କନିଷ୍ଠ ଶିକ୍ଷକଙ୍କ ପାଇଁ ଖୁସି ଖବର, ଦରମା ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର : କନିଷ୍ଠ ଶିକ୍ଷକଙ୍କ ପାଇଁ ଖୁସି ଖବର । ଦରମା ବୃଦ୍ଧି କଲେ ରାଜ୍ୟ ସରକାର । ୧୬ ହଜାର ଟଙ୍କାକୁ ବଢ଼ିଲା କନିଷ୍ଠ ଶିକ୍ଷକଙ୍କ ଦରମା ।  ପୂର୍ବରୁ ୧୧ହଜାର ୧୦୦ ଟଙ୍କା ମିଳୁଥିିଲା ମାାସିକ ପରିଶ୍ରମ ।  ଏହାସହିତ ଏହି ବର୍ଗର ଶିକ୍ଷକ ମାନଙ୍କ ଇପିଏଫ ପରିମାଣ ମଧ୍ୟ ୧୪୪୩ ଟଙ୍କାରୁ ୧୯୫୦ ଟଙ୍କାକୁ ବୃଦ୍ଧି ପାଇଛି ।  ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟ ସରକାର ପ୍ରତ୍ୟେକ ସ୍କିମାଟିକ କନିଷ୍ଠ ଶିକ୍ଷକଙ୍କ ପାଇଁ […] The post କନିଷ୍ଠ ଶିକ୍ଷକଙ୍କ ପାଇଁ ଖୁସି ଖବର, ଦରମା ବୃଦ୍ଧି କଲେ ରାଜ୍ୟ ସରକାର appeared first on KNews Odisha.

କନିଷ୍ଠ ଶିକ୍ଷକଙ୍କ ପାଇଁ ଖୁସି ଖବର, ଦରମା ବୃଦ୍ଧି କଲେ ରାଜ୍ୟ ସରକାର
TEACHER 2

ଭୁବନେଶ୍ୱର : କନିଷ୍ଠ ଶିକ୍ଷକଙ୍କ ପାଇଁ ଖୁସି ଖବର । ଦରମା ବୃଦ୍ଧି କଲେ ରାଜ୍ୟ ସରକାର । ୧୬ ହଜାର ଟଙ୍କାକୁ ବଢ଼ିଲା କନିଷ୍ଠ ଶିକ୍ଷକଙ୍କ ଦରମା ।  ପୂର୍ବରୁ ୧୧ହଜାର ୧୦୦ ଟଙ୍କା ମିଳୁଥିିଲା ମାାସିକ ପରିଶ୍ରମ ।  ଏହାସହିତ ଏହି ବର୍ଗର ଶିକ୍ଷକ ମାନଙ୍କ ଇପିଏଫ ପରିମାଣ ମଧ୍ୟ ୧୪୪୩ ଟଙ୍କାରୁ ୧୯୫୦ ଟଙ୍କାକୁ ବୃଦ୍ଧି ପାଇଛି ।  ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟ ସରକାର ପ୍ରତ୍ୟେକ ସ୍କିମାଟିକ କନିଷ୍ଠ ଶିକ୍ଷକଙ୍କ ପାଇଁ ପୂର୍ବରୁ ୧୨ହଜାର ୫୪୩ ଟଙ୍କା ପ୍ରଦାନ କରୁଥିବା ବେଳେ ଏବେ ମାସକୁ ୧୭ହଜାର ୯୫୦ ଟଙ୍କା ପ୍ରଦାନ କରିବେ । ରାଜ୍ୟରେ ବର୍ତ୍ତମାନ ୧୩ହଜାର ୭୪୦ ଜଣ ସ୍କିମାଟିକ କନିଷ୍ଠ ଶିକ୍ଷକ କାର୍ଯ୍ୟରତ ଅଛନ୍ତି । ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ଅତିରିକ୍ତ ୮୯ କୋଟି ୧୫ ଲକ୍ଷ ଟଙ୍କା ବହନ କରିବେ ।

ଅନ୍ୟପଟେ ରାଜ୍ୟରେ ପ୍ରାଥମିକ ଶିକ୍ଷାର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ୧୬,୦୦୦ ରୁ ଅଧିକ କନିଷ୍ଠ ଶିକ୍ଷକ ନିଯୁକ୍ତି କରାଯାଇଛି ।  ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା କାର୍ଯ୍ୟକାରୀ କରିଛନ୍ତି ।  ଏହାଦ୍ୱାରା ଏହି ବର୍ଗର କନିଷ୍ଠ ଶିକ୍ଷକମାନେ ଉପକୃତ ହେବେ ଏବଂ ଏହାଦ୍ୱାରା ପ୍ରାଥମିକ ଶିକ୍ଷାରେ ଗୁଣାତ୍ମକ ଉନ୍ନତି ଆସିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

The post କନିଷ୍ଠ ଶିକ୍ଷକଙ୍କ ପାଇଁ ଖୁସି ଖବର, ଦରମା ବୃଦ୍ଧି କଲେ ରାଜ୍ୟ ସରକାର appeared first on KNews Odisha.