ଆସିବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପର କରିବେ ଭିତ୍ତିପ୍ରସ୍ତର ସ୍ଥାପନ
ଖୋର୍ଦ୍ଧା,୩ା୪(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲାରେ ଶିଳ୍ପ ପ୍ରକଳ୍ପଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗୁରୁବାର ମଧ୍ୟାହ୍ନ ୧୨ଟାରେ ହଳଦୀପଦା ଅସ୍ଥାୟୀ ହେଲିପ୍ୟାଡ୍ରେ ମୁଖ୍ୟମନ୍ତ୍ରୀ ଅବତରଣ କରିବେ। ହଳଦୀପଦା ଓ କାଳିବେତୀ ଦୁଇଟି ସ୍ଥାନରେ ଶିଳ୍ପ ପ୍ରକଳ୍ପ ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। ହଳଦୀପଦାଠାରେ ଆୟୋଜିତ ସମାରୋହରେ ଜନତାଙ୍କୁ ସମ୍ବୋଧିତ କରିବେ। କାଳିବେତୀଠାରେ ଦୀନଦୟାଲ କର୍ମଚାରୀ ଆବାସ ଯୋଜନା ଅନ୍ତର୍ଗତ ଶ୍ରମିକ ଆବାସ ଗୃହ, ଜୁପିଟର୍ ଟାଟ୍ରାଭଗୋଙ୍କା ରେଲହୁଇଲ ଫ୍ୟାକ୍ଟ୍ରି ପ୍ରାଇଭେଟ୍ ଲିମିଟେଡ୍ ଓ […] The post ଆସିବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପର କରିବେ ଭିତ୍ତିପ୍ରସ୍ତର ସ୍ଥାପନ appeared first on Dharitri Odia News.
ଖୋର୍ଦ୍ଧା,୩ା୪(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲାରେ ଶିଳ୍ପ ପ୍ରକଳ୍ପଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗୁରୁବାର ମଧ୍ୟାହ୍ନ ୧୨ଟାରେ ହଳଦୀପଦା ଅସ୍ଥାୟୀ ହେଲିପ୍ୟାଡ୍ରେ ମୁଖ୍ୟମନ୍ତ୍ରୀ ଅବତରଣ କରିବେ। ହଳଦୀପଦା ଓ କାଳିବେତୀ ଦୁଇଟି ସ୍ଥାନରେ ଶିଳ୍ପ ପ୍ରକଳ୍ପ ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। ହଳଦୀପଦାଠାରେ ଆୟୋଜିତ ସମାରୋହରେ ଜନତାଙ୍କୁ ସମ୍ବୋଧିତ କରିବେ।
କାଳିବେତୀଠାରେ ଦୀନଦୟାଲ କର୍ମଚାରୀ ଆବାସ ଯୋଜନା ଅନ୍ତର୍ଗତ ଶ୍ରମିକ ଆବାସ ଗୃହ, ଜୁପିଟର୍ ଟାଟ୍ରାଭଗୋଙ୍କା ରେଲହୁଇଲ ଫ୍ୟାକ୍ଟ୍ରି ପ୍ରାଇଭେଟ୍ ଲିମିଟେଡ୍ ଓ ଶାଲିମାର ଗ୍ଲାସ ୱାଲର୍ସ ପ୍ରାଇଭେଟ୍ ଲିମିଟେଡ୍ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ। ଏଥିସହିତ ଅରାଙ୍ଗଠାରେ ଗୋଲ୍ଡେନ ସିମସ୍ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ୍ ଲିମିଟେଡ୍, ପୂଜା ଇଣ୍ଟରନ୍ୟାଶନାଲ, ବିଏଲ ଇଣ୍ଟରନ୍ୟାଶନାଲ ପ୍ରାଇଭେଟ ଲିମିଟେଡ୍ ଓ ରେନ୍ବୋ ଫାବାର୍ଟ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ନିୟୁ ଟେକ୍ସଟାଇଲ ପାର୍କ ଶିଳାନ୍ୟାସ କରିବେ। ଗୌଡ଼ପୁଟରେ ପଲିମିରୋର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍, ଆଇଏଫ୍ଜିଏଲ ରିଫ୍ରାକ୍ଟରିଜ୍ ଲିମିଟେଡ୍ ଏବଂ ଖଜୁରିଆଠାରେ ଭୁବନେଶ୍ବରୀ ଫ୍ରୁଟ୍ସ ଆଣ୍ଡ୍ ବେଭରେଜେସ୍ ପ୍ରାଇଭେଟ ଲିମିଟେଡ୍ର ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଛି।
The post ଆସିବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପର କରିବେ ଭିତ୍ତିପ୍ରସ୍ତର ସ୍ଥାପନ appeared first on Dharitri Odia News.