EKYC ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ: ବନ୍ଦ ହେବ…
ଭୁବନେଶ୍ୱର,୨୯।୯: EKYC ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ରବିବାର ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ ପାତ୍ର କହିଛନ୍ତି, ଶେଷ ଲୋକର EKYC ନ ହେବା ଯାଏଁ ଏହା ବନ୍ଦ ହେବ ନାହିଁ। ପାଖାପାଖି ସାଢ଼େ ୩ କୋଟି ଲୋକଙ୍କ EKYC ହେବ। ୨ କୋଟି ଲୋକଙ୍କ EKYC ସରିଛି। ଆଉ ଦେଢ଼ କୋଟି ଲୋକଙ୍କ ହେବ। ଏଥିପାଇଁ ମାସେ, ଦେଢ଼ମାସ ସମୟ ଲାଗିପାରେ ବୋଲି ମନ୍ତ୍ରୀ କହିଛନ୍ତି। -EKYC ହୋଇସାରିଲା ପରେ କେତେ ଫଲ୍ସ […] The post EKYC ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ: ବନ୍ଦ ହେବ… appeared first on Dharitri Odia News.
ଭୁବନେଶ୍ୱର,୨୯।୯: EKYC ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ରବିବାର ବଡ଼ ସୂଚନା ଦେଇଛନ୍ତି।
ମନ୍ତ୍ରୀ ପାତ୍ର କହିଛନ୍ତି, ଶେଷ ଲୋକର EKYC ନ ହେବା ଯାଏଁ ଏହା ବନ୍ଦ ହେବ ନାହିଁ। ପାଖାପାଖି ସାଢ଼େ ୩ କୋଟି ଲୋକଙ୍କ EKYC ହେବ। ୨ କୋଟି ଲୋକଙ୍କ EKYC ସରିଛି। ଆଉ ଦେଢ଼ କୋଟି ଲୋକଙ୍କ ହେବ। ଏଥିପାଇଁ ମାସେ, ଦେଢ଼ମାସ ସମୟ ଲାଗିପାରେ ବୋଲି ମନ୍ତ୍ରୀ କହିଛନ୍ତି। -EKYC ହୋଇସାରିଲା ପରେ କେତେ ଫଲ୍ସ କାର୍ଡ ଥିଲା ଜଣାପଡ଼ିବ ବୋଲି କହିଛନ୍ତି। ନିଶ୍ଚିତ ଆମେ ସେମାନଙ୍କୁ କାଟିବୁ, ଯୋଗ୍ୟ ହିତାଧିକାରୀଙ୍କୁ କାର୍ଡ ଦେବୁ ଦୃଢ଼କ୍ତି ପ୍ରକାଶ କରିଛନ୍ତି।
ପୂବର୍ବରୁ ସେପ୍ଟେମ୍ବର ସୁଦ୍ଧା ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ମିଳିବ ବୋଲି କୁହାଯାଉଥିଲା । ବିଧାନସଭା ଅଧିବବେଶନ ଚାଲିଥିବା ବେଳେ ଗୃହରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏଭଳି ସୂଚନା ଦେଇଥିଲେ। E-KYC ଯାଞ୍ଚ ଚାଲିଛି, ନୂଆ କାର୍ଡ ପାଇଁ ଆବେଦନ ଜାରି ରହିଛି। ଏସରକାର KYC ଲାଗୁ କରୁଛନ୍ତି, ଯାହା ଦ୍ବାରା ଅଯୋଗ୍ୟଙ୍କ ନାଁ କଟିଯିବ ଯୋଗ୍ୟ ହିତାଧତକାରୀ ଏହି ସୁବିଧା ପାଇବେ।
ପୂର୍ବରୁ ରାଜ୍ୟରେ ୧୬ ଲକ୍ଷ ୨୭ ହଜାର ୯୩୨ ଭୂତ ରାଶନ କାର୍ଡଧାରୀ ଚିହ୍ନଟ ହୋଇଥିଲେ। ବିଧାୟକ ଦୁର୍ଗା ପ୍ରସାଦ ନାୟକଙ୍କ ପ୍ରଶ୍ନରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉତ୍ତର ଦେଇ ଏହି ସୂଚନା ଦେଇଥିଲେ। ୬ ଲକ୍ଷ ୧୯ ହଜାର ୮୩୬ ରାଶନ କାର୍ଡ ପାଇଁ ଆବେଦନ କରିଛନ୍ତି। କୌଣସି କାରଣରୁ ରାଶନ କାର୍ଡ କଟିଥିଲେ ପୁଣି ଆବେଦନ କରିପାରିବେ। ସରକାର KYC ଲାଗୁ କରୁଛନ୍ତି, ଯାହା ଦ୍ବାରା ଅଯୋଗ୍ୟଙ୍କ ନାଁ କଟିଯିବ ବୋଲି ମନ୍ତ୍ରୀ କହିଛନ୍ତି।
କେନ୍ଦ୍ର ସରକାରଙ୍କ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ରାଜ୍ୟ ପାଇଁ ୩.୨୫ କୋଟି ଲୋକଙ୍କୁ ସାମିଲ କରାଯାଇଛି। କେନ୍ଦ୍ର ସରକାର ଏହାର କୋଟା ବଢ଼ାଉନାହାନ୍ତି। ଅନ୍ୟପକ୍ଷରେ ବିଜେଡି ସରକାର ଅମଳରେ କାର୍ଯ୍ୟକାରୀ ହେଉଥିବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରାୟ ୧୦ ଲକ୍ଷ ହିତାଧିକାରୀଙ୍କୁ ସାମିଲ କରାଯାଇଛି। ତେବେ
The post EKYC ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ: ବନ୍ଦ ହେବ… appeared first on Dharitri Odia News.