ମ୍ୟାଚ୍ ହାରିବା ପରେ ଖେଳାଳିଙ୍କ ସହ ହାତ ମିଳାଇଲେନି ଧୋନୀ, ଖୋଜିଲେ କୋହଲି

ବେଙ୍ଗାଲୁରୁ ୨୦/୦୫: ଆଇପିଏଲ୍‌ ୨୦୨୪ରେ ପ୍ଲେ ଅଫ୍‌ରେ ପହଞ୍ଚିଯାଇଛନ୍ତି ୪ ଟିମ୍ । ତେବେ ଚେନ୍ନାଇ ମ୍ୟାଚ୍ ହାରିବା ପରେ ଭାଙ୍ଗିଯାଇଛି କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂହ ଧୋନୀଙ୍କ ସ୍ୱପ୍ନ ଭାଙ୍ଗିଯାଇଛି । କାରଣ ତାଙ୍କ ଟିମ୍ ଟୁର୍ଣ୍ଣାମେଣ୍ଟରୁ ବାହାରି ଯାଇଛି । ଧୋନୀଙ୍କ ଟିମ୍ ଚେନ୍ନାଇକୁ ହରାଇ ପ୍ଲେ ଅପ୍‌ରେ ଏଣ୍ଟ୍ରି କରିଛି ଆରସିବି । ମେ ୧୮ରେ ବେଙ୍ଗୋଲୁରୁରେ ଖେଳାଯାଇଥିଲା ମ୍ୟାଚ୍ । ଏହି ମୁକାବିଲା ପରେ ସବୁଠୁ ବେଶି ଦୁଃଖୀ ହୋଇଥିଲେ ଧୋନୀ । ସେ ଏତେ ନିରାସ ହୋଇଥିଲେ ଯେ, ତାଙ୍କ ମୁହଁରୁ ସ୍ପଷ୍ଟ ବାରିହୋଇପଡୁଥିଲା । ଧୋନୀ ଏହି ମୁକାବିଲା ପରେ ପାବିଲିୟନକୁ ପଳାଇ ଥିଲେ ମାହୀ । ତେବେ ମ୍ୟାଚ୍ ଶେଷରେ ଯେମିତି ଖେଳାଳିଙ୍କ ସହ ହାତ ମିଳାିବା କଥା ସେମିତି କରିନଥିଲେ ।Dhoni should learn how to handle loss with grace from Kohli. Handshake is one of the great things about our game. If it was Kohli, many would have called him egoistic.- @MichaelVaughan @msdhoni We are not expected THIS from you????#RCBvsCSK #Bengaluru #MSD pic.twitter.com/MKL1FOLlGS— ABHI (@Abhi_kiccha07) May 19, 2024ମାହୀଙ୍କର ଏମିତି ଅନେକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଧୋନୀ ଧାଡିରେ ଆଗକୁ ଯାଉଛନ୍ତି, କିନ୍ତୁ ହ୍ୟାଣ୍ଡସେକ୍ ନକରି ଫେରିଆସୁଛନ୍ତି । କହିବାକୁ ଗଲେ

ମ୍ୟାଚ୍ ହାରିବା ପରେ ଖେଳାଳିଙ୍କ ସହ ହାତ ମିଳାଇଲେନି ଧୋନୀ, ଖୋଜିଲେ କୋହଲି

ବେଙ୍ଗାଲୁରୁ ୨୦/୦୫: ଆଇପିଏଲ୍‌ ୨୦୨୪ରେ ପ୍ଲେ ଅଫ୍‌ରେ ପହଞ୍ଚିଯାଇଛନ୍ତି ୪ ଟିମ୍ । ତେବେ ଚେନ୍ନାଇ ମ୍ୟାଚ୍ ହାରିବା ପରେ ଭାଙ୍ଗିଯାଇଛି କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂହ ଧୋନୀଙ୍କ ସ୍ୱପ୍ନ ଭାଙ୍ଗିଯାଇଛି । କାରଣ ତାଙ୍କ ଟିମ୍ ଟୁର୍ଣ୍ଣାମେଣ୍ଟରୁ ବାହାରି ଯାଇଛି । ଧୋନୀଙ୍କ ଟିମ୍ ଚେନ୍ନାଇକୁ ହରାଇ ପ୍ଲେ ଅପ୍‌ରେ ଏଣ୍ଟ୍ରି କରିଛି ଆରସିବି ।

 ମେ ୧୮ରେ ବେଙ୍ଗୋଲୁରୁରେ ଖେଳାଯାଇଥିଲା ମ୍ୟାଚ୍ । ଏହି ମୁକାବିଲା ପରେ ସବୁଠୁ ବେଶି ଦୁଃଖୀ ହୋଇଥିଲେ ଧୋନୀ । ସେ ଏତେ ନିରାସ ହୋଇଥିଲେ ଯେ, ତାଙ୍କ ମୁହଁରୁ ସ୍ପଷ୍ଟ ବାରିହୋଇପଡୁଥିଲା । ଧୋନୀ ଏହି ମୁକାବିଲା ପରେ ପାବିଲିୟନକୁ ପଳାଇ ଥିଲେ ମାହୀ । ତେବେ ମ୍ୟାଚ୍ ଶେଷରେ ଯେମିତି ଖେଳାଳିଙ୍କ ସହ ହାତ ମିଳାିବା କଥା ସେମିତି କରିନଥିଲେ ।

ମାହୀଙ୍କର ଏମିତି ଅନେକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଧୋନୀ ଧାଡିରେ ଆଗକୁ ଯାଉଛନ୍ତି, କିନ୍ତୁ ହ୍ୟାଣ୍ଡସେକ୍ ନକରି ଫେରିଆସୁଛନ୍ତି । କହିବାକୁ ଗଲେ ଆରସିବି ପ୍ଲେୟର୍ସ ସେଲିବ୍ରେସନ କରୁଥିଲେ । ସେହି ସମୟରେ ଧୋନୀ ଡ୍ରେସିଂ ରୁମ୍‌କୁ ଚାଲିଯାଉଥିଲେ । ଏହି ସମୟରେ ଧୋନୀ ଆରସିବିର ସପୋର୍ଟ ଷ୍ଟାରଙ୍କ ସହ ହାତ ମିଳାଇଥିଲେ । ଯାହାର ଭିଡିଓ ଭାଇରାଲ ହେଉଛି । 

ସେହିଭଳି ଆଉ ଗୋଟିେ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି, କି ବିରାଟ କୋହଲି ଧୋନୀଙ୍କୁ ଭେଟିବାକୁ ତାଙ୍କୁ ଖୋଜୁଛନ୍ତି । ଏମିତିକି ଖୋଜି ଖୋଜି ଡ୍ରେସିଂ ରୁମ୍‌ ଯାଏଁ ବି ଯାଉଛନ୍ତି ।