣ୍ଣ ଗୀତଟି ଶୁଣିବା ଉଚିତ ଏବଂ ଅନ୍ୟମାନଙ୍କୁ […] The post କୁନାଲ କିଛି ଭୁଲ କହିନାହାଁନ୍ତି, କମେଡିଆନଙ୍କ ସପକ୍ଷରେ ଆସିଲେ ଉଦ୍ଧବ appeared first on Dharitri Odia News.
ମୁମ୍ବାଇ,୨୪।୩: ହାସ୍ୟ ଅଭିନେତା କୁନାଲ କାମରାଙ୍କ ବୟାନକୁ ନେଇ ରାଜନୈତିକ ହଇଚଇ ମଧ୍ୟରେ, ଶିବସେନା (UBT) ନେତା ଉଦ୍ଧବ ଠାକରେ ଏକ ବଡ଼ ବୟାନ ଦେଇଛନ୍ତି। ଉଦ୍ଧବ କାମରାଙ୍କୁ ସପୋର୍ଟ କରିଛନ୍ତି। ସେ କହିଥିଲେ ଯେ ଗୀତରେ କିଛି ଭୁଲ ନାହିଁ। ଠାକରେ କହିଛନ୍ତି ଯେ କୁନାଲ କାମରା କିଛି ଭୁଲ କହିନାହାଁନ୍ତି। ଯିଏ ବିଶ୍ୱାସଘାତକ… ସେ ବିଶ୍ୱାସଘାତକ। ଏହା କାହାକୁ ଆକ୍ରମଣ କରିବା ବିଷୟରେ ନୁହେଁ। ତୁମେ ସମ୍ପୂର୍ଣ୍ଣ ଗୀତଟି ଶୁଣିବା ଉଚିତ ଏବଂ ଅନ୍ୟମାନଙ୍କୁ ମଧ୍ୟ ଶୁଣାଇବା ଉଚିତ।
ହାବିଟାଟ ଷ୍ଟୁଡିଓରେ ହୋଇଥିବା ଭଙ୍ଗାରୁଜା ବିଷୟରେ ଉଦ୍ଧବ କହିଛନ୍ତି ଯେ ଏହି ଆକ୍ରମଣ ସହିତ ଶିବସେନାର କୌଣସି ସମ୍ପର୍କ ନାହିଁ। ଏହା ‘ଦେଶଦ୍ରୋହୀ ସେନା’ ଦ୍ୱାରା କରାଯାଇଛି… ଯେଉଁମାନଙ୍କ ରକ୍ତରେ ‘ଦେଶଦ୍ରୋହ’ ଅଛି, ସେମାନେ କେବେ ଶିବସୈନିକ ହୋଇପାରିବେ ନାହିଁ।
କୁନାଲ କାମରାଙ୍କ ଆପତ୍ତିଜନକ ମନ୍ତବ୍ୟ ପରେ ସୋମବାର ଶିବସେନା ନେତା ସଞ୍ଜୟ ନିରୁପମ ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏଥିରେ ନିରୁପମ ଅଭିଯୋଗ କରିଛନ୍ତି ଯେ ଶୋ’ ରେକର୍ଡ ହୋଇଥିବା ସ୍ଥାନର ବୁକିଂ ଟଙ୍କା ଉଦ୍ଧବ ଠାକରେଙ୍କ ବାସଭବନ ମାତୋଶ୍ରୀରୁ ଆସିଥିଲା। ଏହି କାରଣରୁ ଏକନାଥ ଶିନ୍ଦେଙ୍କୁ ଟାର୍ଗେଟ କରାଯାଇଛି। ନିରୁପମ ଆହୁରି କହିଛନ୍ତି ଯେ ମହାରାଷ୍ଟ୍ରର ଲୋକମାନେ ଏକନାଥ ଶିନ୍ଦେଙ୍କୁ ଆଶୀର୍ବାଦ ଦେଇଛନ୍ତି। କିନ୍ତୁ କୁନାଲ କାମରା ଏହି ଅଭିଯୋଗ ଆଣିଛନ୍ତି କାରଣ ସଞ୍ଜୟ ରାଉତ ଏବଂ ଉଦ୍ଧବ ଠାକରେ ତାଙ୍କୁ ଟଙ୍କା ଦେଇଛନ୍ତି।
The post କୁନାଲ କିଛି ଭୁଲ କହିନାହାଁନ୍ତି, କମେଡିଆନଙ୍କ ସପକ୍ଷରେ ଆସିଲେ ଉଦ୍ଧବ appeared first on Dharitri Odia News.