ଜୀବନଶୈଳୀକୁ ପ୍ରଭାବିତ କରେ ଭିଡିଓ ଗେମ୍‌

ଭିଡିଓ ଗେମ୍‌ ଖେଳିବାରେ କେବଳ ଛୋଟ ପିଲାମାନେ ନୁହନ୍ତି ବରଂ ଏଥିରେ ଯୁବପିଢ଼ି ବି ପଛରେ ପଡ଼ିନାହାନ୍ତି। ଏହା ମନକୁ ସାମୟିକ ଆନନ୍ଦ ଦେଇଥାଏ ସତ ହେଲେ, ପରୋକ୍ଷରେ ଏହା କେତେକ ସମସ୍ୟାକୁ ପରୋକ୍ଷରେ ଆମନ୍ତ୍ରଣ କରିଥାଏ। ସବୁବେଳେ ଭିଡିଓ ଗେମ୍‌ ଖେଳିବା ଦ୍ୱାରା ସଂପୃ୍‌କ୍ତ ବ୍ୟକ୍ତିଙ୍କର ଜୀବନଶୈଳୀ ପ୍ରଭାବିତ ହେବାର ଯଥେଷ୍ଟ ଆଶଙ୍କା ରହିଛି ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ‘ଦୈନନ୍ଦିନ ଜୀବନଶୈଳୀ ଓ ଭିଡିଓ ଗେମ୍‌’ ଶୀର୍ଷକ ବିଷୟକୁ ନେଇ ୟୁନିଭର୍ସିଟି ଅଫ୍‌ ଟୋକିଓର […] The post ଜୀବନଶୈଳୀକୁ ପ୍ରଭାବିତ କରେ ଭିଡିଓ ଗେମ୍‌ appeared first on Dharitri Odia News.

ଜୀବନଶୈଳୀକୁ ପ୍ରଭାବିତ କରେ ଭିଡିଓ ଗେମ୍‌

ଭିଡିଓ ଗେମ୍‌ ଖେଳିବାରେ କେବଳ ଛୋଟ ପିଲାମାନେ ନୁହନ୍ତି ବରଂ ଏଥିରେ ଯୁବପିଢ଼ି ବି ପଛରେ ପଡ଼ିନାହାନ୍ତି। ଏହା ମନକୁ ସାମୟିକ ଆନନ୍ଦ ଦେଇଥାଏ ସତ ହେଲେ, ପରୋକ୍ଷରେ ଏହା କେତେକ ସମସ୍ୟାକୁ ପରୋକ୍ଷରେ ଆମନ୍ତ୍ରଣ କରିଥାଏ। ସବୁବେଳେ ଭିଡିଓ ଗେମ୍‌ ଖେଳିବା ଦ୍ୱାରା ସଂପୃ୍‌କ୍ତ ବ୍ୟକ୍ତିଙ୍କର ଜୀବନଶୈଳୀ ପ୍ରଭାବିତ ହେବାର ଯଥେଷ୍ଟ ଆଶଙ୍କା ରହିଛି ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ‘ଦୈନନ୍ଦିନ ଜୀବନଶୈଳୀ ଓ ଭିଡିଓ ଗେମ୍‌’ ଶୀର୍ଷକ ବିଷୟକୁ ନେଇ ୟୁନିଭର୍ସିଟି ଅଫ୍‌ ଟୋକିଓର ମନୋବିଜ୍ଞାନୀମାନେ ଏକ ସର୍ଭେ କରିଥିଲେ। ପ୍ରାୟ ପ୍ରତିଦିନ ଅଧିକାଂଶ ସମୟ ଭିଡିଓ ଗେମ୍‌ ଖେଳୁଥିବା କେତେକ ବ୍ୟକ୍ତିଙ୍କୁ ଏହାର ପରିସରଭୁକ୍ତ କରାଯାଇଥିଲା। ଏହି ସମୟରେ ଏହାର ପ୍ରଭାବ ସେମାନଙ୍କର ଜୀବନଶୈଳୀ ଉପରେ କିପରି ପଡୁଛି ତାହାକୁ ତର୍ଜମା କରାଯାଇଥିଲା। ପରିଶେଷରେ ଜଣାପଡ଼ିଥିଲା ଯେ, ସେମାନଙ୍କ ମଧ୍ୟରୁ ପ୍ରାୟ ୬୦% ବ୍ୟକ୍ତିଙ୍କର ଜୀବନଶୈଳୀ ଅଧିକାଂଶ ସମୟ ଭିଡିଓ ଗେମ୍‌ ଖେଳିବା ଦ୍ୱାରା ପ୍ରଭାବିତ ହୋଇଥିଲା।

The post ଜୀବନଶୈଳୀକୁ ପ୍ରଭାବିତ କରେ ଭିଡିଓ ଗେମ୍‌ appeared first on Dharitri Odia News.