ହାର୍ଦ୍ଦିକ ପାଣ୍ଡ୍ୟା ନୁହଁନ୍ତି ଏହି ଖେଳାଳି ହୋଇପାରନ୍ତି ଟି -୨୦ ଅଧିନାୟକ, ଜାଣନ୍ତୁ କ’ଣ କହିଲା ବିସିସିଆଇ
ନୂଆଦିଲ୍ଲୀ,୧୬।୭: ରୋହିତ ଶର୍ମା ଟି -୨୦ ବିଶ୍ୱକପ ଟାଇଟଲ ଜିତିବା ପରେ ଟି -୨୦ ଇଣ୍ଟରନ୍ୟାଶନାଲରୁ ଅବସର ନେଇଥିଲେ। ରୋହିତ ସମସ୍ତ ତିନୋଟି ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ଥିଲେ। ବର୍ତ୍ତମାନ ରୋହିତଙ୍କ ପରେ ବିସିସିଆଇ ଟି -୨୦ ଇଣ୍ଟରନ୍ୟାଶନାଲ ପାଇଁ ନୂଆ ଅଧିନାୟକ ଖୋଜିବା ଆରମ୍ଭ କରିଛି। ଅଧିନାୟକତ୍ୱ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାମ ଶୀର୍ଷରେ ଦେଖାଯାଉଥିଲା, କିନ୍ତୁ ବର୍ତ୍ତମାନ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ସାମ୍ନାକୁ ଆସିଛି, ଯେଉଁଥିରେ କୁହାଯାଇଛି ଯେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ […] The post ହାର୍ଦ୍ଦିକ ପାଣ୍ଡ୍ୟା ନୁହଁନ୍ତି ଏହି ଖେଳାଳି ହୋଇପାରନ୍ତି ଟି -୨୦ ଅଧିନାୟକ, ଜାଣନ୍ତୁ କ’ଣ କହିଲା ବିସିସିଆଇ appeared first on Dharitri Odia News.
ନୂଆଦିଲ୍ଲୀ,୧୬।୭: ରୋହିତ ଶର୍ମା ଟି -୨୦ ବିଶ୍ୱକପ ଟାଇଟଲ ଜିତିବା ପରେ ଟି -୨୦ ଇଣ୍ଟରନ୍ୟାଶନାଲରୁ ଅବସର ନେଇଥିଲେ। ରୋହିତ ସମସ୍ତ ତିନୋଟି ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ଥିଲେ। ବର୍ତ୍ତମାନ ରୋହିତଙ୍କ ପରେ ବିସିସିଆଇ ଟି -୨୦ ଇଣ୍ଟରନ୍ୟାଶନାଲ ପାଇଁ ନୂଆ ଅଧିନାୟକ ଖୋଜିବା ଆରମ୍ଭ କରିଛି। ଅଧିନାୟକତ୍ୱ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାମ ଶୀର୍ଷରେ ଦେଖାଯାଉଥିଲା, କିନ୍ତୁ ବର୍ତ୍ତମାନ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ସାମ୍ନାକୁ ଆସିଛି, ଯେଉଁଥିରେ କୁହାଯାଇଛି ଯେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ଅନ୍ୟ ଜଣେ ଖେଳାଳିଙ୍କୁ ଟି -୨୦ର ଅଧିନାୟକ କରାଯାଇପାରେ।
୨୦୨୪ ଟି -୨୦ବିଶ୍ୱକପ ଜିତିବାରେ ଟିମ ଇଣ୍ଡିଆରେ ହାର୍ଦ୍ଦିକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ, ତଥାପି ହାର୍ଦ୍ଦିକଙ୍କୁ ଅଧିନାୟକ ଭାବରେ ଦେଖାଯାଉନାହିଁ, କିନ୍ତୁ କାହିଁକି? ତେବେ ଆସନ୍ତୁ ଜାଣିବା ହାର୍ଦ୍ଦିକ କାହିଁକି ଅଧିନାୟକତ୍ୱ ପାଇଁ ପ୍ରଥମ ପସନ୍ଦ ହୋଇପାରିନାହାଁନ୍ତି ଏବଂ କେଉଁ ଖେଳାଳିଙ୍କୁ ତାଙ୍କ ସ୍ଥାନରେ ଅଧିନାୟକ କରାଯାଇପାରେ।
ହାର୍ଦ୍ଦିକଙ୍କ କ୍ୟାରିୟରରେ ଆଘାତ ସର୍ବଦା ଏକ ବଡ଼ ଚିନ୍ତାର ବିଷୟ । ଗୁରୁତର ଆଘାତ ହେତୁ ହାର୍ଦ୍ଦିକ ଦୀର୍ଘ ଦିନ ଧରି କ୍ରିକେଟ ଠାରୁ ଦୂରରେ ରହିଆସିଛନ୍ତି। ଫିଟନେସ କାରଣରୁ ପାଣ୍ଡ୍ୟା ଟେଷ୍ଟ କ୍ରିକେଟ ଖେଳିବା ବନ୍ଦ କରିଦେଇଥିଲେ। ବର୍ତ୍ତମାନ ସେ କେବଳ ଦିନିକିଆଏବଂ ଟି-୨୦ କ୍ରିକେଟ ଖେଳୁଛନ୍ତି ।
ତେବେ ହାର୍ଦ୍ଦିକଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ ଅଧିନାୟକ ହେବା ନେଇ ଆଲୋଚନା ତୀବ୍ର ହୋଇଛି। ୨୦୨୩ ଦିନିକିଆ ବିଶ୍ୱକପ ପରେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଟି -୨୦ ସିରିଜରେ ସୂର୍ଯ୍ୟକୁମାର ଟିମ ଇଣ୍ଡିଆର କମାଣ୍ଡ ନେଇଥିଲେ। ସୂର୍ଯ୍ୟ ଉତ୍କୃଷ୍ଟ ଅଧିନାୟକତ୍ୱ ପ୍ରଦର୍ଶନ କରିଥିଲେ। ହେଲେ ବର୍ତ୍ତମାନ ଅଧିନାୟକ ସମ୍ପର୍କରେ କୌଣସି ସରକାରୀ ସୂଚନା ପ୍ରକାଶ ପାଇନାହିଁ। ଏଭଳି ପରିସ୍ଥିତିରେ କିଏ ଭାରତର ଟି -୨୦ ଅଧିନାୟକ ହେବ ତାହା ଦେଖିବା ମଜାଦାର ହେବ।
The post ହାର୍ଦ୍ଦିକ ପାଣ୍ଡ୍ୟା ନୁହଁନ୍ତି ଏହି ଖେଳାଳି ହୋଇପାରନ୍ତି ଟି -୨୦ ଅଧିନାୟକ, ଜାଣନ୍ତୁ କ’ଣ କହିଲା ବିସିସିଆଇ appeared first on Dharitri Odia News.